ଭେଜାଲ ଲାଲ ମିର୍ଚ୍ଚି ପାଉଡରରେ ମିଶୁଛି କଣ? କାହିଁକି ଏହା ସ୍ବାସ୍ଥ୍ୟ ପାଇଁ ବିପଦ ଜାଣନ୍ତୁ

Lal Mirch Powder

ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଫୁଡ୍ସ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଏଫ୍. ଏସ୍. ଏସ୍. ଏ. ଆଇ. ପତଞ୍ଜଳୀକୁ ଏକ ସମ୍ପୂର୍ଣ୍ଣ ବ୍ୟାଚ୍ ଲାଲ ଲଙ୍କା ପାଉଡର ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ପତଞ୍ଜଳି ବଜାରରୁ 4 ଲକ୍ଷ ଟନ୍ ଲାଲ ଲଙ୍କା ପାଉଡର (200 ଗ୍ରାମ୍ ପ୍ୟାକେଟ) ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।

ପତଞ୍ଜଳି ଦାଖଲ କରିଥିବା ଏକ ବ୍ୟାବସାୟିକ ତଥ୍ୟରୁ ଏହି ସୂଚନା ମିଳିଛି। ଏଫ୍. ଏସ୍. ଏସ୍. ଏ. ଆଇ. ର ଏହି ନିଷ୍ପତ୍ତି ପଛର କାରଣ ହେଉଛି ପତଞ୍ଜଳୀର ଲାଲ ଲଙ୍କା ପାଉଡର ଖାଦ୍ୟ ମାନକ ପୂରଣ କରୁନଥିଲା। ତେବେ ଲାଲ ଲଙ୍କା ପାଉଡରରେ କୌଣସି ଅପମିଶ୍ରଣ ଦେଖିବାକୁ ମିଳିଛି କି ନାହିଁ ତାହା ଏଫ୍. ଏସ୍. ଏସ୍. ଏ. ଆଇ. ଏପର୍ଯ୍ଯ଼ନ୍ତ ସ୍ପଷ୍ଟ କରିନାହିଁ।

ଅନେକ ସମୟରେ ଅପମିଶ୍ରିତ ଲାଲ ଲଙ୍କା ପାଉଡର ସମ୍ବନ୍ଧୀୟ ଖବର ସାମ୍ନାକୁ ଆସିଥାଏ। ବଜାରରେ ଅପମିଶ୍ରିତ ଲଙ୍କା ପାଉଡର ମଧ୍ୟ ଶସ୍ତା ମୂଲ୍ୟରେ ଉପଲବ୍ଧ, ଯାହା ସମ୍ପୂର୍ଣ୍ଣ ଅରିଜିନାଲ ପରି ଦେଖାଯାଏ | ତେବେ ଏହାର ବ୍ୟବହାର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ତେଣୁ, ପ୍ରକୃତ ଲାଲ ଲଙ୍କା ପାଉଡରକୁ ଚିହ୍ନଟ କରିବା ଗୁରୁତ୍ୱପୂର୍ଣ୍ଣ।

ତେବେ ଚାଲନ୍ତୁ ଆଜିର ଖବରରେ ଭେଜାଲ ଲାଲ ଲଙ୍କା ପାଉଡର ବିଷୟରେ ଆଲୋଚନା କରିବା। ଏହା ସହିତ, ଆପଣ ଜାଣିଥିବେ,.ଏହା କେଉଁ ପ୍ରକାରର ସ୍ୱାସ୍ଥ୍ଯ଼ ସମସ୍ଯ଼ା ସୃଷ୍ଟି କରିପାରେ? ଘରେ ଭେଜାଲ ଲଙ୍କା ପାଉଡରକୁ କିପରି ଚିହ୍ନିବେ?

ପ୍ରଶ୍ନ 1- ପତଞ୍ଜଳୀର ଲାଲ ଲଙ୍କା ପାଉଡରକୁ ପ୍ରତ୍ୟାହାର କରିବାକୁ ଏଫ୍. ଏସ୍. ଏସ୍. ଏ. ଆଇ. କାହିଁକି ନିର୍ଦ୍ଦେଶ ଦେଲା?

