Wife of Pulwama Martyr

ପୁଲୱାମା ସହିଦଙ୍କ ପତ୍ନୀ ବି ଯ଼ୋଗ ଦେଲେ ଆର୍ମିରେ

  ପୁଲୱାମା ସହିଦ ମେଜର ଧୋଣ୍ଡିଆଲଙ୍କ ପତ୍ନୀ ନିତିକା କୌଲ ଭାରତୀୟ ସେନାରେ ଯୋଗ ଦେଇଛନ୍ତି । ଫେବୃଆରୀ 2019 ରେ ପୁଲୱାମାରେ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣ ପରେ ଚାଲିଥିବା ଅପରେସନରେ ସେନା ଅଧିକାରୀ ମେଜର ବିଭୁତି ଶଙ୍କର ଧୋଣ୍ଡିଆଲଙ୍କ ବିୟୋଗ ଘଟିଥିଲା । 2 ବର୍ଷ ପରେ ବିଭୁତିଙ୍କ ପତ୍ନୀ ଭାରତୀୟ ସେନାରେ ଯୋଗ ଦେଇ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ଆଜି ସେ ଭାରତୀୟ ସେନାରେ ନିଯୁକ୍ତ ହେବାପରେ ଅଲିଭ୍ ଗ୍ରୀନ୍ ପୋଷାକରେ…

Read More

ସେ କହିଗଲେ ହେ ବନ୍ଧୁ ବିଦାୟ …ଲୋକେ କହୁଛନ୍ତି ଫେରିଆ

() ମେଲୋଡି କିଙ୍ଗ ଓଲିଉଡ଼ର ମ୍ୟୁଜିକ୍ ବାଦଶାହ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ. କରୋନା ନେଇଗଲା ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଯ଼ିଏ ଘରେ ଘରେ ନିଜ ସ୍ବତନ୍ତ୍ର ଶୈଳୀର ଗୀତ ପାଇଁ ପରିଚିତ ଥିଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କର କରୋନାରେ ପରଲୋକ ହୋଇଯାଇଛି। କଟକ ଏସ୍‌ସିବି ସ୍ଥିତ କୋଭିଡ୍ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୫୫ ବର୍ଷ ହୋଇଥିଲା। ମେ’ ୨୨ ତାରିଖରେ ଶାନ୍ତିରାଜ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।…

Read More

ଏୟାର ଇଣ୍ଡିଆ ସର୍ଭର ହାଇଜାକ୍

ବିମାନ ହାଇଜାକ କଥା ପୂର୍ବରୁ ଶୁଣିଥିବେ। କିନ୍ତୁ ସାଇବର ଚୋର ଏମିତି ମାତିଛନ୍ତି ଯେ ବିମାନ ଚଲାଚଳ ସର୍ଭରକୁ ହ୍ୟାକ କରିନେଇଛନ୍ତି। ଏୟାର ଇଣ୍ଡିଆ ସହିତ ବିଶ୍ବର ଆଉ କିଛି ଏୟାରଲାଇନ୍ସ ଉପରେ ବଡ ଧରଣର ସାଇବର ଆଟାକ୍ ହୋଇଛି।  ୪୫ ଲକ୍ଷ ୟୁଜର୍ସଙ୍କ ଡାଟା ଲିକ୍ ହୋଇଥିବା ଅନୁମାନ କରାଯ଼ାଉଛି। ପାସପୋର୍ଟ, କ୍ରେଡିଟ୍ କାର୍ଡ ସହିତ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଚୋରି ହୋଇଛି। ଯେଉଁ ଏୟାରଲାଇନ୍ସ କମ୍ପାନୀ ଉପରେ ସାଇବର ଆଟାକ ହୋଇଛି ସେଥିରେ ଏୟାର…

Read More

ସୁରକ୍ଷା କର୍ମୀଙ୍କ ଗୁଳିରେ 13 ନକ୍ସଲ ମୃତ

ନକ୍ସଲଙ୍କ ବିରୋଧୀ ଅଭିଯାନକୁ ଆଜି ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ମହାରାଷ୍ଟ୍ରର ଗଡ଼ଚିରୋଲି ଅନ୍ତର୍ଗତ ଏଟାପାଲ୍ଲୀ ଜଙ୍ଗଲ ନିକଟରେ ଭୟଙ୍କର ଗୁଳି ବିନିମୟ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ଗଡ଼ଚିରୋଲି ଡିଆଇଜି ସନ୍ଦୀପ ପାଟିଲ ସୂଚନା ଦେଇଛନ୍ତି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବାରୁ ଆଗକୁ ଆହୁରି ନକ୍ସଲଙ୍କ ମୃତଦେହ ମିଳିବ ବୋଲି ଆଶା କରାଯାଉଛି। ୧୩ ନକ୍ସଲଙ୍କ ମୃତଦେହ ନିକଟରୁ ବିପୁଳ…

Read More

ମଧ୍ୟପ୍ରାଚ୍ୟରେ ଯ଼ୁଦ୍ଧ ବିରତିକୁ ଭାରତର ସ୍ବାଗତ

ମଧ୍ୟପ୍ରାଚ୍ୟରେ ଯ଼ୁଦ୍ଧ ବିରତିକୁ ଭାରତ ସ୍ବାଗତ କରିଛି। ଇସ୍ରାଏଲ ଓ ହମାସ ମଧ୍ୟରେ ଦୀର୍ଘ ୧୧ ଦିନ ହେଲା ଚାଲିଥିଲା ଘମାଘୋଟ ଲଢ଼େଇ। ଏବେ ଏଥିରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଉଭୟ ଦେଶ ଯୁଦ୍ଧ ବିରତି ଘୋଷଣା କରିଛନ୍ତି । ଅସ୍ତ୍ର ବିରତି ଚୁକ୍ତି ଉଭୟ ଦେଶ କରିବା ପରେ ଗାଜାରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗିଛି। ଇସ୍ରାଏଲ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗାଜାରେ ୧୧ ଦିନ ହେଲା ଇସ୍ରାଏଲ ଚଳାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ପାଇଁ…

