୧୦୯ ଭେରାଇଟିର ୬୧ଟି ଶସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଛନ୍ତି । ଯାହା ମଧ୍ୟରେ ୩୪ ଟି ସାଧାରଣ ଫସଲ ଏବଂ ୨୭ଟି ଉଦ୍ୟାନ କୃଷି ଫସଲ ରହିଛି । ପ୍ରଧାନମନ୍ତ୍ରୀ ଏନେଇ କୃଷକ ଏବଂ ବୈଜ୍ଞାନିକଙ୍କ ସହ ଆଲୋଚନା କରିଛନ୍ତି । ଏହି କିସମର ବିହନ କୃଷକଙ୍କୁ କମ୍ ପରିଶ୍ରମରେ ଅଧିକ ଉତ୍ପାଦନ ଦେବା ସହିତ ପରିବେଶ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି ।
34 ସାଧାରଣ ଫସଲ ଫସଲ ମଧ୍ୟରେ ମିଲେଟ, ଚାରା ଫସଲ, ତୈଳବୀଜ, ଡାଲି, ଆଖୁ, କପା, ଫାଇବର ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ଫସଲ ସହିତ ବିଭିନ୍ନ ଶସ୍ୟର ମଞ୍ଜି ଜାରି କରାଯାଇଛି । ଏଥି ସହିତ, ଉଦ୍ୟାନ କୃଷି ଫସଲରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ବଗିଚା, କଦଳୀ ଫସଲ, ମସଲା, ଫୁଲ ଏବଂ ଔଷଧୀୟ ଫସଲ ମଧ୍ୟ ଅନ୍ତର୍ଭୁକ୍ତ
ଫସଲର ଏହି ଉନ୍ନତ କିସମ ବିହନର ମହତ୍ତ୍ବକୁ ନେଇ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । କୃଷକମାନେ ଏହି ବିହନ ସେମାନଙ୍କ ପାଇଁ ଖର୍ଚ୍ଚ କମ୍ କରିବା ସହିତ ପରିବେଶ ପାଇଁ ଅନୁକୂଳ ହେବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲୋକେ ଏବେ ପୁଷ୍ଟିକର ଖାଦ୍ୟ ଆଡ଼କୁ ଢଳୁଛନ୍ତି । ପ୍ରାକୃତିକ ପଦ୍ଧତିରେ ଚାଷ ଏବଂ ଜୈବିକ ପଦ୍ଧତିରେ ଚାଷରୁ ଉତ୍ପନ୍ନ ଖାଦ୍ୟ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି ଜୈବିକ ଚାଷରେ ଉତ୍ପାଦନ ହେଉଥିବା ଖାଦ୍ୟ ପଦାର୍ଥକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ତେଣୁ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Prime Minister Narendra Modi released 109 high yielding, climate resilient and biofortified varieties of crops at India Agricultural Research Institute, New Delhi earlier today.
Prime Minister also interacted with the farmers and scientists on the occasion. Discussing the… pic.twitter.com/ETtQJY77DI
— Press Trust of India (@PTI_News) August 11, 2024
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପକ୍ଷରୁ ବିକଶିତ ଡାଲିଜାତୀୟ ଗୋ-ଖାଦ୍ୟ ଫସଲ ବିହନ ‘ପ୍ରଥମା’କୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଏହା ଦେଶରେ ‘ପିଲିପେସାର’ର ସର୍ବପ୍ରଥମ କିସମ ଅଟେ। ପ୍ରାଥମିକ ପର୍ଯ୍ୟାୟରେ ଏହି କିସମଟି ଓଡ଼ିଶା ଓ ତାମିଲନାଡ଼ୁ ଜଳବାୟୁରେ ଖରିଫ ଋତୁରେ ଚାଷ କରାଯାଇ ପାରିବ। ଏଥିରେ ହେକ୍ଟର ପିଛା ହାରାହାରି ୧୫୭.୫ କ୍ବିଣ୍ଟାଲ ସବୁଜ ଗୋ-ଖାଦ୍ୟ ଏବଂ ୧.୮୨ କ୍ବିଣ୍ଟାଲ ମଞ୍ଜି ଅମଳ କ୍ଷମତା ରହିଛି।
‘ପ୍ରଥମା’ରୁ ଉତ୍ପାଦିତ ଗୋ-ଖାଦ୍ୟରେ ୧୭% ପୁଷ୍ଟିସାର ଓ ସମପରିମାଣର ତନ୍ତୁଜାତୀୟ ପଦାର୍ଥ ରହିଥିବା ନେଇ ଓୟୁଏଟି ପକ୍ଷରୁ ସୂଚନା ଦିଆଯାଇଛି। ଯାହା କ୍ଷୀର ଉତ୍ପାଦନ ବୃଦ୍ଧି କରିବାରେ ସହାୟକ ହେବ। ଓୟୁଏଟି ଅନ୍ତର୍ଗତରେ କାର୍ଯ୍ୟ କରୁଥବା ସର୍ବଭାରତୀୟ ସଂଯୋଜିତ କ୍ଷମତାଯୁକ୍ତ ଫସଲ ପ୍ରକଳ୍ପର ବୈଜ୍ଞାନିକ ଡ.ଦୟାନିଧି ମିଶ୍ର, ଡ. ଅସୀମ ଦାଶ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ବୈଜ୍ଞାନିକମାନଙ୍କର ୭ ବର୍ଷରୁ ଊର୍ଦ୍ଧ୍ବ ସମୟର ମିଳିତ ଗବେଷଣା ପରେ ଏହା ବିକଶିତ ହୋଇଛି। ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ ରାଉଳ ଏହାର ନାମକରଣ କରିଛନ୍ତି।