“ଚମତ୍କାରୀ କରୋନା ଔଷଧ”କୁ ଆନ୍ଧ୍ର ସରକାରଙ୍କ ଅନୁମତି

() କରୋନାକୁ ନେଇ ବିଶ୍ବବ୍ୟପୀ ହାହାକାର ପଡ଼ିଥିବା ବେଳେ ଆନ୍ଧ୍ରପ୍ରଦେଶର ଚମତ୍କାରୀ ଔଷଧ ଏବେ ଦେଶରେ ନୂଆ ଆଶା ସୃଷ୍ଟି କରିଛି । ହଜାର ହଜାର ଲୋକ ଏବେ ଏହି ଚକତ୍କାରୀ ଔଷଧକୁ ଭରସା କରି ଚିକିତ୍ସିତ ହେବାକୁ ଆଗେଇ ଆସୁଛନ୍ତି । ଆଉ ଏତିକିବେଳେ ଏହି ଔଷଧକୁ ରୋଗୀଙ୍କ ଇଚ୍ଛା ଅନୁସାରେ ବ୍ୟବହାର କରିବାକୁ ଅନୁମତି ଦେବା ଲାଗି ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି । ସୋମବାର ଆନ୍ଧ୍ର ସରକାର ଏହି ଔଷଧକୁ ମଞ୍ଜୁରୀ ଦେଇଛନ୍ତି, ଯାହାକି ଏବେ ବିଧିବଦ୍ଧ ଭାବେ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯ଼ାଇପାରିବ । ଆନ୍ଧ୍ରପ୍ରଦେଶରେ ଏହା ଆନ୍ନନ୍ଦୟା ମେଡିସିନ କିମ୍ବା କ୍ରିଷ୍ଣାପଟ୍ଟନମ ମେଡିସିନ ଭାବେ ଜଣା ଯ଼ାଉଛି । ଏମିତି ହେଉଛି ଯ଼େ ହସ୍ପିଟାଲରେ ପଡ଼ିଥିବା ରୋଗୀ ନିଜ ସମ୍ପର୍କୀୟଙ୍କ ମାଧ୍ୟମରେ ଏହି ଔଷଧ ମଗାଇ ସେବନ କରିବାକୁ ପସନ୍ଦ କରୁଛନ୍ତି ।

ଆନ୍ଧ୍ର ପ୍ରଦେଶ ନେଲ୍ଲୋର ଜିଲ୍ଲା କ୍ରିଷ୍ଣାପଟ୍ଟନମ ଗାଁର ଆୟୁର୍ବେଦିକ ଡାକ୍ତର ବି ଆନନ୍ଦେୟା ଏହି ଔଷଧ ଦେଉଛନ୍ତି । ଆନନ୍ଦୟାଙ୍କ ଔଷଧ ନେବା ପାଇଁ ପ୍ରତିଦିନ ହଜାର ହଜାର ଲୋକ ତାଙ୍କ ଘରେ ରୁଣ୍ଡ ହେବାରେ ଲାଗିଥିଲେ । ଏପରିକି ସ୍ଥିତି ଏମିତି ହୋଇଥିଲା ଗାଁରେ ପୋଲିସ ମୁତୟନ କରାଯ଼ାଇଥିଲା । ଏହା ପରେ ଆନ୍ଧ୍ର ସରକାର ଏହି ଔଷଧର ଅନୁଧ୍ଯାନ କରିବା ଲାଗି କମିଟି ଗଠନ କରିଥିଲେ । ଆନନ୍ଦେୟାଙ୍କ ମେଡ଼ିସିନ ଖାଇବା ପରେ ତୁରନ୍ତ ରୋଗୀ ଅକ୍ସିଜେନ ଅଭାବ ଜନିତ ଲକ୍ଷଣରୁ ରକ୍ଷା ପାଉଥିବା ଚର୍ଚ୍ଚା ହେଉଛି  । P, L and F ଏମିତି ତିନିଟି ନାଁରେ ଆନନ୍ଦୟା ମେଡିସିନ ଦେଉଛନ୍ତି । ଏ ମଧ୍ୟରେ ଏକ ଆଇଡ୍ରପ ମଧ୍ୟ ରହିଛି । ଯାହାକି ଆଖିରେ ପଡ଼ିଲା ମାନେ ମାତ୍ର କିଛି ମିନିଟ ଭିତରେ ରୋଗୀ କୁଆଡ଼େ ସୁସ୍ଥ ହେଉଛି । ତାର ଅଣନିଶ୍ବାସୀ ହେବା ଲକ୍ଷଣ ଦୂର ହୋଇଯାଉଛି । ତେବେ ଆନ୍ଧ୍ର ସରକାର ବାକି ଔଷଧ ପ୍ରୟୋଗ ପାଇଁ ଅନୁମତି ଦେଇଥିବା ବେଳେ ଆଖିରେ ପକାଯାଉଥିବା ଔଷଧ ଉପରେ ଅଧିକ ଅନୁଧ୍ୟାନ ପାଇଁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ କମିଟି ଏହି ଔଷଧକୁ କରୋନା ରୋଗୀଙ୍କ ଠାରେ ପ୍ରୟୋଗ କରିବା ଲାଗି ନିଷ୍ପତ୍ତି ନେଇଛି ।

