କାଶ୍ମୀରର କୁନି ଝିଅ ପଚାରିଲା ମୋଦିଙ୍କୁ ପ୍ରଶ୍ନ.. ତାପରେ….

ଏକ କୁନିଝିଅର କଥା ପୂରା ଦେଶକୁ ଆନ୍ଦୋଳିତ କରିଦେଲା । ଏମିତି ହେଲା କି ଶେଷରେ ଜାମ୍ମୁ ଓ କାଶ୍ମରର ଉପ ରାଜ୍ୟପାଳ ହସ୍ତକ୍ଷେପ କଲେ ଏବଂ କୁନି ଝିଅର ଦାବିକୁ ଶୁଣିବାକୁ ବାଧ୍ୟ ହେଲେ ସରକାର ।  କାଶ୍ମୀରର ବାଟମାଲୁର ଏହି କୁନି ଝିଅ ମାଇରୂ ଇର୍ଫାନର ଏକ ଭିଡିଓ ଟ୍ବିଟରରେ ଖୁବ ଭାଇରାଲ ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଭିଡିଓରେ ଟ୍ୟାଗ କରାଯାଇଥିଲା ଏବଂ ଏଥିରେ କୁନି ଝିଅଟି ବାରମ୍ବାର କହୁଥିଲା ଯେ ସେ ଅନଲାଇନ କ୍ଲାସର ବୋଝରେ ଅତିଷ୍ଠ ହୋଇପଡ଼ିଲାଣି।  ସକାଳ 10ଟାରୁ ଦିନ 2ଟା ପର୍ଯ୍ୟନ୍ତ ବିଭିନ୍ନ ସବଜେକ୍ଟରେ ଅନଲାଇନ କ୍ଲାସ ତା ଭଳି ଏକ 6 ବର୍ଷର ଝିଅ ପାଇଁ ଖୁବ ଅଧିକ ହୋଇଯାଉଛି। ଏସବୁ ବଡ଼ ବଡ଼ ପିଲାମାନଙ୍କ ପାଇଁ ଠିକ୍ ଅଛି। କୁନି ଝିଅଟିର ଏହି ଭିଡିଓ ଭାଇରାଲ ହେବା ପରେ ନାନା ଆଡୁ କମେଣ୍ଟ ଆସିଥିଲା । ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥିଲେ। ଦେଶର ଶିକ୍ଷା ବ୍ୟବସ୍ଥାରେ ଛୋଟ ଛୋଟ ପିଲାଙ୍କ ଉପରେ ବୋଝ ନ ଦେବା ଲାଗି ମତ ଦେଇଥିଲେ ।

ପିଲାଟିର ପୋଷ୍ଟ ଦେଖି ଜାମ୍ମୁ ଓ  କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ତୁରନ୍ତ ହସ୍ତକ୍ଷେପ କରିଥିଲେ । ଟ୍ବିଟ କରି ଛୋଟ ଛୋଟ ପିଲାଙ୍କ ପାଇଁ ଅନଲାଇନ କ୍ଲାସ ବୋଝ କମାଇବାକୁ ନିର୍ଦ୍ଦେଶ ଦେଇଥିଲେ। ନୂଆ ଶିକ୍ଷାନୀତି ଅନୁସାରେ ଏଠାରେ ଅନଲାଇନ କ୍ଲାସ ସମୟ ହ୍ରାସ କରାଯାଇଥିଲା ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କ ଅନଲାଇନ କ୍ଲାସ ଦେଢ଼ଘଣ୍ଟାରୁ ଅଧିକ ହେବନି ଓ ନବମରୁ ଦ୍ବାଦଶ ଶ୍ରେଣୀର ପିଲାଙ୍କ ପାଇଁ କ୍ଲାସ ସମୟ 3 ଘଣ୍ଟା କରାଯାଇଛି…

Leave a Reply

Your email address will not be published. Required fields are marked *