
ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ କିଏ ଜାଣନ୍ତୁ , ଓଡ଼ିଶାରେ କିଏ ?
ଏନଆଇଆରଏଫ୍ ଇଣ୍ଡିଆ ରାଙ୍କିଙ୍ଗ୍ -୨୦୨୫ ଉନ୍ମୋଚିତ () ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ କିଏ ଏବଂ କାହିଁକି ଜଣେ ସେଠାରେ ପଢ଼ିବା ଉଚିତ ଏହା ପ୍ରାୟ ଛାତ୍ରଛାତ୍ରୀଙ୍କ ମନରେ ପ୍ରଶ୍ନ ଆସିଥାଏ। ଯେହାକୁ ଦେଖି ଗତ କିଛି ବର୍ଷ ଧରି ନ୍ୟାସନାଲ ଇନଷ୍ଟିଚ୍ୟୁସନ ରାଙ୍କିଙ୍ଗ୍ ଫ୍ରେମୱାର୍କ(ଏନଆଇଆରଏଫ) ଶିକ୍ଷାନୁଷ୍ଠାନଗୁଡ଼ିକର ରାଙ୍କିଙ୍ଗ ପ୍ରକାଶ କରିଥାଏ। ଗୁରୁଦିବସର ପୂର୍ବ ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ତାଲିକା ପ୍ରକାଶ କରିଛନ୍ତି। ଚଳିତ ଥର ଆଇଆଇଟି ମାଡ୍ରାସ କ୍ରମାଗତ ସପ୍ତମ…