ଗର୍ଭବତୀ ମହିଳାଙ୍କ ସହାୟତା ପାଇଁ ଅନୁଷ୍କାଙ୍କ ବିରାଟ ଉଦ୍ୟମ
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ସାମାଜିକ କାର୍ଯ୍ୟରେ ଆଗ୍ରହ ଦେଖାଉଛନ୍ତି। ନିକଟରେ ଅନୁଷ୍କା ତାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହ କୋଭିଡ ରିଲିଫ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ। ଏହା ବ୍ୟତୀତ ସେ ବର୍ତ୍ତମାନ ଗର୍ଭବତୀ ଏବଂ ନିକଟରେ ମା’ ହେବାକୁ ଥିବା ମହିଳାମାନଙ୍କୁ ସାହାଯ୍ୟ କରିବାର ଦାୟିତ୍ୱ ଗ୍ରହଣ କରିଛନ୍ତି।ଅନୁଷ୍କା ଏଥିପାଇଁ ଏକ ହେଲ୍ପଲାଇନ ନମ୍ବର ସେୟାର କରିଛନ୍ତି । ଯାହାଦ୍ୱାରା ମହିଳାମାନଙ୍କୁ ଚିକିତ୍ସା ସହାୟତା ଯୋଗାଇବାରେ ସାହାଯ୍ୟ ମିଳିପାରିବ ।…
