ଏନଆଇଆରଏଫ୍ ଇଣ୍ଡିଆ ରାଙ୍କିଙ୍ଗ୍ -୨୦୨୫ ଉନ୍ମୋଚିତ
() ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ କିଏ ଏବଂ କାହିଁକି ଜଣେ ସେଠାରେ ପଢ଼ିବା ଉଚିତ ଏହା ପ୍ରାୟ ଛାତ୍ରଛାତ୍ରୀଙ୍କ ମନରେ ପ୍ରଶ୍ନ ଆସିଥାଏ। ଯେହାକୁ ଦେଖି ଗତ କିଛି ବର୍ଷ ଧରି ନ୍ୟାସନାଲ ଇନଷ୍ଟିଚ୍ୟୁସନ ରାଙ୍କିଙ୍ଗ୍ ଫ୍ରେମୱାର୍କ(ଏନଆଇଆରଏଫ) ଶିକ୍ଷାନୁଷ୍ଠାନଗୁଡ଼ିକର ରାଙ୍କିଙ୍ଗ ପ୍ରକାଶ କରିଥାଏ। ଗୁରୁଦିବସର ପୂର୍ବ ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ତାଲିକା ପ୍ରକାଶ କରିଛନ୍ତି। ଚଳିତ ଥର ଆଇଆଇଟି ମାଡ୍ରାସ କ୍ରମାଗତ ସପ୍ତମ ବର୍ଷ ପାଇଁ ଓଭରାଲ ବର୍ଗରେ ପ୍ରଥମ ସ୍ଥାନ ବଜାୟ ରଖିଛି । ଓଭରାଲ ବର୍ଗରେ ଶ୍ରେଷ୍ଠ ୧୦୦ ତାଲିକାରେ ୨୪ଟି ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ, ୨୨ଟି ଘରୋଇ ଡିମ୍ଡ୍ ବିଶ୍ୱବିଦ୍ୟାଳୟ, ୧୯ଟି ଆଇଆଇଟି ଏବଂ ଆଇଆଇଏସସି, ୯ଟି ଘରୋଇ ବିଶ୍ୱବିଦ୍ୟାଳୟ, ୮ଟି ଏନଆଇଟି, ୭ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ୫ଟି ମେଡିକାଲ୍ ପ୍ରତିଷ୍ଠାନ, ୪ଟି ଆଇଜର, ୧ଟି କଲେଜ ଏବଂ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଆଇଏଆରଆଇ ସାମିଲ । ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଇଆଇଏସସି ବେଙ୍ଗଲୁରୁ, ମ୍ୟାନେଜମେଣ୍ଟରେ ଆଇଆଇଏମ ଅହମ୍ମଦବାଦ ଏବଂ ମେଡିକାଲ ବର୍ଗରେ ଏମ୍ସ ଦିଲ୍ଲୀ ୧ ନମ୍ବର ରହିଛି । ଜାମିଆ ହମଦର୍ଦ, ନୂଆଦିଲ୍ଲୀ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଫାର୍ମାସିରେ ରାଙ୍କିଙ୍ଗରେ ଶୀର୍ଷରେ ରହିଛି।
ଶିକ୍ଷାନୁଷ୍ଠାନର କ୍ୟାମ୍ପସ ଠାରୁ ଆରମ୍ଭ କରି ଶିକ୍ଷାଦାନ ପରିବେଶ, ଛାତ୍ରଛାତ୍ରୀଙ୍କ ପାଇଁ ରହିଥିବା ଅନୁକୂଳ ବାତାବରଣ, ଶିକ୍ଷକମାନଙ୍କ ଦକ୍ଷତା ଆଦି ବିଷୟକୁ ମାନଦଣ୍ଡ ଭାବେ ଗ୍ରହଣ କରି 17ଟି ବର୍ଗରେ ଏହି ତାଲିକା ପ୍ରକାଶ କରାଯାଇଛି। ଏସବୁ ଭିତରେ ଓଡ଼ିଶାର ବିଶ୍ବ ବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନଗୁଡ଼ିକର ରାଙ୍କିଙ୍ଗ ନୈରାଶ୍ୟଜନକ ରହିଛି। କେବଳ କିଛି ଘରୋଇ ବିଶ୍ବ ବିଦ୍ୟାଳୟ ସେମାନଙ୍କର ଉତ୍ତମ ଗୁଣବତ୍ତା ପାଇଁ ଟପ୍ 25 ରାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଦେଶର 7 ହଜାରରୁ ଉର୍ଦ୍ଧ୍ବ ଶିକ୍ଷାନୁଷ୍ଠାନ ମଧ୍ୟରେ 25 ରାଙ୍କରେ ରହିବା ନିଶ୍ଚିତ ଭାବେ ବଡ଼ କଥା। ତେବେ ସରକାରୀ ଶିକ୍ଷାନୁଷ୍ଠାନ ଏବଂ ବିଶ୍ବ ବିଦ୍ୟାଳୟଗୁଡ଼ିକ ଯେମିତି ରାଙ୍କ ପାଇବା ପାଇଁ ସଂଘର୍ଷ କରୁଛନ୍ତି।
