ଗର୍ଭବତୀ ମହିଳାଙ୍କ ସହାୟତା ପାଇଁ ଅନୁଷ୍କାଙ୍କ ବିରାଟ ଉଦ୍ୟମ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ସାମାଜିକ କାର୍ଯ୍ୟରେ ଆଗ୍ରହ ଦେଖାଉଛନ୍ତି। ନିକଟରେ ଅନୁଷ୍କା ତାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହ କୋଭିଡ ରିଲିଫ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ। ଏହା ବ୍ୟତୀତ ସେ ବର୍ତ୍ତମାନ ଗର୍ଭବତୀ ଏବଂ ନିକଟରେ ମା’ ହେବାକୁ ଥିବା ମହିଳାମାନଙ୍କୁ ସାହାଯ୍ୟ କରିବାର ଦାୟିତ୍ୱ ଗ୍ରହଣ କରିଛନ୍ତି।ଅନୁଷ୍କା ଏଥିପାଇଁ ଏକ ହେଲ୍ପଲାଇନ ନମ୍ବର ସେୟାର କରିଛନ୍ତି । ଯାହାଦ୍ୱାରା ମହିଳାମାନଙ୍କୁ ଚିକିତ୍ସା ସହାୟତା ଯୋଗାଇବାରେ ସାହାଯ୍ୟ ମିଳିପାରିବ ।
ଅନୁଷ୍କା ଶର୍ମା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ କହିଛନ୍ତି, ରାଷ୍ଟ୍ରୀୟ ମହିଳା ଆୟୋଗ (ଏନସିଡବ୍ଲୁ) ‘ହାପି ଟୁ ହେଲପ’ ପଦକ୍ଷେପ ଅନ୍ତର୍ଗତ ଗର୍ଭବତୀ ତଥା ନିକଟରେ ମା’ ହେବାକୁ ଥିବା ମହିଳାମାନଙ୍କୁ ଚିକିତ୍ସା ସହାୟତା ଦେବା ପାଇଁ ହେଲ୍ପଲାଇନ ନମ୍ବର ସେୟାର କରିଛନ୍ତି। ଚିକିତ୍ସା ସହାୟତା ଯୋଗାଇବା ପାଇଁ ଏନସିଡବ୍ଲୁ ଟିମ୍ ୨୪ ଘଣ୍ଟା ଉପଲବ୍ଧ ହେବ। ଅନୁଷ୍କା ହେଲ୍ପଲାଇନ ନମ୍ବର ସହିତ ଇମେଲ୍ ଆଇଡି ମଧ୍ୟ ସେୟାର କରିଛନ୍ତି । ହେଲ୍ପଲାଇନର ହ୍ୱାଟସ୍ ଅପ୍ ନମ୍ବର ହେଉଛି ୯୩୫୪୯୫୪୨୨୪, ଏବଂ ଇମେଲ୍ ଆଇଡି ହେଉଛି helpatncw@gmail.com । ହେଲ୍ପଲାଇନ ନମ୍ବର ସହିତ, ପ୍ରଦାନ କରାଯାଇଥିବା ଇମେଲ ଆଇଡି ମଧ୍ୟ ସାହାଯ୍ୟ କରିବ ।

ଅନୁଷ୍କା ତାଙ୍କ ସ୍ୱାମୀ ବିରାଟଙ୍କ ସହ କୋଭିଡ ରିଲିଫ ପାଇଁ ୧୧ କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିଛନ୍ତି। ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଭିଡିଓ ସେୟାର କରି ଅନୁଷ୍କା ଏହି ପଦକ୍ଷେପ ଆରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *