ଲାଲଗଡ଼କୁ ନିପାତ କରିବା ପାଇଁ ଏବେ ଓଡ଼ିଶା-ଛତିଶଗଡ଼,ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ଜୋରଦାର ଅପରେସନ ଜାରି ରହିଛି। ଗତ 6 ମାସ ଭିତରରେ 5ଶହରୁ ଅଧିକ ମାଓ କ୍ୟାଡର ପ୍ରାଣ ହରାଇଥିବା ଟପ୍ ମାଓ ନେତାମାନେ ମଧ୍ୟ ପ୍ରାଣ ହରାଇଛନ୍ତି। ଆସନ୍ତୁ ନଜର ପକାଇବା ନିକଟରେ ପ୍ରାଣ ହରାଇଥିବା କିଛି ଟପ୍ ମାଓ ନେତାଙ୍କ ଉପରେ ଯେଉଁମାନେ ତିନି ରାଜ୍ୟକୁ ହୁଲସ୍ତୁଲ କରି ରଖିଥିଲେ। କହି କହି ଏମାନେ ରକ୍ତପାତ କରୁଥିଲେ। ହେଲେ ସ୍ଥିତି ଏବେ ଏମିତି ହୋଇଛି ଯେ ଏବେ ମୁଣ୍ଡ ଗୁଞ୍ଚିବାକୁ ଲାଲ କ୍ୟାଡର ଜାଗା ଖୋଜୁଛନ୍ତି ଏବଂ ମାଓ ନେତାମାନେ ମଧ୍ୟ ନିଜ ସଂଗଠନକୁ ନେତୃତ୍ବ ଦେବାକୁ ଡରିଲେଣି।
1 ବାସବରାଜୁ- 21 ମେରେ ଛତିଶଗଡ଼ରେ ଏକ ବଡ଼ ଅପରେସନରେ ପ୍ରାଣ ହରାଇଛି ଏହି ଟପ ମାଓ ନେତା ବାସବ ରାଜୁ ଓରଫ ନାମବାଲା କେଶବ ରାଓ, ବାସବରାଜୁ ସହିତ 27 ଜଣ ନକ୍ସଲ ପ୍ରାଣ ହରାଇଥିଲେ ଏହି ଅପରେସନରେ । ଏହି ଅପରେସନ ଶେଷ ହେବା ପରେ ସୁରକ୍ଷା ବାହିନୀ ବନ୍ଧୁକ ଧରି ନାଚୁଥିବା ଦେଖିବାକୁ ମିଳିଥିଲା।
They killed 27 dreaded Naxalites, including Central Committee Secretary Basavaraju.
India is coming closer to being Naxal free thanks to the bravery of these warriors.
Josh is at an all time high. 🫡🫡🫡 pic.twitter.com/RL8iXetJ28
— Incognito (@Incognito_qfs) May 22, 2025
2- ସେହିପରି ମାଓ ସେଣ୍ଟ୍ରାଲ କମିଟି ୩ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନିକଟରେ ପ୍ରାଣ ହରାଇଛନ୍ତି, ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ରେ ଗୁଳି ବିନିମୟ ରେ ଏହି 3 ମାଓ ବାଦୀ ପ୍ରାଣ ହରାଇଛନ୍ତି ଯେଉଁମାନଙ୍କ ଭିତରେ ରହିଛି ମାଓ ନେତା ଉଦୟ ଓ ଅରୁଣା । ମାଲକାନଗିରି ର ପୂର୍ବତନ ଜିଲ୍ଲାପାଳ ଭିନୀଲ କ୍ରିଷ୍ନା ଙ୍କ ଅହରଣ ରେ ଏମାନେ ସାମିଲ ଥିଲେ। ଏମାନଙ୍କ ମୁଣ୍ଡ ଉପରେ 65 ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ରହିଥିଲା। ମୃତ ମାଓବାଦୀ ମାନେ ହେଲେ ଗଜରଲା ରବି ଓରଫ ଉଦୟ, ରବି ଭେଙ୍କଟା ଚୈତନ୍ୟା ଓରଫ ଅରୁଣା ଏବଂ ଅଞ୍ଜୁ। ବିଶେଷ ସୂତ୍ରରୁ ଖବର ପାଇ ମାରେଡମେଳୁ ପୋଲିସ, ଗ୍ରେହଉଣ୍ଡ, ଏସଏସ କୋବ୍ରା ବାହିନୀର ଯବାନ ମାନେ ମିଳିତ ଅପରେସନ କରିଥିଲେ ।
3 ଏହା ପୂର୍ବରୁ କୋରାପୁରଟ ପୋଲିସ ମାଓନେତା କୁଞ୍ଜମ ହିଡମାକୁ ଗିରଫ କରିଥିଲା। ଛତିଶଗଡ଼ରୁ ଓଡ଼ିଶା ଦେଇ ଆନ୍ଧ୍ରପ୍ରଦେଶ ଚାଲିଯିବାକୁ ଚେଷ୍ଟା କରୁଥିଲା। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ତାକୁ କୋରାପୁଟରୁ ଗିରଫ କରିଥିଲା।
ମାର୍ଚ୍ଚ 2026 ସୁଦ୍ଧା ଲାଲଗଡ଼କୁ ସଫା କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ଜୋରଦାର ଚାଲିଛି ଅପରେସନ। ଏବେ ଏମିତି ସ୍ଥିତି ହୋଇଛି ମାଓବାଦୀଙ୍କ ନେତୃତ୍ବ କିଏ ନେବ ସେନେଇ ସଙ୍କଟ ଦେଖାଦେଇଛି।