ଲକ୍ଷେ ତଳକୁ ଆସିବ ସୁନା ଦର, ବଜାର ଦେଲାଣି ସଙ୍କେତ

ଏହି ବର୍ଷ ସୁନା ଏମିତି ଚିକ୍ ଚିକ୍ କରିଛି ଯେ ସୁନା ଦାମ 10 ଗ୍ରାମକୁ ଦେଢ଼ଲକ୍ଷ ଟଙ୍କା ପାଖାପାଖି ତଳଉପର ହେଉଛି। ୨୦୨୫ ମସିହାରେ ସୁନା ଏକ ଚମତ୍କାର ରିଟର୍ଣ୍ଣ ପ୍ରଦାନ କଥିବା ବେଳେ ୨୦୨୬ ଆରମ୍ଭରେ ବି ସୁନା ତାର ଆଧିପତ୍ୟ ଜାରି ରଖିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରତି ୧୦ ଗ୍ରାମ ₹୧,୮୦,୭୭୯ ର ଶୀର୍ଷରେ ପହଞ୍ଚିବା ପରେ ଏବେ ଧୀରେ ଧୀରେ ଖସିବାରେ ଲାଗିଛି । ଗତ ସପ୍ତାହରେ ଶୁକ୍ରବାର ଦିନ, MCX ସୁନା ଦର ପ୍ରତି ୧୦ ଗ୍ରାମ ₹୧,୫୬,୨୦୦ ରେ ଶେଷ ହୋଇଥିଲା, ଯାହା ପ୍ରାୟ ₹୨୪,୫୦୦ କିମ୍ବା ୧୩.୫୦% କମ ଥିଲା। ଅନ୍ତର୍ଜାତୀୟ ବଜାରରେ, COMEX ସୁନା ଦର 10 ଗ୍ରାମକୁ $୫,୦୪୬.୩୦ ରେ ଶେଷ ହୋଇଥିଲା, ଯାହା $୫,୬୨୬.୮୦/oz ର ରେକର୍ଡ ସର୍ବୋଚ୍ଚ ମୂଲ୍ୟ ଠାରୁ ପ୍ରାୟ ୧୦.୫୦% କମ୍।

ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ରୁଷ ଆମେରିକା ସହିତ ଆମେରିକୀୟ ଡଲାର (USD) ରେ ବାଣିଜ୍ୟ କରିବାକୁ ସମ୍ମତି ପ୍ରଦାନ ରିପୋର୍ଟ ସୁନାବଜାର ଉପରେ ବଡ଼ ପ୍ରଭାବ ପକାଇବ। କାରଣ ଏହା ସୁନା ମୂଲ୍ୟ ବୃଦ୍ଧି କାରଣଗୁଡ଼ିକୁ ଶିଥିଳ କରିବ । ସେମାନେ କହିଛନ୍ତି କ୍ରେମଲିନ୍ ଆମେରିକା ସହିତ ଏକ ଆର୍ଥିକ ସହଭାଗୀତା ଅନୁସନ୍ଧାନ କରୁଛି। ଏହାର ବଡ଼ ଅଂଶ ହେଉଛି ମସ୍କୋ ଆମେରିକୀୟ ଡଲାର-ଭିତ୍ତିକ ବାଣିଜ୍ୟ କାରବାର ପାଇଁ ଇଚ୍ଛା ପ୍ରକାଶ କରିବା। ପୂର୍ବରୁ ରୁଷ ସମେତ BRICS ରାଷ୍ଟ୍ରଗୁଡ଼ିକର ଡଲାର ଭିନ୍ନ ଅନ୍ୟ ମୁଦ୍ରାରେ ବାଣିଜ୍ୟ କାରବାରକୁ ପ୍ରୋତ୍ସାହନ ଦେଇ ଆସୁଥିଲେ। BRICS ସଦସ୍ୟମାନେ ସେମାନଙ୍କର ବାଣିଜ୍ୟ ସମାଧାନରେ ଆମେରିକୀୟ ଡଲାରକୁ ବଦଳାଇବା ପାଇଁ ସୁନା ଗଚ୍ଛିତ କରି ରଖିବାକୁ ଚାହୁଁଛନ୍ତି । ତେବେ ରୁଷ ପୁଣି ଡଲାରମୁହାଁ ହେବା ଦ୍ବାରା ଏହି ଡଲାର ବିରୋଧୀ ଅଭିଯାନ ଶିଥିଳ ପଡ଼ିବ। ଏଥିସହିତ ସୁନାର ଚାହିଦା କମାଇବ।
ବିଶେଷଜ୍ଞମାନେ କହିଛନ୍ତି ଯେ ରୁଷ ଏପର୍ଯ୍ୟନ୍ତ ଏହି ଖବର ବାବଦରେ ପ୍ରତିକ୍ରିୟା ଦେଇନାହିଁ। ଯଦି ମସ୍କୋ ଏହାକୁ ଖଣ୍ଡନ କରେ ତେବେ ସୁନା କ୍ରେତାଙ୍କ ମନରେ ଏହା ସନ୍ଦେହ ସୃଷ୍ଟି କରିପାରେ। ସେହିପରି ଆମେରିକୀୟ ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟ ସୁନା ଉପରେ ପଡ଼ିପାରେ।
ବିଶେଷଜ୍ଞ ବିଶ୍ୱାସ କରନ୍ତି ଡି-ଡଲାରୀକରଣ ପ୍ରକ୍ରିୟାରେ ଯଦି ଦୁର୍ବଳ ହୁଏ ତାହା ସୁନା ସପକ୍ଷରେ ଚାହିଦା-ଯୋଗାଣ ଅସନ୍ତୁଳନକୁ ଦୁର୍ବଳ କରିପାରେ। ପ୍ରାରମ୍ଭିକ ଝଟକା ଡିଜିଟାଲ ସୁନା ବିକ୍ରୟ ରୂପରେ ଆସିବ। ପରେ ଏହା ସିଧା ସିଧା ସୁନା ମୂଲ୍ୟକୁ ମଧ୍ୟ ପ୍ରଭାବିତ କରିବ। ଭାରତରେ ସୁନା ମୂଲ୍ୟ ପ୍ରାୟ 15% ହ୍ରାସ ପାଇଛି। ଏହି ଧାରା ଜାରି ରହିପାରେ । ଏହି ହ୍ରାସ ଆହୁରି ଗଭୀର ହେବ ବୋଲି ଆଶା କରାଯାଉଛି।
2027 ଶେଷ ସୁଦ୍ଧା ଭାରତରେ ସୁନା ମୂଲ୍ୟ ପ୍ରତି 10 ଗ୍ରାମ 1 ଲକ୍ଷ ଟଙ୍କା ତଳକୁ ଖସିପାରେ ଏବଂ COMEX ସୁନା ମୂଲ୍ୟ ପ୍ରତି ଆଉନ୍ସ $3,000 ରେ ପହଞ୍ଚିପାରେ। ୨୦୨୭ ଶେଷ ସୁଦ୍ଧା ଭାରତରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପ୍ରାୟ ୯୦,୦୦୦ ରୁ ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ।

Leave a Reply

Your email address will not be published. Required fields are marked *