କଟକର ଐତିହାସିକ ବାଲିଯାତ୍ରାକୁ ମିଳିଳା ଜାତୀୟ ମାନ୍ୟତା। ଏ ନେଇ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦୀର୍ଘ ଦିନ ଧରି ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ ପାଇଁ ଯେଉଁ ଦାବି ହୋଇଆସୁଥିଲା ଆଜି ତାହା ପୂରଣ ହୋଇଛି। ଆଜି ଏ ସଂପର୍କରେ ପ୍ରେସ ଇନଫର୍ମେସନ ବ୍ୟୁରୋ ମାଧ୍ୟମରେ ସୂଚନା ଦିଆଯାଇଛି। ଯେଉଁଥିରେ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ଲାଗି ସୂଚନା ଦିଆଯାଇଛି। ଦକ୍ଷିଣ ପୂର୍ବ ଏସିଆ ସହିତ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଉଥିବା ବାଲିଯାତ୍ରା ଏବେ ଏସିଆର ସବୁଠାରୁ ବଡ଼ ମୁକ୍ତ ଆକାଶ ବାଣିଜ୍ୟମେଳାର ରୂପ ନେଇଛି।
Recognition of Bali Jatra as a National Fair
Bali Jatra is a festival that commemorates the maritime trade and cultural exchange between Odisha and Southeast Asian countries, particularly Bali. The festival is celebrated annually in Cuttack, Odisha, and attracts million of… pic.twitter.com/QX1hx0sUrP
— PIB India (@PIB_India) February 6, 2025
କଟକ ବାଲିଯାତ୍ରା ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟକୁ ମନେ ପକାଏ। ଯେତେବେଳେ ଓଡ଼ିଆମାନେ ପୂର୍ବ ଏସିଆ ଦେଶଗୁଡ଼ିକୁ ବାଣିଜ୍ୟ କରିବାକୁ ନୌକାରେ ଯାଉଥିଲେ । ଏଠାରୁ ବସ୍ତ୍ର, ଖାଦ୍ୟ ସାମଗ୍ରୀ ଆଦି ବିଦେଶକୁ ବାଣିଜ୍ୟ କରିବାକୁ ନିଅନ୍ତି, ସେଠାରୁ ନାନାଦି ସାମଗ୍ରୀ ଆଣନ୍ତି। ତେଣୁ ଓଡ଼ିଶାର ପରମ୍ପରା ସହିତ ଯୋଡ଼ି ହୋଇ ରହିଛି ବାଲିଯାତ୍ରା
କଟକ ବାଲିଯାତ୍ରାକୁ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ କରିବା ଲାଗି ଗତ ୨୦୨୦ ମସିହାରେ ପୂର୍ବ ବିଜେଡି ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଦାବି ମଧ୍ୟ ଜଣାଇଥିଲେ। କିଛି ଦିନ ତଳେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ଉଠାଇଥିଲେ । ବଡ଼ କଥା ହେଉଛି ବାଲିଯାତ୍ରା ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିଭିନ୍ନ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି, ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛନ୍ତି । କଟକ ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ଦେବା ଲାଗି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହିପରି ଗତଥର ବାଲିଯାତ୍ରାରେ ଏକାଧିକ କେନ୍ଦ୍ରୀୟ ଟିମ୍ ସାମିଲ ହୋଇଥିଲେ। ଯେଉଁଥିରୁ ଅନୁମାନ କରାଯାଉଥିଲା କି କେନ୍ଦ୍ର ସରକାର ଖୁବ ଶୀଘ୍ର ଏନେଇ କିଛି ଠୋସ ପଦକ୍ଷେପ ନେଇପାରନ୍ତି।
କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହେଉଥିବା ବାଲିଯାତ୍ରା ପର୍ବ କେବଳ ବାଣିଜ୍ୟିକ ପର୍ବ ନୁହେଁ ଏହା ମଧ୍ୟ ଏକ ବିଶାଳ ସାଂସ୍କୃତିକ ମଞ୍ଚ ଆଣିଥାଏ, ଯେଉଁଠାରେ ଦେଶର ପ୍ରତିଷ୍ଠିତ କଳାକାରମାନେ କଳା ପ୍ରଦର୍ଶନ କରିଥାନ୍ତି। ସେହିପରି ରାଜ୍ୟର ବିଭିନ୍ନ ଭାଗର ଗ୍ରାମୀଣ ହସ୍ତକଳା ମଧ୍ୟ ଏଠାରେ ପ୍ରଦର୍ଶିତ ହୋଇଥାଏ। ବାଲିଯାତ୍ରା କେବଳ କଟକ ପାଇଁ ନୁହେଁ ସାରା ଓଡ଼ିଶା ପାଇଁ ଗୌରବର ବିଷୟ ହୋଇଥାଏ। ଏଣିକି ଜାତୀୟ ଉତ୍ସବ ଭାବେ ପାଳନ କରାଯିବ କଟକର ଐତିହାସିକ ବାଲିଯାତ୍ରା। ଆପଣଙ୍କର ବାଲିଯାତ୍ରାରେ କିଛି ସ୍ମୃତି ରହିଛି କି