ଜାଣନ୍ତୁ କେଉଁ ଟିକା ଦାମ କେତେ ? ଆପଣ ପାଉଛନ୍ତି କେତେରେ…

ସମସ୍ତଙ୍କୁ ମାଗଣାରେ ଟିକା ଦିଆଯ଼ିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିସହିତ ଘରୋଇ ହସ୍ପିଟାଲରେ ଟିକା ମଧ୍ୟ କିଣିବା ପାଇଁ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ପର ଦିନ କେନ୍ଦ୍ରସରକାର ଟିକା ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଟିକା କେମିତି ଉତ୍ପାଦନକାରୀ କମ୍ପାନିଙ୍କଠାରୁ ଆସିବ ଏବଂ ରାଜ୍ୟଗୁଡ଼ିକୁ ବିତରଣ କରାଯିବ ଏସବୁ ବ୍ୟବସ୍ଥା କରିଛନ୍ତି। ତେବେ ଦେଶରେ ଘରୋଇ ହସ୍ପିଟାଲରେ ଟିକା ମିଳିବା ଆରମ୍ଭ ହେବା ପର ଠାରୁ କିଛି ହସ୍ପିଟାଲ ଚଢ଼ା ଦରରେ ଟିକା ବିକୁଥିବାରୁ ନଜିର ଆସିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କେଉଁଟିକା କେତେ ଦରରେ ମିଳିବ ସ୍ପଷ୍ଟ ନିର୍ଦ୍ଧାରଣ କରିଦେଇଛନ୍ତି । ଏଣିକି କୌଣସି ହସ୍ପିଟାଲ

Vaccin Syringe

ଏହି ଦର ଠାରୁ ଅଧିକରେ ବିକ୍ରି କରିପାରିବେ ନାହିଁ । ଘୋଷଣା ଅନୁଯାୟୀ କମ୍ପାନି ଦର ଏବଂ ଜିଏସଟି ଓ ସର୍ଭିସ ଚାର୍ଜ ମିଶାଇ ଟିକା ଦର କେତେ ହେବ ତାହା ସ୍ପଷ୍ଟ ଉଲ୍ଲେଖ କରିଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ, ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଟିକାର ଗୋଟିଏ ଡୋଜର

 

ଦର ବାବଦରେ ଘରୋଇ ହସ୍ପିଟାଲ ଗୁଡ଼ିକ ସର୍ବାଧିକ ୭୮୦ ଟଙ୍କା ଲୋକଙ୍କ ଠାରୁ ନେଇପାରିବେ। ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାର ସର୍ବାଧିକ ଦର ୧୪୧୦ ଟଙ୍କା ରହିଛି। ସେହିପରି ରୁଷ ଟିକା ସ୍ପୁଟନିକ ଭିର ଗୋଟିଏ ଡୋଜ୍‌ର ଦାମ ୧୧୪୫ ଟଙ୍କା ରଖା ଯାଇଛି। ଏହାଠାରୁ ଅଧିକ ଦାମ କୌଣସି ଘରୋଇ ହସ୍ପିଟାଲ ନେଇ ପାରିବେ ନାହିଁ ବୋଲି ମନ୍ତ୍ରଣାଳୟ କହିଛି। ନିମ୍ନରେ ଦିଆଯ଼ାଇଛି କେଉଁ ଟିକା ପ୍ରକୃତ ଦର କେତେ ଏବଂ ଏହା ଘରୋଇ ହସ୍ପିଟାଲରେ ଟ୍ୟାକ୍ସ ସହିତ କେତେ ଟଙ୍କାରେ ମିଳିବ ।

 

କ୍ରମିକ ନଂ ଟିକା କମ୍ପାନି ଦର ଜିଏସଟି ସେବା କର ମିଳୁଥିବା ଦର
1 କୋଭିସିଲ୍ଡ 600 30 150 780
2 କୋଭାକ୍ସିନ 1200 60 150 1410
3 ସ୍ପୁଟନିକ( ଭି) 948 47 150 1145

 

କେବଳ ସେତିକି ନୁହେଁ ଟିକା ଦେବାରେ ଘରୋଇ ହସ୍ପିଟାଲ ଗୁଡ଼ିକ ନିୟମ ପାଳନ କରୁନାହାନ୍ତି, ଠିକ୍ ସୂଚନା ଦେଉନାହାନ୍ତି ଏବଂ ଲୋକଙ୍କ ଠାରୁ ଅଧିକ ଦାମରେ ଟିକା ନେଉଥିବା ଅଭିଯୋଗ ଆସିବା ପରେ କେନ୍ଦ୍ର ରାଜ୍ୟ ସରକାରମାନଙ୍କୁ ଏହା ଉପରେ ନଜର ରଖିବା ଲାଗି ନିର୍ଦ୍ଦେଶ ଦେଇଛି। ଏ ବାବଦରେ ସ୍ବାସ୍ଥ୍ଯ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ଚିଠି ଲେଖିବା ପରେ ରାଜ୍ୟ ସରକାର ମଧ୍ୟ ତତ୍ପରତା ଦେଖାଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଘରୋଇ ହସ୍ପିଟାଲରେ ଟିକାକରଣ ଉପରେ ନଜର ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଯେମିତିକି ଘରୋଇ ହସ୍ପିଟାଲ ଗୁଡ଼ିକ କୋ ଉଇନ ଆପରେ ଟିକା ବାବଦରେ ଆଗୁଆ ସୂଚନା ଦେବେ, ଟିକା ଦାମ କେତେ ଏସବୁ କିଛି ଉପଲବ୍ଧ କରିବେ । ଯେଉଁ ଘରୋଇ ହସ୍ପିଟାଲଗୁଡ଼ିକ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *