() ଦୁଇ ଦିନ ଯାଇନି, ଆଉ ଜଣେ ହାସ୍ୟ ଅଭିନେତାଙ୍କର ଦେହାନ୍ତ। ବଲିଉଡ଼ରେ ଏବେ ଯେମିତି ଅକାଳ ପଡ଼ିଛି। ଯେଉଁସବୁ ଅଭିନେତାମାନଙ୍କ ସହିତ ଦର୍ଶକମାନେ ନିଜକୁ ଯୋଡ଼ି ନେଉଥିଲେ, ଯେଉଁମାନଙ୍କୁ ଭୁଲିଯାଇଥିଲେ ମଧ୍ୟ ଅତି ଆପଣର ଭାବି ଆସୁଥିଲେ ସେମିତି କିଛି ଅଭିନେତା ଜଣଙ୍କ ପରେ ଜଣେ ବାଟ କାଟୁଛନ୍ତି। ଅତି କୋହଭରା କଣ୍ଠରେ କିଛି ଅଭିନେତା ଏଭଳି ଦୁଃଖ ବ୍ୟକ୍ତ କରିଛନ୍ତି । ବଲିଉଡ଼ ଯେମିତି କିଛି ଦିନ ଧରି ଶୋକ ପାଳନ ହିଁ କରୁଛି । ମାତ୍ର 10 ଦିନରେ ଜଣଙ୍କ ପରେ ଜଣେ ଲୋକପ୍ରିୟ ସେଲିବ୍ରିଟି ପ୍ରାଣ ହରାଇଛନ୍ତି
25 ଅକ୍ଟୋବର –
ପ୍ରଖ୍ୟାତ ହାସ୍ୟ ଅଭିନେତା ସତୀଶ ଶାହାଙ୍କର ପରଲୋକ ହୋଇଯାଇଛି। ଗୁଜରାଟରେ ଜନ୍ମ ହୋଇଥିବା ସତୀଶ ଶାହା 70 ଦଶକରୁ 2014 ପର୍ଯନ୍ତ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଆସିଥିଲେ। ଜାନେ ଭି ଦୋ ୟାରୋଁ ଏହି ଫିଲ୍ମରେ ଏକ ଶବ ଭୂମିକାରେ ଅଭିନୟ କରି ସେ ଆଲୋଡ଼ନ ସୃଷ୍ଟି କରିଥିଲେ। ଆଉ ଏବେ ସମସ୍ତେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଲେଖିଛନ୍ତି ଯେ ଏହା ଅଭିନୟ ହୋଇଥାଉ ତୁମେ ଉଠି ଆସ । ସେଠାରୁ ଆରମ୍ଭ କରି ଓମ ଶାନ୍ତି ଓମ, ଦିଲୱାଲେ ଦୁଲହନିୟା ଲେ ଜାଏଙ୍ଗେ, ସେମିତି ଟେଲିଭିଜନରେ ସାରା ଭାଇ ଭର୍ସେସ ସାରାଭାଇ, ଅଲ ଦି ବେଷ୍ଟ ଏମିତି କେତେକଣ, ଶତାଧିକ ଫିଲ୍ମ ଓ ଟିଭି କାର୍ଯ୍ୟକ୍ରମରେ ସେ ଅବତୀର୍ଣ୍ଣ ହୋଇ ସେ ଦୃଷ୍ଟି ଆକର୍ଷଣ କରିଛନ୍ତି। ସତୀଶ ଶାହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବଲିଉଡ଼ର ବଡ଼ ବଡ଼ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଦେହାନ୍ତ ପରେ ତାଙ୍କର ଏକ ଟ୍ବିଟ ଭାଇରାଲ ହେବାରେ ଲାଗିଛି। ସମ୍ମି କପୁରଙ୍କୁ ଜନ୍ମଦିନରେ ମନେ ପକାଇ ସେ ଲେଖିଥିଲେ ତୁମେ ଯେମିତି ପାଖେ ପାଖେ ଅଛ।
Happy B’day dearest Shammi ji. You are always around for me. pic.twitter.com/MHRinPl6ul
