ମଧ୍ୟପ୍ରାଚ୍ୟରେ ଯ଼ୁଦ୍ଧ ବିରତିକୁ ଭାରତର ସ୍ବାଗତ

ମଧ୍ୟପ୍ରାଚ୍ୟରେ ଯ଼ୁଦ୍ଧ ବିରତିକୁ ଭାରତ ସ୍ବାଗତ କରିଛି। ଇସ୍ରାଏଲ ଓ ହମାସ ମଧ୍ୟରେ ଦୀର୍ଘ ୧୧ ଦିନ ହେଲା ଚାଲିଥିଲା ଘମାଘୋଟ ଲଢ଼େଇ। ଏବେ ଏଥିରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଉଭୟ ଦେଶ ଯୁଦ୍ଧ ବିରତି ଘୋଷଣା କରିଛନ୍ତି । ଅସ୍ତ୍ର ବିରତି ଚୁକ୍ତି ଉଭୟ ଦେଶ କରିବା ପରେ ଗାଜାରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗିଛି। ଇସ୍ରାଏଲ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗାଜାରେ ୧୧ ଦିନ ହେଲା ଇସ୍ରାଏଲ ଚଳାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସୁରକ୍ଷା କ୍ୟାବିନେଟ୍ ମଞ୍ଜୁରୀ ଦେଇଛି।

ହମାସର ଜଣେ ଅଧିକାରୀ ମଧ୍ୟ ଏହି ସୂଚନାକୁ ନିଶ୍ଚିତ କରିଛନ୍ତି। ଉଭୟ ଦେଶ ଅସ୍ତ୍ରବିରତିକୁ ଅନୁମତି ଦେଇଥିବାରୁ କେହି କାହା ଉପରେ ଆକ୍ରମଣ କରିବେ ନାହିଁ। ଶୁକ୍ରବାର ଭୋର ୨ଟାରୁ ଏହି ଅସ୍ତ୍ରବିରତି ଚୁକ୍ତି କାର୍ଯ୍ୟକାରୀ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିବାଦର ସମାଧାନ ପାଇଁ ଇଜିପ୍ଟ ମଧ୍ୟସ୍ଥି ଭାବେ କାମ କରିଥିଲା। ଇଜିପ୍ଟ ମଧ୍ୟସ୍ଥିମାନେ ଇସ୍ରାଏଲକୁ ବୁଝାଇବା ସହ ଅସ୍ତ୍ର ବିରତିରେ ରାଜି ହେବାକୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍‌ ଗ୍ରହଣ କରିଛି।

Leave a Reply

Your email address will not be published. Required fields are marked *