6 ମାସରେ ଦୁଇଟି ଚନ୍ଦ୍ରଗ୍ରହଣ କାହା ପାଇଁ କେତେ ଶୁଭ କିମ୍ବା ଅଶୁଭ

ଆସନ୍ତା ସେପ୍ଟେମ୍ବର ୭ ଭାଦ୍ରବ ପୂର୍ଣ୍ଣମୀ ତିଥିରେ ପଡୁଛି ଚନ୍ଦ୍ର ଗ୍ରହଣ। ଏଥିସହ ଆସନ୍ତା ବର୍ଷ 2026 ମା ର୍ଚ୍ଚ ୩ ତାରିଖ ଦୋଳପୂର୍ଣ୍ଣମୀରେ ଆଉ ଏକ ଚନ୍ଦ୍ର ଗ୍ରହଣଦୃଶ୍ୟମାନ ହେବ । 7 ତାରିଖ ରାତି 9 57 ମିନିଟ ଗ୍ରହଣ ଲାଗୁ ହେବ । ଗ୍ରହଣ ଛାଡ଼ିବ ରାତି ଗୋଟାଏ 27 ମିନିଟ 17 ସେକେଣ୍ଡରେ । ଯେହେତୁ ରାତି 9ଟା 57 ମିନିଟ ଗ୍ରହଣ ଲାଗୁଛି
ତେଣୁ ଏହାର 9 ଘଣ୍ଟା ପୂର୍ବରୁ ମାନେ 12ଟା 57 ମିନିଟରେ ହାଣ୍ଡିଛାଡ଼ ହେବ। ଏଥିସହିତ ଏହିସମୟରୁ ଦେବନୀତି ବନ୍ଦ କରିବା ପାଇଁ ବିଧି ରହିଛି। ରାତି ଗୋଟାଏ ପର୍ଯ୍ୟନ୍ତ ଗ୍ରହଣ
ଲାଗୁଥିବାରୁ ବ୍ରାହ୍ମମୁହୂର୍ତ୍ତରୁ ଉଠି ଦେବନୀତି ପୁନଃ ଆରମ୍ଭ କରାଯାଇପାରିବ ।
ସାଢ଼େ 3 ଘଣ୍ଟା ଗ୍ରହଣ ଲାଗୁ ହେବ ଏହି ସମୟରେ ଗ୍ରହଣ ଦେଖିବା ବା ନ ଦେଖିବା ବ୍ୟକ୍ତି ବିଶେଷ ଭାବେ ଭିନ୍ନ ଫଳ ପ୍ରଦାନ କରିଥାଏ ବୋଲି ଶାସ୍ତ୍ରବିତମାନେ କୁହନ୍ତି। ସେମାନଙ୍କ କହିବା ଅନୁସାରେ ଗର୍ଭବତୀ ମହିଳାମାନେ ଗ୍ରହଣ ଦର୍ଶନ କରିବା ଉଚିତ ନୁହେଁ , ବରଂ ଏହି ସମୟରେ ମହିଳାମାନେ ହାତରେ ଏକ ନାରିକେଳ ବା ନଡ଼ିଆ ଧରି ବିଷ୍ଣୁଙ୍କୁ ସ୍ମରଣ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ନରେଶ ଚନ୍ଦ୍ର ଦାଶ କହିଛନ୍ତି ।
ସେହିପରି ୬ ମାସ ଅନ୍ତରରେ ଦୁଇ ଦୁଇଟି ଚନ୍ଦ୍ର ଗ୍ରହଣକୁ ନେଇ ଗଣନାକାରୀଙ୍କ ମଧ୍ୟରେ ନାନା ମତ ଦେଖାଦେଇଛି। କେଉଁ ରାଶିକୁ ଶୁଭ କେଉଁ ରାଶିକୁ ଅଶୁଭ ସେନେଇ ମଧ୍ୟ ସୂଚନା ଦେଇଛନ୍ତି ଶାସ୍ତ୍ରବିତ୍। ସେମାନଙ୍କ କହିବା ଅନୁସାରେ କିଛି ରାଶିକୁ ଚନ୍ଦ୍ରଗ୍ରହଣ ଅଶୁଭ।. ସେଗୁଡ଼ିକ ହେଲା ବୃଷ, ମିଥୁନ, କର୍କଟ, ସିଂହ, କୁମ୍ଭ ମୀନ ରାଶି। ଏହି 6 ରାଶିର ବ୍ୟକ୍ତିମାନେ ଗ୍ରହଣ ଦର୍ଶନ ଅଶୁଭ ବୋଲି କୁହାଯାଉଛି । ତେବେ ଅନ୍ୟମାନେ ଗ୍ରହଣ ଦର୍ଶନ କରିପାରିବେ। ଏଥିସହିତ ଗ୍ରହଣ ସମୟରେ ଦାନ ଧର୍ମ କରିବା ମଧ୍ୟ ଉତ୍ତମ ।

ଚନ୍ଦ୍ରଗ୍ରହଣ ଲାଗୁ ସମୟରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି କରାଯିବ ତେବେ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ଚନ୍ଦ୍ର ଗ୍ରହଣକୁ ନେଇ କିଛି ଜ୍ୟୋର୍ତିବିଦ ଏହା ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି ମତ ରଖିଥିବା ବେଳେ ଅନ୍ୟ ଜ୍ୟୋତିର୍ବିଦ ପଞ୍ଜିକାରେ ସେଭଳି ଦେଶ ପ୍ରତି ଅମଙ୍ଗଳ ନ ଥିବା ଉଲ୍ଲେଖ କରିଛନ୍ତି ।

୬ ମାସ ଭିତରେ ଦୁଇ ଦୁଇଟି ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଏହା ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି କିଛି ଗଣନାକାରୀ ମତ ଦେଇଛନ୍ତି। ଭାଦ୍ରବ ମାସ ପୂର୍ଣ୍ଣମୀ ତିଥିରେ ରାହୁ ଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡୁଥିବା ବେଳେ ଆସନ୍ତାବର୍ଷ ଦୋଳପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ ପଡୁଛି। ଏହି ଦୁଇଟି ଯାକ ଚନ୍ଦ୍ରଗ୍ରହଣ ବଡ଼ ବଡ଼ ପର୍ବ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ବତନ୍ତ୍ର ତିଥିରେ ପଡୁଛି। କିଛି
ଜ୍ୟୋତିଷ କହିଛନ୍ତି ଯେ ୬ ମାସ ବ୍ୟବଧାନରେ ଦୁଇ ଦୁଇଟି ଚନ୍ଦ୍ରଗ୍ରହଣ ପଡୁଥିବାରୁ ରାଜ୍ୟକୁ ଅଶୁଭ ବେଳା ଆସିପାରେ। ଏହି 6 ମାସ ମଧ୍ୟରେ ରାଜ୍ୟକୁ ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି
ପ୍ରାକୃତିକ ବିପର୍ଯ୍ୟୟର ଆସିପାରେ, ଓଡ଼ିଶା ମଧ୍ୟ ଏହାର ସାମ୍ନା କରିପାରେ । ତେବେ ଏହାକୁ କିଛି ଜ୍ୟୋତିଷ ଖଣ୍ଡନ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *