RJ ବର୍ଷାଙ୍କ କଥାରେ ବର୍ଷା ହୁଏ-ଏବେ ସେ ପରିବେଶ କର୍ମୀ

ପରିବେଶ, ଏହି ଶବ୍ଦଟି ବାରମ୍ବାର ଗଣ ମାଧ୍ୟମରେ ସଭା ସମିତିରେ ସରକାରୀ କାର୍ଯ୍ୟକ୍ରମରେ ଏମିତିକି ସିନେମା ନାଟକ, ସାହିତ୍ୟରେ ଚର୍ଚ୍ଚା ହେଉଛି । ତେବେ ବାସ୍ତବରେ ପରିବେଶ ଆମ ପାଇଁ ଗୁରୁତ୍ବ ରଖେ କି ନାହିଁ ତାହାକୁ ନେଇ ଆମ ମଧ୍ୟରୁ ଅନେକ ସେତେଟା ବ୍ୟସ୍ତ ବିବ୍ରତ ହୁଅନ୍ତି ନାହିଁ। କିନ୍ତୁ ଏମିତି ଅନେକ ଅଛନ୍ତି ଯେଉଁମାନେ ପରିବେଶ ପାଇଁ ନିଜର ଅର୍ଥବଳ ଶ୍ରମବଳ ଲଗାଇଥାନ୍ତି। ଏମିତି ଜଣେ ହେଲେ ଆରଜେ ବର୍ଷା। ହଁ ରେଡିଓ ଜକି ବର୍ଷା ରାଇକ୍ବାର। ରେଡିଓରେ ନିଜର ଉପସ୍ଥାପନ ଶୈଳୀ ପାଇଁ ସେ ବେଶ ପରିଚିତ କିନ୍ତୁ ତାଙ୍କର ମନ ଆନ୍ଦୋଳିତ ହୋଇଥିଲା ପରିବେଶ ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ଲାଗି। ରେଡିଓ ବୁନ୍ଦେଲଖଣ୍ଡ 90.4ରେ ଉପସ୍ଥାପିକା ଭାବେ ସେ କାର୍ଯ୍ୟ କରୁଥିବା ବର୍ଷା କଣ କଣ କରିଛନ୍ତି ଏବଂ କି କୃତୀତ୍ବ ହାସଲ କରିଛନ୍ତି ।
ମଧ୍ୟପ୍ରଦେଶର ନିପଟ ମଫସଲ ଗାଁ ନିୱାରିରେ ବର୍ଷାଙ୍କ ଜନ୍ମ। ଏକ ବଡ଼ ପରିବାରର ସେ ଛୋଟ ସଦସ୍ୟ। 8 ଭାଇଭଉଣୀରେ ସେ ବଡ଼ ହୋଇଛନ୍ତି। ବାପାମାଙ୍କୁ କାମରେ ସାହାଯ୍ୟ କରିଛନ୍ତି। ଏଥିସହିତ ପାଠପଢ଼ା ଜାରି ରଖି ସେ ଝାନସି ବିଶ୍ବ ବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ଏହାପରେ ବୁନ୍ଦେଲଖଣ୍ଡ କମୁନିଟି ରେଡିଓରେ ସେ କାର୍ଯ୍ୟ କରିବା ଆରମ୍ଭ କଲେ।ଧିରେ ଧିରେ ସେ କାର୍ଯ୍ୟକ୍ରମ ଉପସ୍ଥାପନ କଲେ। ଶୁଭକାଳ ନାମକ ତାଙ୍କର କାର୍ଯ୍ୟକ୍ରମ ଏତେ ପରିମାଣରେ ଭାଇରାଲ ହୋଇଥିଲା ଯେ ସେ ଦେଶର ବିଭିନ୍ନ ଭାଗରେ ଏକ ନୂଆ ପରିଚୟ ହାସଲ କଲେ। ଏହି କାର୍ଯ୍ୟକମଟି ପରିବେଶ ଉପରେ ପର୍ଯ୍ୟବଶିତ ହୋଇଥିଲା ଆଉ ଏହା ହିଁ ତାଙ୍କର ପରିଚୟ ହେଲା। ସେ ରେଡିଓ ଜକି ଭାବେ ଯେତିକି ଜଣାଯାଇନଥିଲେ ପରିବେଶ କର୍ମୀ ଭାବେ ତାଙ୍କର ପରିଚୟ ପ୍ରସାରିତ ହୋଇଥିଲା।

ଆଜି ଦେଶର ଜଣେ ଜଣାଶୁଣା ପରିବେଶ କର୍ମୀ ଭାବେ ସେ ସ୍ବୀକୃତି ଲାଭ କରିଛନ୍ତି । ଜଳବାୟୁ ପରିବର୍ତ୍ତନ, ମହିଳା ସଶକ୍ତିକରଣ ବାବଦରେ ସେ ସିରିଜ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ବିଶେଷ କରି ଜଳ ପ୍ରଦୂଷଣ ରୋକିବା ନେଇ ସେ ନିଜେ ଗାଁ ଗାଁ ବୁଲି ସଚେତନତା କାର୍ଯ୍ୟକ୍ରମ କରିଛନ୍ତି। ଗାଁ ଗୁଡ଼ିକରେ ପିଇବା ପାଣି ମିଳିନଥାଏ, ଏଥିସହିତ ଜଳ ଉତ୍ସ ପ୍ରଦୂଷିତ ହୋଇଥାଏ, ଯେଉଁଥିପାଇଁ ଲୋକେ ଦୂଷିତ ଜଳ ବ୍ୟବହାର କରି ରୋଗରେ ପଡ଼ିଥାନ୍ତି।ତେଣୁ ନିଜ କାର୍ଯ୍ୟକ୍ରମ ମାଧ୍ୟମରେ ଏବଂ ପ୍ରତ୍ୟକ୍ଷ ଭାବେ ଗାଁକୁ ଗାଁ ଯାଇ ସେ ଜଳ ପ୍ରଦୂଷଣ ନେଇ ଲୋକଙ୍କୁ ସଚେତନ କରିଛନ୍ତି । ଏଥିପାଇଁ ତାଙ୍କୁ ଜାତିସଂଘ ପକ୍ଷରୁ ୟଙ୍ଗ କ୍ଲାଇମେଟ ଲିଡର ଭାବେ ଘୋଷିତ କରାଯାଇଛି।
ଆପଣ ବି ବର୍ଷାଙ୍କ କାର୍ଯ୍ୟକୁ ବୁଝନ୍ତୁ । ଏହା ଏଥିପାଇଁ ଆମେ କହୁଛୁ କି, ବାସ୍ତବତା ହେଉଛି ପରିବେଶ ଆମର ସ୍ବାସ୍ଥ୍ୟକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ଆଉ ଯଦି ସ୍ବାସ୍ଥ୍ୟରେ କିଛି ସମସ୍ୟା ଦେଖାଦିଏ ତେବେ ଆମର ଆର୍ଥିକ ଅବସ୍ଥା ଏବଂ ସାମାଜିକ ସନ୍ତୁଳନ ବିଗିଡ଼ିଯାଇଥାଏ। ତେଣୁ ଜଣେ ପରିବେଶ କର୍ମୀ ଭାବେ ଆପଣ ସପ୍ତାହକୁ ଅତିକମରେ କିଛି ବି କରିପାରନ୍ତି। ଆପଣ ଆପଣଙ୍କ କାର୍ଯ୍ୟ ଏଠାରେ ପ୍ରକାଶ କରିପାରିବେ।

Leave a Reply

Your email address will not be published. Required fields are marked *