କର୍ମକ୍ଷେତ୍ର , କାର୍ଯ୍ୟାଳୟ ବା ଅଫିସର ପରିବେଶ କେମିତି ହେବା ଦରକାର, ସମସ୍ତେ କହିଥାନ୍ତି ଘର ଭଳି ହେବା ଦରକାର, ସମସ୍ତେ ପରିବାର ଭଳି ଚଳିବା ଦରକାର। ତେବେ ପୋଲିସମାନଙ୍କୁ ଦେଖିଲେ ସାଧାରଣରେ ଏହି ଧାରଣା ଆସିଥାଏ ଯେ ଥାନାରେ କେବେବି ପରିବାର ଭଳି ପରିବେଶ ନଥିବ, ସେଠାରେ ସମସ୍ତେ ରାଗି ପାଚି ଲାଲ ହୋଇଥିବା ଲୋକମାନେ ରହୁଥିଲେ। ଲୋକଙ୍କ ମନରେ ଏକ ପ୍ରକାରର ଭୟ ସୃଷ୍ଟି ହୋଇଥାଏ। ଥାନାରେ ଯେ ସ୍ନେହଁ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ବା ପରିବାର ଭଳି ପରିବେଶ ଥିବ ଏହା ଅଧିକାଂଶ ଲୋକଙ୍କ ଅନୁମାନ ବାହାରେ। କିନ୍ତୁ ଧିରେ ଧିରେ ଦିନ ବଦଳୁଛି, ପୋଲିସ ଆଉ ଅଂରେଜୋକା ଜମାନୋକା ପୋଲିସ ହୋଇ ରହିନାହିଁ । ଏବେ ତ ଥାନାକୁ ଗଲେ ପୋଲିସ ବସିବା ସହିତ ପାଣି ପିଇବା ଏବଂ ଆଶ୍ବସ୍ତିକର ପରିବେଶର ଆଶ୍ବାସନା ଦେଉଛନ୍ତି।
ଏସବୁ ଭିତରେ ଦୁଇଟି ଚିତ୍ର ଭାଇରାଲ ହେଉଛି । ଗୋଟିଏ ହେଉଛି ଜିଆରପି ଥାନା ଭୁବନେଶ୍ବରର । ଏଠାକାର ଏସଆଇ ସୁଶାନ୍ତି ସିଂହ ଗର୍ଭବୂତୀ ହେବା ପରେ ସେ ମାଟର୍ଣ୍ଣିନିଟି ଲିଭ୍ ପାଇଁ ଆପ୍ଲାଏ କରିଥିଲେ। ତାଙ୍କ ବିଭାଗ ଏହାକୁ ଅନୁମତି ତ ଦେଇଥିଲା। ତେବେ ଯେଉଁଦିନ ସୁଶାନ୍ତି ମାଟର୍ଣ୍ଣିଟି ଲିଭରେ ଯିବାର ଥିଲା ସେଦିନ ହଠାତ ତାଙ୍କ କାର୍ଯ୍ୟାଳୟ ବା ଥାନାରେ ଏକ ସର୍ପରାଇଜ ଦେଖିବାକୁ ମିଳିଥିଲା। ସବୁ କର୍ମଚାରୀ ଏକାଠି ହୋଇଥିଲେ। ସୁଶାନ୍ତିଙ୍କୁ ମଝିରେ ବସାଇ ଦେଇଥିଲେ। ସୁଶାନ୍ତି ପିଠା ମିଠା ଖୁଆଇବାରେ ସମସ୍ତେ ଲାଗିପଡ଼ିଥିଲେ।ତାଙ୍କ ଆଗରେ ଇଟିଲି, ଘୁଘୁନି, ବରା, କାକରା ପିଠା, ଆରିଶା ପିଠା, ଚକୁଳି ପିଠା, ଛେନାପୋଡ଼, ରସଗୋଲା, ଖିରି ଏମିତି କେତେ କଣ ଥୁଆ ହୋଇଥିଲା ଆଉ ଜଣ ଜଣ କରି ଶ୍ରଦ୍ଧାରେ ତାଙ୍କୁ ସହକର୍ମୀମାନେ ଖୁଆଇ ଦେଉଥିଲେ। ଏସବୁ ଦେଖି ସୁଶାନ୍ତି ଆବାକାବା ହୋଇଯାଇଥିଲେ। ଏତେ ଭଲପାଇବା ଦେଖି ସେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେ କାନ୍ଦିବାକୁ ଲାଗିଥିଲେ। ଜଣେ ମା ଖୁସି ରହିଲେ ତାର ସନ୍ତାନ ସୁସ୍ଥ ହୁଏ , ସେ ବି ପୋଲିସ ହୋଇ ଦେଶର ସେବା କରିବ ବୋଲି ଆଇଆଇସି କହିଥିଲେ। ଏଭଳି ପରମ୍ପରା ଅନ୍ୟକାର୍ଯ୍ୟାଳୟରେ ମଧ୍ୟ ଖୁବଶୀଘ୍ର ଦେଖିବାକୁ ମିଳିବ। …
ଦ୍ବିତୀୟ ଦୃଶ୍ୟ ହେଉଛି ଜିଆରପି କଟକର। ଏଠାରେ ପିଲାମାନଙ୍କ ପାଇଁ ଏକ ଖୁସି ପରିବେଶ ସୃଷ୍ଟି କରିବା ପାଇଁ ନିଆରା ଉଦ୍ୟମ କରାଯାଇଛି । ଶିଶୁ ଅନୁକୂଳ ଥାନା ଭାବେ ଏହାକୁ ତିଆରି କରାଯାଇଛି। ଯେମିତିକି କୌଣସି ଶିଶୁକୁ ଯଦି ଥାନାପର୍ଯ୍ୟନ୍ତ ଆସିବାକୁ ପଡ଼େ ତେବେ ଏଠାରେ ଭୟର ବାତାବରଣ ସେ ପାଇବନାହିଁ। ଏଥିପାଇଁ ଏହିଥାନାରେ ଶିଶୁମାନଙ୍କ ଖେଳିବା ପାଇଁ ଅନେକ ସାମଗ୍ରୀ ରଖାଯାଇଛି। ଏଥିସହିତ ଷ୍ଟାଫ ମାନଙ୍କୁ ମଧ୍ୟ ସେହିଭଳି ତାଲିମ ଦିଆଯାଇଛି। ଶିଶୁଟି ତାର ବାପା ମାଙ୍କ ସହିତ ଆସିଥାଉ କିମ୍ବା ଜଣେ ଅଭିଯୁକ୍ତ ବା ପୀଡ଼ିତ ଭାବେ ଆସିଥାଉ ତାକୁ ଥାନାରେ ଆଶ୍ବସ୍ତିର ପରିବେଶ ମିଳିବା ଉଚିତ। ଏମିତି କିଛି ଉଦ୍ଦେଶ୍ୟ ରଖାଯାଇଛି।
Loved the positive vibe inside police station