ସ୍ତନ କର୍କଟ ପାଇଁ ଦାୟୀ ୪ ନୂଆ ଜିନ୍ ଚିହ୍ନଟ
ନୂଆଦିଲ୍ଲୀ, ୨୨/୦୮ : ବୈଜ୍ଞାନିକମାନେ ସ୍ତନ କର୍କଟ ପାଇଁ ଦାୟୀ ୪ ନୂଆ ଜିନ୍ ପାଇଛନ୍ତି । ସ୍ତନ କର୍କଟ ଆଶଙ୍କାଯୁକ୍ତ ମହିଳାଙ୍କୁ ଚିହ୍ନିବାରେ ଏହା ସହାୟକ ହୋଇପାରିବ । ନେଚର୍ ଜେନେଟିକ୍ସ ପତ୍ରିକାରେ ସଦ୍ୟ ଅଧ୍ୟୟନର ତଥ୍ୟ ପ୍ରକାଶ ପାଇଛି । କର୍କଟ ବିକାଶର ତନ୍ତ୍ର ଉପରେ ଏହି ତଥ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି ଏବଂ ନୂଆ ଚିକିତ୍ସା ଚିହ୍ନଟର ମାର୍ଗ ଉନ୍ମୁକ୍ତ କରିଛି । ବ୍ରିଟେନର ୟୁନିଭର୍ସିଟି ଅଫ୍ କେମ୍ବ୍ରିଜ ଓ କାନାଡ଼ାର…