ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ରଙ୍କର ଗତକାଲି ପରଲୋକ ହୋଇଯାଇଛି। ଧର୍ମେନ୍ଦ୍ର ଏମିତି ଏକ ଜଣେ ଷ୍ଟାର ଥିଲେ ଯିଏ 6 ଦଶକ ଯାଏଁ ନିଜର ଅଭିନୟର ଯାଦୁ ଜାରି ରଖିଥିବା ବେଳେ ଲଗାତର ହିଟ୍ ଫିଲ୍ମ ଦେବାର ରେକର୍ଡ ତାଙ୍କ ନାଁରେ ରହିଛି । ଆପଣ ଧର୍ମେନ୍ଦ୍ରଙ୍କ ଫିଲ୍ମ ବାଦରେ ଅନେକ କଥା ଜାଣିଥିବେ କିନ୍ତୁ ଏମିତି ବି କଥା ଅଛି ଯାହା ଆପଣ ହୁଏତ ଜାଣିନଥିବେ। ଆସନ୍ତୁ ନଜର ପକାଇବା ଏମିତି କିଛି ଅଜଣା କଥା ଉପରେ
1- ଧର୍ମେନ୍ଦ୍ରଙ୍କ ସ୍କୁଲରେ ରୋଲ ନମ୍ବର 18 ଥିଲା। ଯାହାକୁ ତାଙ୍କ ମୃତ୍ୟୁ ପରେ ତାଙ୍କର ସ୍କୁଲ ପକ୍ଷରୁ ଆଜି ପ୍ରକାଶ କରାଯାଇଛି । ଚିରାଫଟା ସେହି ସ୍କୁଲ ରେକର୍ଡର ଫଟା ସାମ୍ନାକୁ ଅଣାଯାଇଛି।
2- ଧର୍ମେନ୍ଦ୍ର ପଞ୍ଜାବର ନସ୍ରାଲି ଗ୍ରାମରେ ଧରମ ସିଂ ଦେଓଲ ଭାବରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ କୃଷକ ଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ପାଇଁ ନିର୍ଦ୍ଦେଶକ ଅର୍ଜୁନ ହିଙ୍ଗୋରାନୀ ତାଙ୍କୁ ତାଙ୍କ ସ୍କ୍ରିନ ନେମ୍ ଧର୍ମେନ୍ଦ୍ର ରଖିଥିଲେ ।
3- ତାଙ୍କର ପ୍ରଥମ ଚଳଚ୍ଚିତ୍ର, ଦିଲ୍ ଭି ତେରା ହମ୍ ଭି ତେରେ (1960) ପାଇଁ ଧର୍ମେନ୍ଦ୍ରଙ୍କୁ ମୋଟ 51 ଟଙ୍କା ଦିଆଯାଇଥିଲା। ସୂଚନା ଅନୁଯାଯ଼ୀ, ତିନିଜଣ ନିର୍ମାତା ଏହି ରାଶି ପୂରଣ କରିବା ପାଇଁ ପ୍ରତ୍ୟେକ 17 ଟଙ୍କା ଲେଖାଏଁ ଦେଇଥିଲେ ।
4- 1958 ରେ ଫିଲ୍ମଫେୟାର ନୂତନ ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତା ଜିତି ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ ଧର୍ମେନ୍ଦ୍ର ଯେଉଁଥିପାଇଁ ତାଙ୍କୁ ଗାଁରୁ ମୁମ୍ବାଇ ଆସିବାକୁ ପଡ଼ିଥିଲା ।
5- ଧର୍ମେନ୍ଦ୍ର ଆଇକନିକ ଫିଲ୍ମ ଶୋଲେ (1975) ର ସର୍ବାଧିକ ପାରିଶ୍ରମିକ ପ୍ରାଇଥିବା କଳାକାର ଥିଲେ । ସେହି ସମୟରେ ସେ ସୋଲେ ପାଇଁ 1.5 ଲକ୍ଷ ଟଙ୍କା ନେଇଥିଲେ । ଏହା ତାଙ୍କ ସହ-କଳାକାରଙ୍କ ଠାରୁ ଅଧିକ ଥିଲା।