Read More

ସୁନ୍ଦରଲାଲ ବହୁଗୁଣାଙ୍କ ପରଲୋକ

ସାରା ଜୀବନ ପରିବେଶର ସୁରକ୍ଷା ଦିଗରେ କାର୍ଯ୍ୟ କରି ଆସୁଥିବା ବିଶିଷ୍ଟ ପରିବେଶବିତ୍‌ ସୁନ୍ଦରଲାଲ ବହୁଗୁଣା ଆଉ ନାହାନ୍ତି। ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଆଜି ଆଖି ବୁଜିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ଋଶିକେଶ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୦ ଦିନ କାଳ କରୋନା ସହ ଲଢ଼େଇ କରିବା ପରେ ସେ ଆଜି ସମସ୍ତଙ୍କୁ ଛାଡ଼ି…

Read More

କମୁଛି ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା 4 ହଜାର ଉପରେ

ଦେଶରେ କ୍ରମାଗତ ଭାବେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ମୃତ୍ୟୁସଂଖ୍ୟାରେ କୌଣସି ବ୍ରେକ ଲାଗୁନି। ଲଗାତର ୪ ଦିନ ପରେ ଗତକାଲି ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ତଳକୁ ଖସିଥିବା ବେଳେ ଆଜି ପୁଣି ଏହା ୪ ହଜାର ପାର କରିଛି। ୨୪ ଘଣ୍ଟାରେ ୪୨୦୯ ଜଣଙ୍କ ଜୀବନ ନେଇଛି କିଲର କରୋନା। ଗତକାଲି ଏହା ୩୮୭୪ ଥିଲା। ବୁଧବାର ଦେଶରେ ରେକର୍ଡ ୪୫୨୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ।…

Read More

ତରୁଣ ତେଜପାଲଙ୍କୁ ଦୋଷମୁକ୍ତ କଲେ କୋର୍ଟ

ତେହେଲକା ମ୍ୟାଗାଜିନର ପୂର୍ବତନ ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ତରୁଣ ତେଜପାଲଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ୨୦୧୩ ମସିହା ଯୌନ ଉତ୍ପୀଡ଼ନ ଓ ଦୁଷ୍କର୍ମ ମାମଲାରେ ଗୋଆ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅତିରିକ୍ତ ବିଚାରପତି ଜଷ୍ଟିସ କେ ଯୋଶୀ ମାମଲାର ଶୁଣାଣି କରି ତାଙ୍କୁ ୮ ବର୍ଷ ତଳ ମାମଲାରେ ଦୋଷମୁକ୍ତ କରିଛନ୍ତି। ୨୦୧୩ରେ ତୁରଣ ତେଜପାଲ ତାଙ୍କର ଜଣେ କନିଷ୍ଠ ସହଯୋଗୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଗୋଆର ଗୋଟିଏ…

Read More

ଓଡିଶା ପଇଁ ଗର୍ବର ବିଷୟ, ଶିବସୁନ୍ଦର ଦାସ ହେଲେ ଭାରତୀୟ ମହିଳା କ୍ରିକେଟ୍ ଦଳର ବ୍ୟାଟିଂ କୋଚ୍

ଭାରତୀୟ ମହିଳା କ୍ରିକେଟ୍ ଦଳକୁ ମିଳିଲେ ଆଉ ଦୁଇ କୋଚ୍। ପୂର୍ବତନ ଓପନର ଶିବସୁନ୍ଦର ଦାସଙ୍କୁ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍ କରାଯାଇଛି। ଦଳ ଆଗାମୀ ମାସରେ ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ, ତିନି ଦିନିକିଆ ଓ ତିନି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ। ଏହା ପୂର୍ବରୁ ରମେଶ ପାଓ୍ଵାରଙ୍କୁ ଦଳର ମୁଖ୍ୟ କୋଚ୍…

Read More

ହଙ୍ଗାମା ମଧ୍ୟରେ ନାରଦା କେସ୍‌ର ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ସିବିଆଇ ଅଦାଲତ

ନାରଦା ଷ୍ଟିଙ୍ଗ୍ ଅପରେସନରେ ସୋମବାର ସିବିଆଇର କାର୍ଯ୍ୟାନୁଷ୍ଠାନ ପରେ ପଶ୍ଚିମବଙ୍ଗ ରାଜନୀତି ସରଗରମ  ହୋଇ ଉଠିଛି। ମନ୍ତ୍ରୀଙ୍କ ଗିରଫଦାରୀ ବିରୋଧରେ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତା ସିବିଆଇ କାର୍ଯ୍ୟାଳୟ ବାହାରେ ଜୋରଦାର ପ୍ରଦର୍ଶନ କରିଛନ୍ତି। ଏହି ସମୟରେ କାର୍ଯ୍ୟକର୍ତ୍ତା ପଥରମାଡ ମଧ୍ୟ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷାକର୍ମୀଙ୍କୁ ଲାଠିଚାର୍ଜ କରିବାକୁ ପଡିଛି। ଏହି ମାମଲାରେ ସିବିଆଇ ଅଦାଲତରେ ଚାଲିଥିବା ଶୁଣାଣି ପୂରା ହୋଇଛି। କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ୨୦୧୬ରେ ସାମ୍ନାକୁ ଆସିଥିବା ନାରଦା ଷ୍ଟିଙ୍ଗ୍ ମାମଲାର…

Read More