ଉତ୍ତର- ପତଞ୍ଜଳୀର ଲାଲ ଲଙ୍କା ପାଉଡର ଏଫ୍. ଏସ୍. ଏସ୍. ଏ. ଆଇ. ର ଖାଦ୍ୟ ସୁରକ୍ଷା ମାନଦଣ୍ଡ ପୂରଣ କରିନଥିଲା। ଏହି ସମସ୍ୟା ଗୁଣବତ୍ତା ସ୍ତରରେ ଥିଲା। ଏହା ପରେ ପତଞ୍ଜଳି ବଜାରରୁ 4 ଲକ୍ଷ ଟନ୍ ଲାଲ ଲଙ୍କା ପାଉଡର (200 ଗ୍ରାମ୍ ପ୍ୟାକେଟ) ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ଏଭଳି ସୂଚନା ଦେଇଥିବା ମିଡିଆ ସୂତ୍ରରୁ ପ୍ରକାଶ ପାଇଛି ।
ପ୍ରଶ୍ନ2- ଲାଲ ଲଙ୍କା ପାଉଡରରେ କେଉଁ ପ୍ରକାରର ଅପମିଶ୍ରଣ କରାଯାଉଛି?

ଉତ୍ତର- ଏଫ୍. ଏସ୍. ଏସ୍. ଏ. ଆଇ. ଅନୁଯାୟୀ, ଅପମିଶ୍ରିତ ଲାଲ ଲଙ୍କା ପାଉଡର୍ରେ ଇଟାଗୁଣ୍ଡ, କୃତ୍ରିମ ରଙ୍ଗ, ବାଲି, କାଠଗୁଣ୍ଡ ଏବଂ ଶୁଖିଲା ଟମାଟୋ ଚୋପା ଗୁଣ୍ଡ ଭଳି ଉପାଦାନ ମିଶୁଥାଇପାରେ।

ପ୍ରଶ୍ନ3- ଅପମିଶ୍ରିତ ଲାଲ ଲଙ୍କା ଗୁଣ୍ଡ ଖାଇବା ଦ୍ୱାରା କେଉଁ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ?

ଉତ୍ତର- ଶହ ଶହ ବର୍ଷ ଧରି ଲାଲ ଲଙ୍କା ଆମ ରୋଷେଇ ଘରର ଏକ ଅଂଶ ହୋଇ ରହିଛି। ଡାଲି କିମ୍ବା ପନିପରିବାରେ ତଡକା କରିବା ସମୟରେ ଲଙ୍କା ବ୍ୟବହାର ସାଧାରଣ କଥା । ସମୟ ପରିବର୍ତ୍ତନ ସହିତ, ଲାଲ ଲଙ୍କା ପାଉଡର ଲାଲ ଲଙ୍କା ସ୍ଥାନ ନେଇଛି |ଆଜି ବଜାରରେ ଖୋଲା ଲଙ୍କା ଗୁଣ୍ଡ ପ୍ରଚୁର ପରିମାଣରେ ମିଳୁଛି । ଏହା ପ୍ରକୃତ ଲଙ୍କା ଗୁଣ୍ଡ ଭଳି ଦେଖାଯାଏ। ତଥାପି, ଅପମିଶ୍ରଣକାରୀମାନେ ବେଳେବେଳେ ଏଥିରେ କୃତ୍ରିମ ରଙ୍ଗ, ବାଲି, କାଠଗୁଣ୍ଡ ମିଶାଉଛନ୍ତି | ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଅପମିଶ୍ରିତ ଲଙ୍କାପାଉଡର ବ୍ୟବହାର କରିବା ଦ୍ବାରା ବଦହଜମି, ଏସିଡିଟି, ବାନ୍ତି ଲାଗିବା, ପେଟରେ ଅଲସର ହେବା ଏପରିକି କ୍ୟାନସର ହେବାର ଆଶଙ୍କା ରହିଛି।  ତେଣୁ ଅପମିଶ୍ରିତ ପାଉଡରକୁ ସତର୍କ ରୁହନ୍ତୁ।

ପ୍ରଶ୍ନ 4-  ଘରେ ଲାଲ ଲଙ୍କା ପାଉଡରକୁ କିପରି ଚିହ୍ନିବେ?

ଉତ୍ତରଃ ପ୍ରକୃତ ଲାଲ ଲଙ୍କା ଗୁଣ୍ଡକୁ ଚିହ୍ନଟ କରିବା ପାଇଁ ପରୀକ୍ଷାଗାରରେ ପରୀକ୍ଷା କରାଇବାର କୌଣସି ଆବଶ୍ୟକତା ନାହିଁ। ଏହାକୁ ଆପଣ ଘରେ ସହଜରେ ଜାଣିପାରିବେ ।

