ଏହି 5ଟି ଓଡ଼ିଆ ଫିଲ୍ମ ଆପଣ ନିଶ୍ଚୟ ଦେଖିଥିବା ଉଚିତ

ଆମ ସାହିତ୍ୟର ଯେମିତି କିଛି ନିର୍ଦ୍ଦିଷ୍ଟ ପୁସ୍ତକ ରହିଛି ଯାହାକି ଜଣେ ଓଡ଼ିଆ ହିସାବରେ ନିଶ୍ଚୟ ପଢ଼ିଥିବା ଉଚିତ, ସେମିତି କିଛି ସିନେମା ମଧ୍ୟ ରହିଛି ଯେମିତି ବି ହେଉ ଏହି ଫିଲ୍ମ ଆପଣ ନିଶ୍ଚୟ ଦେଖିଥିବା ଉଚିତ । ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ଫିଲ୍ମଗୁଡିକ ମଧ୍ୟରୁ ଏହି 5ଟିକୁ ଗ୍ରହଣ କରାଯାଇପାରେ, ଜଣେ ଓଡ଼ିଆ ହିସାବରେ ଏହି ଫିଲ୍ମ ଆପଣ ନିଶ୍ଚୟ ଦେଖିଥିବା ଉଚିତ ।
ଏହି ସିରିଜର ପ୍ରଥମ ଓଡ଼ିଆ ଫିଲ୍ମ ହାକିମ ବାବୁ ବୋଲି ଧରିନିଆଯିବ । 1985 ମସିହାରେ ମୁକ୍ତିଲାଭ କରିଥିବା ଏହି ଓଡ଼ିଆ ଫିଲ୍ମ ସେହି ବର୍ଷ ପାଇଁ ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଥିଲା । ପ୍ରଣବ ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ମୂଳ କାହାଣୀ ପ୍ରସିଦ୍ଧ ସାହିତ୍ୟିକ ବିଭୂତି ପଟ୍ଟନାୟକ ଲେଖିଥିବା ବେଳେ ଡାଏଲଗ ବିଜୟ ମିଶ୍ର ଲେଖିଥିଲେ। ଅଜିତ ଦାସ, ବିଜୟ ମହାନ୍ତି, ଜୟା, ଡଲି ଜେନା ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମକୁ ସମୟ ଠାରୁ ଆଗରୁ ତିଆରି ହୋଇଥିବା ଫିଲ୍ମ କୁହାଯାଇପାରେ। କାରଣ ଏଥିରେ କ୍ଲାସ୍ ଆଣ୍ଡ କାଷ୍ଟର କନଫ୍ଲିକ୍ଟ ଥିବା ବେଳେ ଖଣି ବିସ୍ଥାପନ ସମସ୍ୟାକୁ କାହାଣୀରେ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି । ଯଦି ଦେଖିଛନ୍ତି ଏହି ଫିଲ୍ମର ଅନ୍ତର୍ନୀହିତ ବିଷୟକୁ ବିଶ୍ଳେଷଣ କରନ୍ତୁ ଏହାର ମଜା ପାଇପାରିବେ, ଆପଣ ଏଠାରେ ଉଲ୍ଲେଖ କରିପାରିବେ

2 ଯଦି ଆପଣ ଏକ ସଂପୂର୍ଣ୍ଣ ଓଡ଼ିଆ କଥାବସ୍ତୁର ଫିଲ୍ମ କଥା କହିବେ ତେବେ କାବେରୀକୁ ଗ୍ରହଣ କରାଯିବ। ଶ୍ରୀରାମ ପଣ୍ଡା ମହାଶ୍ବେତାଙ୍କ ଅଭିନୀତ ଏହି ଫିଲ୍ମରେ ବାସୁଦେବ ରଥଙ୍କର ସୁନ୍ଦର ଗୀତ ରହିଛି। ଏହି ଗୀତଗୁଡିକ କାଳଜୟୀ ବୋଲି କୁହାଯାଇପାରେ। ଏହାବାଦ କାବେରୀର କାହାଣୀ ସୁନ୍ଦର ଭାବେ ଗତିଶୀଳ ହୋଇଛି ଯାହାକି ଅନନ୍ୟ ବୋଲି କୁହାଯାଇପାରେ। ଯଦି ଦେଖିନାହାନ୍ତି ତେବେ ଦେଖନ୍ତୁ ଏବଂ ଶ୍ରୀରାମ ପଣ୍ଡା ଏବଂ ମହାଶ୍ବେତାଙ୍କ ଚରିତ୍ର ଚିତ୍ରଣକୁ ବିଶ୍ଲେଷଣ କରନ୍ତୁ …