— satish shah🇮🇳 (@sats45) October 24, 2025
24 ଅକ୍ଟୋବର – ପୀୟୁଷ ପାଣ୍ଡେଙ୍କର ପରଲୋକ ହୋଇଥିଲା। ପୀୟୁଷ ପାଣ୍ଡେ ବିଜ୍ଞାପନ ଦୁନିଆର ବାଦଶାହ ବୋଲି କୁହାଯାଇଥାନ୍ତି। ଫେବିକଲକା ମଜଭୁତ ଜୋଡ଼ , ତୋଡ଼ୋ ନେହିଁ ଯୋଡ଼ୋ, ଅବ କି ବାର ମୋଦି ସରକାର ଏଭଳି ଶତାଧିକ ସ୍ମରଣୀୟ ଲାଇନ ଲେଖି ସେ ଦୃଷ୍ଟି ଆକର୍ଷଣ କରିଥିଲେ। ଯଦିଓ ଲୋକେ ତାଙ୍କୁ ଚିହ୍ନିନଥିଲେ କିନ୍ତୁ ଏହି ଇଣ୍ଡଷ୍ଟ୍ରିରେ କାମ କରୁଥିବା ପ୍ରତିଟି ବ୍ୟକ୍ତି ତାଙ୍କର ଦିୱାନା ଥିଲା। ତାଙ୍କ ବିୟୋଗରେ ରାଜନୀତି, ସାମ୍ବାଦିକତା ଓ ଚଳଚ୍ଚିତ୍ର ଜଗତର ବହୁ ଲୋକ ଦୁଃଖ ପ୍ରକାଶ କରିଛନ୍ତି।
20 ଅକ୍ଟୋବର- ପ୍ରଖ୍ୟାତ ଅଭିନେତା ଆଶ୍ରାନୀଙ୍କର ପରଲୋକ ତାଙ୍କର ହଜାର ହଜାର ଫ୍ୟାନଙ୍କୁ ମ୍ରିୟମାଣ କରିଛି। ଶତାଧିକ ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଚରିତ୍ରରେ ଅବତୀର୍ଣ୍ଣ ହୋଇ ସେ ଦର୍ଶକଙ୍କ ହୃଦୟରେ ରହିଥିଲେ। ତାଙ୍କୁ 84 ବର୍ଷ ହୋଇଥିଲା।
15 ଅକ୍ଟୋବରରେ ପଙ୍କଜ ଧୀର ପ୍ରାଣ ହରାଇଥିଲେ। ମହାଭାରତରେ କର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବା ପରଠାରୁ ପଙ୍କଜଧୀରଙ୍କ ନାଁ କର୍ଣ୍ଣ ହିଁ ହୋଇଯାଇଥିଲା। ଏହାପରଠାରୁ ସେ ସନମ ବେୱଫା, ସଡ଼କ, ସୋଲଜର ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏଥିସହିତ ଚନ୍ଦ୍ରକାନ୍ତା, କାନୁନ ଭଳି ସିରଅଲରେ ତାଙ୍କର ଅଭିନୟ ତାଙ୍କୁ ଭିନ୍ନ ପରିଚୟ ଦେଇଥିଲା। ତାଙ୍କୁ 68 ବର୍ଷ ହୋଇଥିଲା।
Three comedy legends gone back to back. This loss will never be filled by anyone. 💔
RIP Satish Shah, Govardhan Asrani & Jaswinder Bhalla 🙏 pic.twitter.com/ePREYJwkVi
— Trolls Officials (@trollsofficials) October 25, 2025
ଏବେ ଫ୍ୟାନମାନେ ଭଗବାନଙ୍କୁ ଡାକୁଛନ୍ତି ବହୁତ ହୋଇଗଲା ଏବେ ଏହି ଚେନ୍ ବନ୍ଦ ହେଉ।

All were gems