ନଜର ପକାଇବା ଏହି ତାଲିକାରେ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକ କେଉଁ ବର୍ଗରେ କେଉଠି ଅଛନ୍ତି
ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ଓଡ଼ିଶାରୁ କିଏ
ଶିକ୍ଷାନୁଷ୍ଠାନ ନାମ | ସ୍ଥାନ | ଭାରତୀୟ ରାଙ୍କ | ଓଡ଼ିଶାରେ ସ୍ଥାନ | ମିଳିଥିବା ପଏଣ୍ଟ |
---|---|---|---|---|
ଶିକ୍ଷା ଓ ଅନୁସଂଧାନ | ଭୁବନେଶ୍ବର | 25 | 1 | 61 |
କିଟ୍ | ଭୁବନେଶ୍ବର | 27 | 2 | 60 |
ଏନଆଇଟି | ରାଉରକେଲା | 34 | 3 | 58.5 |
ଆଇଆଇଟି | ଆଇଆଇଟି | 80 | 4 | 51.16 |
ଏମସ | ଭୁବନେଶ୍ବର | 100 | 5 | 49 |
ଦେଶର ଶ୍ରେଷ୍ଠ ବିଶ୍ବ ବିଦ୍ୟାଳୟ ମଧ୍ୟରେ ଓଡ଼ିଶାରୁ କିଏ
ଶିକ୍ଷାନୁଷ୍ଠାନ ନାମ | ସ୍ଥାନ | ଭାରତୀୟ ରାଙ୍କ | ଓଡ଼ିଶାରେ ସ୍ଥାନ | ମିଳିଥିବା ପଏଣ୍ଟ |
---|---|---|---|---|
ଶିକ୍ଷା ଓ ଅନୁସଂଧାନ | ଭୁବନେଶ୍ବର | 15 | 1 | 63.14 |
କିଟ୍ | ଭୁବନେଶ୍ବର | 17 | 2 | 62.87 |
ଶହେ ରାଙ୍କ ଭିତରେ | ଆଉ କେହି ନାହାନ୍ତି |
ଦେଶର ଶ୍ରେଷ୍ଠ ଇଞ୍ଜିନିଅରିଂ କଲେଜ ମଧ୍ୟରେ ଓଡ଼ିଶାରୁ କିଏ କେଉଁ ସ୍ଥାନରେ
ଶିକ୍ଷାନୁଷ୍ଠାନ ନାମ | ସ୍ଥାନ | ଭାରତୀୟ ରାଙ୍କ | ଓଡ଼ିଶାରେ ସ୍ଥାନ | ମିଳିଥିବା ପଏଣ୍ଟ |
---|---|---|---|---|
ଏନଆଇଟି | ରାଉରକେଲା | 13 | 1 | 66.62 |
ଶିକ୍ଷା ଓ ଅନୁସଂଧାନ | ଭୁବନେଶ୍ବର | 22 | 2 | 62.58 |
କିଟ୍ | ଭୁବନେଶ୍ବର | 36 | 3 | 58.79 |
ଆଇଆଇଟି | ଭୁବନେଶ୍ବର | 39 | 4 | 58 22 |
ସି ଭି ରମଣ | ଭୁବନେଶ୍ବର | 95 | 5 | 46.62 |
ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ଓଡ଼ିଶାରୁ କିଏ କେଉଁଠି
ଶିକ୍ଷାନୁଷ୍ଠାନ ନାମ | ସ୍ଥାନ | ଭାରତୀୟ ରାଙ୍କ | ଓଡ଼ିଶାରେ ସ୍ଥାନ | ମିଳିଥିବା ପଏଣ୍ଟ |
---|---|---|---|---|
ଏମସ | ଭୁବନେଶ୍ବର | 14 | 1 | 64.31 |
ଶିକ୍ଷା ଓ ଅନୁସଂଧାନ | ଭୁବନେଶ୍ବର | 15 | 2 | 63.73 |
କିଟ୍ | ଭୁବନେଶ୍ବର | 24 | 3 | 61 |
ଶ୍ରେଷ୍ଠ 50 | ଭିତରେ | ଆଉ କେହି ଓଡ଼ିଶାରୁ ନାହାନ୍ତି |
ଓଡ଼ିଶାର ସରକାରୀ ବିଶ୍ବ ବିଦ୍ୟାଳୟ ଏବଂ ଅନୁଷ୍ଠାନଗୁଡ଼ିକ ଏହି ପ୍ରତିଯୋଗିତାରେ ଭାଗ ନିଅନ୍ତି ନି କି …. ମାନେ SCB, Ravenshaw
Utkal University