ମା କଣ ଏମିତି କରିପାରେ ?

ସ୍ୱାମୀ ପ୍ରଥମ ବିବାହ କରିଥିଲେ, ପିଲାପିଲି ଥିଲେ, କିନ୍ତୁ ପୁଣି ଆଉ ଗୋଟିଏ ବିବାହ କଲେ । ଏମିତି କି ଦ୍ଵିତୀୟ ସ୍ତ୍ରୀକୁ ଭଡା ଘରେ ରଖୁଥିଲେ ମଧ୍ୟ ପିଲା ହେବା ପରେ ତାଙ୍କ ପାଖକୁ ଗଲେ ନାହିଁ । ସେଥି ପାଇଁ ପୁଣି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେବାରୁ ଦ୍ଵିତୀୟ ସ୍ତ୍ରୀ ନିଜ ପିଲାକୁ ଗାଡି ସମ୍ମୁଖକୁ ଫିଙ୍ଗି ପରେ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ପରେ ଆପୋଷ ବୁଝାମଣାରେ ଫେରିଛନ୍ତି ଦମ୍ପତି । ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାରିଘରିଆ ନିକଟ ମୁଣ୍ଡା ସାହିରେ ।

ସୂଚନାଯୋଗ୍ୟ ଯେ, ଚାରି ଘରିଆ ମୁଣ୍ଡା ସାହିର ବିଜୟ ମୁର୍ମୁ ପ୍ରଥମେ ବିବାହ କରିଥିଲେ l ପ୍ରଥମ ସ୍ତ୍ରୀ ଙ୍କର ପିଲା ହେବା ପରେ ପୁଣି ଦ୍ଵିତୀୟ ବିବାହ କରିଥିଲେ । ଦ୍ଵିତୀୟ ସ୍ତ୍ରୀଙ୍କର ପୁଅ ହେବା ପରେ ଆଉ ଘରକୁ ନେଲେ ନାହିଁ କି ଆଉ ଆସିଲେ ନାହିଁ । କଳହ ବଢିବାରୁ ବିଜୟଙ୍କ ଦ୍ଵିତୀୟ ସ୍ତ୍ରୀ ତାଙ୍କ ନଅମାସର ଶିଶୁ ପୁତ୍ରକୁ ଏକ ଟ୍ରକ ସମ୍ମୁଖକୁ ଫିଙ୍ଗି ଦେଇଥିଲେ । ଟ୍ରକ ଚାଳକ ଗାଡି ଅଟକାଇ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ । ପରେ ପୁଣି ଦୁଇ ଜଣ ସ୍ୱାମୀ ସ୍ତ୍ରୀଙ୍କୁ ଅଟକ ରଖିବା ସହ ଶିଶୁ ପୁତ୍ରକୁ ମେଡିକାଲରେ ଚିକିତ୍ସା କରାଇଥିଲେ । ସେଠାରେ ଟାଉନ ପୋଲିସ ପହଂଚିବା ପରେ ଉଭୟଙ୍କୁ ଥାନାକୁ ନେଇଥିଲା । ପରେ ଆପୋଷ ବୁଝାମଣାରେ ଉଭୟ ସ୍ୱାମୀ ସ୍ତ୍ରୀ ଘରକୁ ଫେରିଛନ୍ତି ।

Leave a Reply

Your email address will not be published. Required fields are marked *