  • ଅଧଗ୍ଲାସ ପାଣିରେ ଏକ ଚାମୁଚ ଲଙ୍କା ପାଉଡର ପକାନ୍ତୁ, ଏହା ଭିଜିଗଲେ ହାତରେ ଆଣି ଘଷନ୍ତୁ, ଯଦି ବାଲି କିମ୍ବା ଇଟାଗୁଣ୍ଡ ଥିବ ତେବେ ହାତକୁ ରିବିରିବି ଲାଗିବ, ଯେଉଁଥିପୁ ଜଣା ପଡ଼ିଯିବ ଏହା ଅସଲି ନା ଭେଜାଲ
  • ଆୟୋଡିନ ଟେଷ୍ଟ ମଧ୍ୟ କରିପାରିବେ । 2-3 ବୁନ୍ଦା ଆୟୋଡିନ ଲଙ୍କା ଗୁଣ୍ଡ ଉପରେ ପକାନ୍ତୁ, ଯଦି ନୀଳ ରଙ୍ଗ ଆସିଲା ଜାଣିପାରିବେ ଯେ ଏଥିରେ କୃତ୍ରିମ ରଙ୍ଗ ମିଶାଯାଇଛି ।
  • ଅଧଗ୍ଲାସ ପାଣିରେ ଲଙ୍କା ଗୁଣ୍ଡ ପକାନ୍ତୁ, ଯଦି ପାଣିର ରଙ୍ଗ ତୁରନ୍ତ ବଦଳିଗଲା, ଜାଣିବେ ଏଥିରେ ରଙ୍ଗ ମିଶିଛି। କାରଣ ଅସଲି ଲଙ୍କାଗୁଡ଼ ଏତେ ସହଜରେ ପାଣିରେ ମିଶେ ନାହିଁ।

ପ୍ରଶ୍ନ5- ଖାଦ୍ୟରେ ଲାଲ ଲଙ୍କା ଗୁଣ୍ଡ ବ୍ୟବହାର କରିବା କେତେ ଠିକ୍?

ଉତ୍ତର-ଲାଲ ଲଙ୍କା ଗୁଣ୍ଡ ସାଧାରଣତଃ ଖାଦ୍ୟ ସାମଗ୍ରୀକୁ ମସଲାଯୁକ୍ତ କରିବା ପାଇଁ ବ୍ୟବହାର କରାଯାଇଥାଏ। ଆଜି କାଲି ତ ତରକାରୀକୁ ଲାଲ ରଙ୍ଗ କରିବା ପାଇଁ ଲଙ୍କାଗୁଣ୍ଡ ପକାଯାଉଛି। ତେଣୁ ଏଥିରେ ଅପମିଶ୍ରଣକୁ ଯେମିତି ଆମେ ଅତି ସହଜରେ ଗ୍ରହଣ କରିଯାଇଛୁ। ତେବେ ଲଙ୍କାଗୁଣ୍ଡର  ଅତ୍ୟଧିକ ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଅତ୍ୟଧିକ ଲାଲ ଲଙ୍କା ଖାଇବା ଦ୍ୱାରା ପାଚନ କ୍ରିୟା ଖରାପ ହୋଇପାରେ, ଯାହା ପେଟରେ ଜଳାପୋଡ଼ା, ଏସିଡିଟି ଏବଂ ଅଲ୍ସର୍ ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।

ଏହା ବ୍ୟତୀତ, ଲାଲ ଲଙ୍କା ପାଉଡରରେ କ୍ୟାପସାଇସିନ୍ ଥାଏ, ଯାହା ଏକ ଉପାଦନ, ଯେଉଁଥିପାଇଁ ଲାଲ ଲଙ୍କାର ସ୍ୱାଦ ରାଗ ଲାଗିତାଏ | କ୍ୟାପସାଇସିନ୍ କେତେକ ଲୋକଙ୍କଠାରେ ଉଚ୍ଚ ରକ୍ତଚାପ ସୃଷ୍ଟି କରିପାରେ। ଶିଶୁ, ବଯ଼ସ୍କ ଏବଂ ରୋଗୀମାନେ ଏଥିରୁ ଦୂରେଇ ରହିବା ଉଚିତ୍।

ଯଦି ଲଙ୍କା ପାଉଡର ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଏହାକୁ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ । ଭଲ ଲାଲ୍ ଲଙ୍କା ଆଣନ୍ତୁ, ଏହାକୁ ଖରାରେ ଶୁଖାଇ ଦିଅନ୍ତୁ, ଡେମ୍ଫ ବାହାର କରିଦିଅନ୍ତୁ, ଏବଂ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରିଦିଅନ୍ତୁ। ଏହାପରେ ସାଧାରଣ କପଡ଼ାରେ ଚଲେଇ ଦେଲେ ଖଦଡ଼ ରହିଯିବ, ସେସବୁକୁ ପୁଣିଥରେ ଗ୍ରାଇଣ୍ଡ କରିଦିଅନ୍ତୁ। ଏହାପରେ ବିଲକୁଲ ଶୁଖିଲା ଏବଂ ଏୟାର ଟାଇଟ ଡବାରେ ରଖନ୍ତୁ।

Leave a Reply

Your email address will not be published. Required fields are marked *