କାହା ପାଇଁ ଚାମ୍ପିଅନ ହେଲା ଟିମ୍ ଇଣ୍ଡିଆ (ଡବ୍ଲୁ)

ଭାରତୀୟ ମହିଳା କ୍ରିକେଟ ବାହିନୀ ସବୁ ପ୍ରତିବନ୍ଧକକୁ ପାର କରି ବିଶ୍ବ ଚାମ୍ପିଅନ ହୋଇଛି । ପ୍ରଥମରେ ଅଷ୍ଟ୍ରେଲିଆର ଫାଇନାଲ ଖେଳିବାର ଧାରାକୁ ଚୂନା କରିବା ଏବଂ ଏହା ସହିତ ପ୍ରଥମ ଥର ପାଇଁ ବିଶ୍ବ ଚାମ୍ପିଅନ ହୋଇ ପୁଣି ଥରେ କ୍ରିକେଟ ପ୍ରେମିଙ୍କ ମନରେ ଜୋଶ ଭରିଛି ହରମନ ପ୍ରିତଙ୍କ ଟିମ । ଚାରି ଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

ଗତକାଲି ନବି ମୁମ୍ବାଇରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି 298 ରନର ବିଶାଳ ରନ ଠିଆ କରାଇଥିଲା । ତେବେ ଏତେ ବଡ଼ ସ୍କୋର ଭାରତ କାହା ପାଇଁ ଠିଆ କରାଇଥିଲା ନିଶ୍ଚିତ ଭାବେ ଏହାର ଶ୍ରେୟ ସେଫାଳି ବର୍ମାଙ୍କ ପାଖକୁ ଯାଏ । ଧର୍ଯ୍ୟ ପୂର୍ଣ୍ଣ ଭାବେ ବ୍ୟାଟିଂ କରିଥିଲେ ସେଫାଳି । 78 ବଲରେ 87 ରନ କରିଥିଲେ । ଏହା ହିଁ ଦକ୍ଷିଣ ଆଫ୍ରିକା ଆଗରେ ଏକ ବିଶାଳ ପାଚେରୀ ତିଆରିର ଭିତ୍ତି ପକାଇଥିଲା । ସେହିପରି ସ୍ମୃତି ମାନ୍ଧାନ 45 ରନ ଦୀପ୍ତି ଶର୍ମା 58 ରନ କରିଥିଲେ, ଜେମିମା 24 ଏବଂ ହରମନପ୍ରିତ 20 ରନ କରିଥିଲେ ।ତେଣୁ କେବଳ ଯେ ସେଫାଳି ବିଶାଳ ରନ ଠିଆ କରାଇଲେ ତାହା ନୁହେଁ ପଛକୁ ପଛ ସ୍କୋରବୋର୍ଡ ଗଡ଼େଇ ଚାଲିଥିଲେ ଅନ୍ୟ ବ୍ୟାଟସମ୍ୟାନ । 299 ରନର ଟାର୍ଗେଟ ନେଇ ଯେତେବେଳେ ଦକ୍ଷିଣ ଆଫ୍ରିକା ବ୍ୟାଟିଂକୁ ଓହ୍ଲାଇଥିଲା ସେତେବେଳେ ଆଗରେ ଏକ ବଡ଼ ସ୍କୋର ତ ଥିଲା ତା ସହିତ ବର୍ଷାରେ ଓଦା ରହିଥିବା ପିଚରେ ରନ ଗଡ଼ାଇବା ବି କଷ୍ଟ ହୋଇଥିଲା ଆଉ ଏଠାରେ ମଧ୍ୟ କମାଲ କରିଥିଲେ ଦୀପ୍ତି ଶର୍ମା ଏବଂ ଶେଫାଳି ବର୍ମା ଦୀପ୍ତି 5ଟି ବିକେଟ ନେଇଥିବା ବେଳେ ଶେଫାଳି 2ଟି ୱିକେଟ ନେଇଥିଲେ । 52 ରନ ପଛରେ ରହିଯାଇଥିଲା ଦକ୍ଷିଣ ଆଫ୍ରିକା । ଶେଫାଳି ଏବଂ ଦୀପ୍ତି ଯେଉଁଭଳି ଭାବେ ଚମକପ୍ରଦ ଖେଳ ଦାଖାଇଥିଲେ ଷ୍ଟାଡିଅମରେ ଥିବା ଦର୍ଶନ ଅଭିଭୁତ ହୋଇଯାଇଥିଲେ । ଆଉ ଫଳ ହୋଇଥିଲା ଏକ ନୂଆ ଇତିହାସ ଲେଖାଯାଇଥିଲା । ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆଇସିସି, ବିସିସିଆଇ,ଚାରିଆଡ଼ୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି । ଏ ସେଲିବ୍ରେସନ ସାରା ଦେଶକୁ ଉତ୍ସାହିତ କରିଛି ।
ଆପଣ ଏହି ମ୍ୟାଚର ବିଜୟ ଶ୍ରେୟ କାହାକୁ ଦେବେ

A ହରମନପ୍ରୀତ କୌର B ଶେଫାଳି ବର୍ମା C ଦୀପ୍ତୀ ଶର୍ମା D ରିଚା ଘୋଷ

2 thoughts on “କାହା ପାଇଁ ଚାମ୍ପିଅନ ହେଲା ଟିମ୍ ଇଣ୍ଡିଆ (ଡବ୍ଲୁ)

Leave a Reply

Your email address will not be published. Required fields are marked *