ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଯୋଜନାର ବିସ୍ତୃତ ମାର୍ଗଦର୍ଶିକା ଖୁବ୍ ଶୀଘ୍ର ଜିଲ୍ଲାପାଳମାନଙ୍କୁ ପଠାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁଭଦ୍ରା ଯୋଜନାର SOP ସମ୍ପର୍କରେ ବିଧାନ ସଭାରେ ସୂଚନା ଦେବା ପରେ ଉନ୍ନୟନ କମିଶନର ଅନୁ ଗର୍ଗ ଯୋଜନାର ସମୀକ୍ଷା କରିଛନ୍ତି.
ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ଆଜି ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ମାନ୍ୟବର ପ୍ରଧାନମନ୍ତ୍ରୀ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଏହି ଯୋଜନା ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଯୋଜନାର ବିସ୍ତୃତ ମାର୍ଗଦର୍ଶିକା ଖୁବ୍ ଶୀଘ୍ର… pic.twitter.com/TWgTcU1CSi
— I & PR Department, Odisha (@IPR_Odisha) August 23, 2024
ଏହି ଯୋଜନାର ଦରଖାସ୍ତ ଫର୍ମ ଅଙ୍ଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, କମନ ସର୍ଭିସ୍ ସେଣ୍ଟର ଏବଂ ମୋ ସେବା କେନ୍ଦ୍ରରେ ବଣ୍ଟନ କରାଯିବ। କମନ ସର୍ଭିସ୍ ସେଣ୍ଟର ଏବଂ ମୋ ସେବା କେନ୍ଦ୍ରରେ ଫର୍ମ ଦାଖଲ ହେବ। ଯୋଜନା ସମ୍ବନ୍ଧିତ ଆବଶ୍ୟକ ସୂଚନା ବିଭିନ୍ନ ଗଣମାଧ୍ୟମ ସହାୟତାରେ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଆଲୋଚନା ହୋଇଥିଲା। ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ଏସଓପି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଗତକାଲି କ୍ୟାବିନେଟ୍ରେ SOP ପାରିତ ହୋଇଥିବା ସେ ସୂଚନା ଦେଇଛନ୍ତି। ଏହି ଯୋଜନା ଅଧୀନରେ ୨୧ରୁ ୬୦ ବର୍ଷର ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ।
ଡିବିଟି ମାଧ୍ୟମରେ ୨୧ରୁ ୬୦ ବର୍ଷ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ୫ ହଜାର ଟଙ୍କା ପ୍ରଦାନ କରାଯିବ। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଏହି ଟଙ୍କା ପ୍ରଦାନ କରାଯିବ। ଅର୍ଥାତ ପ୍ରତିବର୍ଷ ୨ଥର, ୫ ବର୍ଷ ପର୍ଯ୍ୟନ୍ତ ଏହି ସହାୟତା ରାଶି ମିଳିବ। ଏହାଦ୍ୱାରା ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନା ପାଇଁ ସରକାର ହିତାଧିକାରୀଙ୍କୁ ସୁଭଦ୍ରା ଡେବିଟ୍ କାର୍ଡ ପ୍ରଦାନ କରିବେ।
ଏଥିସହିତ ରାଜ୍ୟରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ପାଇଁ ସରକାର ଅତିରିକ୍ତ ସହାୟତା ପ୍ରଦାନ କରିବେ। ସର୍ବାଧିକ ଡିଜିଟାଲ କାରବାର କରିଥିବା ହିତାଧିକାରୀଙ୍କୁ ଅତିରିକ୍ତ ୫ଶହ ପୁରସ୍କାର ସ୍ୱରୂପ ମିଳିବ। ପ୍ରତି ପଞ୍ଚାୟତର ୧୦୦ ଜଣ ହିତାଧିକାରୀଙ୍କୁ ଏହି ଅତିରିକ୍ତ ୫ଶହ ଟଙ୍କା ପାଇବେ।
ମହିଳା ସଶକ୍ତିକରଣର ପ୍ରତିଶ୍ରୁତିକୁ ପୁରଣ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଣିଛନ୍ତି ‘ସୁଭଦ୍ରା ଯୋଜନା’। ଏହି ଯୋଜନାରେ ଆଗାମୀ ୫ ବର୍ଷରେ ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା। ପ୍ରତି ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ୫ ହଜାର ଟଙ୍କା ଓ ଅନ୍ତର୍ଜାତୀୟ ମହିଳା ଦିବସ (୮ ମାର୍ଚ୍ଚ)ରେ ୫ହଜାର ଟଙ୍କା… pic.twitter.com/RBzOoWpMav
— CMO Odisha (@CMO_Odisha) August 23, 2024
ତେବେ ଏହି ଯୋଜନାର ଲାଭ କେଉଁମାନେ ପାଇବେ ଏବଂ କେଉଁମନେ ବାଦ ପଡ଼ିବେ ସେନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଆର୍ଥିକ ସ୍ବଚ୍ଛଳ ବର୍ଗର ମହିଳା ଏହି ଯୋଜନାରୁ ବଞ୍ଚିତ ହେବେ। ସରକାରୀ ଚାକିରି କରୁଥିବା ମହିଳା ଏବଂ ଘରୋଇ କ୍ଷେତ୍ରରେ ଚାକିରି କରୁଥିବା ମହିଳା ପାଇବେନି ସୁଭଦ୍ରା ସହାୟତା। କାରଣ ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ସହାୟତା ପାଇବେ ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି। ସେହିପରି ଅନ୍ୟ ସରକାରୀ ଯୋଜନାରେ ସହାୟତା ପାଉଥିଲେ ମଧ୍ୟ ସହାୟତା ମିଳିବନି। ଏପରିକି ମାସିକ ୧୫ଶହ ବା ବାର୍ଷିକ ୧୮ ହଜାର ପାଉଥିଲେ ମଧ୍ୟ ସୁଭଦ୍ରା ଯୋଜନାରେ ସହାୟତା ମିଳିବନି। ଏହାର କାର୍ଯ୍ୟକାରିତା ତଦାରଖ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ଏକ ସୁଭଦ୍ରା ସମିତି ସୋସାଇଟି ଗଠନ କରିବ..
Much awaited program