6- ଚଳଚ୍ଚିତ୍ରରେ ପ୍ରବେଶ କରିବା ପୂର୍ବରୁ, ସେ ଜଣେ ରେଲ କ୍ଲର୍କ ଭାବେ କାମ କରୁଥିଲେ । ମାସକୁ ପ୍ରାଯ଼ 125 ଟଙ୍କା ରୋଜଗାର କରୁଥିଲେ।
7- ତାଙ୍କର ସୁନ୍ଦର ଚେହେରା ପାଇଁ ତାଙ୍କୁ ଫିଲ୍ମର ସବୁଠାରୁ ଡିମାଣ୍ଡିଂ ଷ୍ଟାର ଭାବେ ଗଣାଯାଉଥିଲା । ତାଙ୍କର ମାଂସପେଶୀଯୁକ୍ତ ଶରୀର ଏବଂ ଆକ୍ସନ ଅବତାରରେ ଅବତୀର୍ଣ୍ଣ ହେବା ପରଠାରୁ ତାଙ୍କୁ ବଲିଉଡ଼ର ହି ମ୍ୟାନ ବୋଲି କୁହାଯାଇଥିଲା ।
8- ସମାଲୋଚକଙ୍କ ଦ୍ୱାରା ପ୍ରଶଂସିତ ଚଳଚ୍ଚିତ୍ର ‘ସତ୍ୟକାମ୍’ (1969) ରେ ତାଙ୍କର ଭୂମିକାକୁ ତାଙ୍କର ସର୍ବୋତ୍ତମ ଚରିତ୍ର ଭାବେ ଉଲ୍ଲେଖ କରାଯାଇଛି । ଏଥିରେ ଜଣେ ସରଳ ସତ୍ୟନିଷ୍ଠ ବ୍ୟକ୍ତିର ଚରିତ୍ରରେ ସେ ଅବତୀର୍ଣ୍ଣ ହୋଇଥିଲେ ।
9- ତାଙ୍କୁ ତାଙ୍କ ସମୟର ସବୁଠାରୁ ସଫଳ ତାରକା ଭାବରେ ବିବେଚନା କରାଯାଉଥିଲା ଏବଂ ପ୍ରାୟତଃ ଗୋଟିଏ ଦିନରେ ତିନି କିମ୍ବା ଚାରିଟି ସିଫ୍ଟ କାମ କରୁଥିଲେ ।
10- ସେ ପ୍ରଥମେ ଜଞ୍ଜୀର (1973) କୁ ପ୍ରତ୍ୟାଖ୍ୟାନ କରିଥିଲେ ଯାହା ଅମିତାଭ ବଚ୍ଚନଙ୍କ “ଆଙ୍ଗ୍ରି ୟଙ୍ଗ ମ୍ୟାନ୍” ଇମେଜକୁ ପ୍ରତିଷ୍ଠିତ କରିଥିଲା।
11- ଜଣେ ଆକ୍ସନ୍ ଷ୍ଟାର ହେବା ସତ୍ତ୍ୱେ, ସେ ଚୁପକେ ଚୁପକେ ଭଳି ଚଳଚ୍ଚିତ୍ରରେ କମେଡି ପାଇଁ ଅବିଶ୍ୱସନୀୟ ପ୍ରତିଭା ପ୍ରଦର୍ଶନ କରିଥିଲେ। ଯେଉଁଥିରେ ସେ ଜଣେ ବଟନି ପ୍ରଫେସର ହୋଇଥିବା ବେଳେ ନିଜ ପତ୍ନୀଙ୍କ ଘରେ ଜଣେ ଡ୍ରାଇଭର ଭାବେ ଛଦ୍ମବେଶରେ ରହିଥିଲେ।
12- ଜଣେ ନିର୍ମାତା ଭାବରେ ତାଙ୍କର ପ୍ରଥମ ଉଦ୍ୟମ, ସେ ବିଜୟତା ଫିଲ୍ମସ୍ (1983) ପ୍ରତିଷ୍ଠା କରିଥିଲେ। ତାଙ୍କ ପ୍ରଯୋଜିତ ପ୍ରଥମ ଫିଲ୍ମ ଥିଲା ବେତାବ, ଏଥିରେ ସନ୍ନି ଦେଓଲଙ୍କୁ ପ୍ରଥମେ ଅଭିନୟ କରିବାର ସୁଯୋଗ ମିଳିଥିଲା।
13- ତାଙ୍କର ପ୍ରମୁଖ ବ୍ୟାବସାଯ଼ିକ ସଫଳତା ଫିଲ୍ମ ଥିଲା 1966 ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଫୁଲ ଔର ପତ୍ଥର, ଯେଉଁଥିରେ ସେ କିମ୍ବଦନ୍ତୀ ଅଭିନେତ୍ରୀ ମୀନା କୁମାରୀଙ୍କ ବିପକ୍ଷରେ ଅଭିନୟ କରିଥିଲେ।
