କମୁଛି ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା 4 ହଜାର ଉପରେ

ଦେଶରେ କ୍ରମାଗତ ଭାବେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ମୃତ୍ୟୁସଂଖ୍ୟାରେ କୌଣସି ବ୍ରେକ ଲାଗୁନି। ଲଗାତର ୪ ଦିନ ପରେ ଗତକାଲି ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ତଳକୁ ଖସିଥିବା ବେଳେ ଆଜି ପୁଣି ଏହା ୪ ହଜାର ପାର କରିଛି।

୨୪ ଘଣ୍ଟାରେ ୪୨୦୯ ଜଣଙ୍କ ଜୀବନ ନେଇଛି କିଲର କରୋନା। ଗତକାଲି ଏହା ୩୮୭୪ ଥିଲା। ବୁଧବାର ଦେଶରେ ରେକର୍ଡ ୪୫୨୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ମୃତ୍ୟୁସଂଖ୍ୟା ବଢ଼ିଥିଲେ ହେଁ ଆଜି ସଂକ୍ରମିତଙ୍କ ସଂଖ୍ୟା ୨.୬୦ ଲକ୍ଷ ତଳକୁ ଖସି ଆସିଛି।
ଗତ ୨୪ ଘଣ୍ଟାରେ ୨,୫୯,୫୯୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୨୦,୬୧, ୬୮୩ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ୨୦,୫୫,୦୧୦ଟି ନମୁନା ପରୀକ୍ଷା କରାଯାଇଥିଲା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୨,୫୯,୫୯୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୬୦,୩୧, ୯୯୧ରେ ପହଞ୍ଚି ଯାଇଛି। ଗତକାଲି ୨,୭୬,୧୧୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ।

Leave a Reply

Your email address will not be published. Required fields are marked *