3- ଓଡ଼ିଆ ଫିଲ୍ମ ବାବଦରେ ଯଦି ଓଡ଼ିଶା ବାହାରେ ଆଲୋଚନା ହୁଏ ତେବେ ମାୟା ମିରିଗ ବାବଦରେ ହିଁ ପ୍ରଥମେ ଆଲୋଚନା ହୋଇଥାଏ। ନିରଦ ମହାପାତ୍ରଙ୍କ ନିର୍ଦ୍ଦେଶିତ ମାୟା ମିରିଗରେ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଇମୋଶନ ରହିଛି। ଯଦି ଫିଲ୍ମଟି ଦେଖିନହାନ୍ତି ତେବେ ଦେଖନ୍ତୁ ଏହାର ଚିତ୍ରଣକୁ ଅନୁଭବ କରନ୍ତୁ। ଫିଲ୍ମର ମୁଖ୍ୟ ଚରିତ୍ର କିଏ ଏହି ପ୍ରଶ୍ନର ଉତ୍ତର ସେହି ଘରଟି ବୋଲି ଯଦି ଭାବିନଥିବେ ତେବେ ଭାବିବେ। ଏହାପରେ ଫିଲ୍ମଟି ଆପଣଙ୍କୁ ଆହୁରି ମଜା ଦେବ ।

4- ବେଶ କିଛି ବର୍ଷ ନିରବ ହୋଇଯାଇଥିଲା ଓଡ଼ିଆ ଫିଲ୍ମ ଏହାପରେ ଏକ ନୂଆ ଯୁଗ ଆରମ୍ଭ ହେଲା। ସଲାବୁଢ଼ା ସିରିଜ ଓଡ଼ିଆ ଫିଲ୍ମକୁ ନୂଆ ପ୍ରେରଣା ଦେଇଥିଲା। ତେବେ ଏହି ସିରିଜର ସଲାବୁଢ଼ାର ବଦଲା ସର୍ବଶ୍ରେଷ୍ଠ ଫିଲ୍ମ ମଧ୍ୟରୁ ଗୋଟିଏ ବୋଲି କୁହାଯାଇପାରେ। ବିଶେଷ କରି ଏହାର ଲୋକ ସଙ୍ଗୀତର ପ୍ରୟୋଗ ଏବଂ ଗାନ୍ଧିଙ୍କ ଅହିଂସା ନୀତିକୁ କାହାଣୀରେ ସ୍ଥାନ ଦେବା ନିଶ୍ଚିତ ଭାବେ ଏକ ଅନନ୍ୟକୃତିର ସ୍ଥାନ ଦିଏ।

5- ଓଡ଼ିଆ ଫିଲ୍ମକୁ ନୂଆ ଦିଶା ଦେଇଥିବା ଦମନକୁ ଅନ୍ୟତମ ଶ୍ରେଷ୍ଠ ଫିଲ୍ମର ପରିଚୟ ଦିଏ। ମାଲକାନଗିରିକୁ ଓଡିଆ ଫିଲ୍ମରେ ଚିତ୍ରଣ କରିବା ବେଳେ ଏହାକୁ ଏଣ୍ଟରଟେନିଂ କରିବା ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜିଂ ବୋଲି କୁହାଯାଇପାରେ। ଏଯାବତ ଏହା ବାବୁ ସାନଙ୍କ ଶ୍ରେଷ୍ଠ ଫିଲ୍ମ କୁହାଯାଇପାରେ। ଏଥିସହିତ ନ୍ୟୁଜରୁ ନେଇ ଫିଲ୍ମ ତିଆରି କରିବାର ଶୈଳୀ ଏଥିରେ ନିଖୁଣ ଭାବେ ଦେଖିବାକୁ ମିଳିଥିଲା।

ଏହି 5ଟି ଫିଲ୍ମକୁ ଛାଡ଼ିଦେଲେ ଆଉ କିଛି ଶ୍ରେଷ୍ଠ କୃତୀ ରହିଛି ଯେଉଁମାନଙ୍କୁ ଅମାନ୍ୟ କରିହେବନି, ଯେମିତିକି ଶେଷ ଶ୍ରାବଣ, ଲକ୍ଷ୍ମୀର ଅଭିସାର, ଜଗା ହାତରେ ପଘା, ନିର୍ବାଚନ, ଫେରିଆ କମ୍ ବ୍ୟାକ , ଭକ୍ତ ସାଲବେଗକୁ ଅନନ୍ୟ ଓଡ଼ିଆ ସିନେମାର ଶ୍ରେଣୀଭୁକ୍ତ କରାଯାଇପାରେ। ଆପଣ ଏଥିରେ ଏକମତ ନାଁ ଅନ୍ୟ କିଛି ଫିଲ୍ମ ଏଥିରେ ସ୍ଥାନ ପାଇବା ଉଚିତ ଭାବୁଛନ୍ତି ?

One thought on “ଏହି 5ଟି ଓଡ଼ିଆ ଫିଲ୍ମ ଆପଣ ନିଶ୍ଚୟ ଦେଖିଥିବା ଉଚିତ

Leave a Reply

Your email address will not be published. Required fields are marked *