14- ତାଙ୍କର ପ୍ରଥମ ବିବାହରୁ ଦୁଇ ଝିଅ, ବିଜେତା ଏବଂ ଅଜୀତା ଅଛନ୍ତି, ଯେଉଁମାନେ ବଲିଉଡରୁ ଦୂରରେ ସାଧାରଣ ଜୀବନଯାପନ କରୁଛନ୍ତି ଏବଂ ବିଦେଶରେ ରହିଛନ୍ତି ।
15- ଆପନେ ଚଳଚ୍ଚିତ୍ର 2007ରେ ନିର୍ମିତ ହୋଇଥିଲା ଏଥିରେ ସେ ପ୍ରଥମ ଥର ପାଇଁ ତାଙ୍କର ଦୁଇ ପୁଅ ସନ୍ନି ଏବଂ ବବି ଦେଓଲଙ୍କ ସହ ଅଭିନୟ କରିଥିଲେ ।
16- ସେ ବଲିଉଡ-ଥିମ୍ ରେଷ୍ଟୁରାଣ୍ଟ ଚେନ୍ “ଗରମ ଧରମ ଢାବା” ଖୋଲିଥିଲେ। ଦିଲ୍ଲୀ ଓ ଆଖପାଖ ସହରରେ ଏହି ଢାବା ବେଶ ଲୋକପ୍ରିୟ ହୋଇଥିଲା
17- ଚାରି ଦଶନ୍ଧି ମଧ୍ୟରେ ପ୍ରମୁଖ ହିଟ୍ ପ୍ରଦାନ କରିବାର ଅନ୍ୟ ଗୌରବ ତାଙ୍କ ପାଖରେ ରହିଛି-1960 (ଫୁଲ ଔର ପତ୍ଥର), 1970 (ଶୋଲେ), 1980 (ହୁକୁମତ୍) ଏବଂ ଏପରିକି 2000 (ୟମଲା ପଗଲା ଦିୱାନା ଫ୍ରାଞ୍ଚାଇଜ୍)
18- ସେ ତାଙ୍କର ଅଧିକାଂଶ ସମୟ ଲୋନାଭାଲାରେ ଥିବା ତାଙ୍କର 100 ଏକରର ବିଶାଳ ଫାର୍ମହାଉସରେ ବିତାଉଥିଲେ। ଏଠାରେ ସେ ଅର୍ଗାନିକ ଫାର୍ମିଙ୍ଗ କରିବା ସହିତ ଏକାକି ରହୁଥିଲେ ।
19- ଭାରତୀୟ ସିନେମାକୁ ତାଙ୍କର ଅପାର ଅବଦାନ ପାଇଁ ତାଙ୍କୁ 2012 ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇିଥିଲା। ସେହିପରି 1997 ରେ ସେ ସମ୍ମାନଜନକ ଫିଲ୍ମଫେୟାର ଲାଇଫ୍ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପାଇଥିଲେ।
20- ଧର୍ମେନ୍ଦ୍ରଙ୍କ ଅଭିନୀତ ଶେଷ ଫିଲ୍ମ ଇକ୍କିସ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । କଳାଧଳା 16 MM ରୁ ରଙ୍ଗୀନ ସିନେମାସ୍କୋପ ଏବଂ ଡିଜିଟାଲ ପର୍ଯ୍ୟନ୍ତ ଏଯାବତ ସବୁ ଫର୍ମାଟରେ ଅଭିନୟ କରିଥିବା ସେ ଜଣେ ଅନନ୍ୟ ଅଭିନେତା ଥିଲେ
ଜାଣନ୍ତୁ ଧର୍ମେନ୍ଦ୍ରଙ୍କ ବାବଦରେ କିଛି ଅଜଣା କଥା
Untitled design - 1

He married at the age 19