ଆଗକୁ ଆହୁରି ଲଘୁଚାପ ଆସୁଛି : ସେପ୍ଟେମ୍ବର ଶେଷ ଯାଏଁ ଭସେଇବ
ସେପ୍ଟେମ୍ବର ମାସରେ ଆବଶ୍ୟକତା ଠାରୁ ଅଧିକ ବୃଷ୍ଟିପାତ ହୋଇସାରିଲାଣି । ଏହାପରେ ଲାଗ ଲାଗ ଆହୁରି ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି। ଏହାଦ୍ବାରା ରାଜ୍ୟର ସମସ୍ତ ଭାଗରେ ବର୍ଷା ହେବ । ପାଣିପାଗ ବିଭାଗ ଏଭଳି କିଛି ପୂର୍ବାନୁମାନ କରିଛି। ଏବେ ବଙ୍ଗୋପସାଗରରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାପରେ 23 ତାରିଖରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ।…