() ମେଲୋଡି କିଙ୍ଗ ଓଲିଉଡ଼ର ମ୍ୟୁଜିକ୍ ବାଦଶାହ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ. କରୋନା ନେଇଗଲା ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଯ଼ିଏ ଘରେ ଘରେ ନିଜ ସ୍ବତନ୍ତ୍ର ଶୈଳୀର ଗୀତ ପାଇଁ ପରିଚିତ ଥିଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କର କରୋନାରେ ପରଲୋକ ହୋଇଯାଇଛି। କଟକ ଏସ୍ସିବି ସ୍ଥିତ କୋଭିଡ୍ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୫୫ ବର୍ଷ ହୋଇଥିଲା।
ମେ’ ୨୨ ତାରିଖରେ ଶାନ୍ତିରାଜ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ସେ ହୋମ୍ ଆଇସୋଲେସନ୍ରେ ଥିଲେ। ତେବେ ଆଜି ସକାଳେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହା ପରେ ତାଙ୍କୁ କଟକ ଏସ୍ସିବି ସ୍ଥିତ କୋ
ଭିଡ୍ ହସ୍ପିଟାଲର ଆଉଟ୍ଡୋରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଶାନ୍ତିରାଜଙ୍କ ଘର କୋରାପୁଟ ଜିଲ୍ଲାରେ। କୋରାପୁଟରୁ ସଂଗୀତର ଅୟମାରମ୍ଭ କରିବା ପରେ ସେ ଚାଲି ଆସିଥିଲେ କଟକ. ଦୀର୍ଘବର୍ଷ ହେବ କଟକରେ ରହି ସଙ୍ଗୀତ ସାଧନାରେ ସେ ନିମଗ୍ନ ଥିଲେ। ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଓ ଭଜନରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଓଡ଼ିଆ ସଙ୍ଗୀତ ଜଗତରେ ତାଙ୍କର ନିଜସ୍ୱ ଏକ ଛାପ ଛାଡ଼ିଯାଇଛନ୍ତି ଶାନ୍ତିରାଜ। ‘ଡନ୍’, ‘ମୋ ସପନର ସୌଦାଗର’, ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’, ‘ଧନରେ ରଖିବୁ ଶପଥ ମୋର’ଫେରିଆ କମ୍ ବ୍ୟାକ ଭଳି ଅନେକ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସେହିଭଳି ‘ଜାଇଫୁଲ’, ‘ବାଇଚଢ଼େଇ’ ଓ ‘ଏମିତି ରଙ୍ଗ ଦେ ଲୋ ଫୁଲ’ ଭଳି ଅନେକ ସୁପରହିଟ୍ ଆଲ୍ବମ୍ରେ ସେ ମ୍ୟୁଜିକ୍ ଆରେଞ୍ଜର ଭାବେ କାର୍ଯ୍ୟ କରିଥିଲେ। ଫେରିଆ କମ୍ ବ୍ୟକାର କୋରାପୁଟିଆ ଗୀତ ମୁଁ କାଏ ନା ଦେଈ ମୋର ମନ୍ ଗୀତଟି ସେ ନିଜେ ଲେଖିଥିବା ବେଳେ ଏହାର ସଂଗୀତ ଦେଇଥିଲେ । ଯାହାକି ସୁପର ହିଟ ହୋଇଥିଲା ।