ଆନ୍ଧ୍ର ପ୍ରଦେଶ ସରକାର ମଧ୍ୟ ହାଇକୋର୍ଟକୁ ଏ ସଂପର୍କରେ ଅବଗତ କରିଥିଲେ । ଆନନ୍ଦେୟା କୋର୍ଟରେ ଆବଦେନ କରି ଦର୍ଶାଇଥିଲେ ଯେ ତାଙ୍କ ଦ୍ବାରା ପ୍ରସ୍ତୁତ ଔଷଧ ସଂପୂର୍ଣ୍ଣ ନିରାପଦ ଏବଂ କରୋନା ରୋଗୀ ଏଥିରେ ଉପଷମ ଲାଭ କରୁଛନ୍ତି । ଏଥିସହିତ ଏହି ଔଷଧକୁ ପ୍ୟାଟେଣ୍ଟ ଅନ୍ତର୍ଭୁକ୍ତ କରିବା ଲାଗି ମଧ୍ୟ ସେ ଆବେଦନରେ ଦର୍ଶାଇଥିଲେ ।ତେବେ ସେ ଔଷଧରୁ ଲାଭ ପାଇବା ଉଦ୍ଦେଶ୍ୟ ରଖିନାହାନ୍ତି ବରଂ ଏହି ଔଷଧ ମଗଣାରେ ଲୋକଙ୍କୁ ବଣ୍ଟାଯ଼ିବାକୁ ପ୍ରସ୍ତାବ ଦେଇଥିଲେ । ତେବେ ହାଇକୋର୍ଟରେ ମାମଲା ଶୁଣାଣି ଜାରି ରହିଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ଏହାକୁ ମଞ୍ଜୁରୀ ଦେଇଛନ୍ତି ।

ଏବେ ଏହା କ୍ରିଷ୍ଣାପଟ୍ଟନମ ମେଡିସିନ ଭାବେ ଜଣାଯ଼ିବ । ଆୟୁର୍ବେଦ ଚିକିତ୍ସା ନିୟମ ଅନୁସାରେ ଏହାକୁ ଚିକିତ୍ସା ପରିସରଭୁକ୍ତ କରାଯିବ । କରୋନାରେ ଚିକିତ୍ସାଧୀନ ଥିବା ରୋଗୀମାନେ ସାଧାରଣ ଏଲୋପାଥିକ ଔଷଧ ସହିତ କ୍ରିଷ୍ଣାପଟ୍ଟନମ ମେଡିସିନ ଖାଇବେ କିନ୍ତୁ ଏଥିପାଇଁ ରୋଗୀ ନିଜ ଆଡୁ ଆଗ୍ରହ ପ୍ରକାଶ କରିବା ଉଚିତ । ତେବେ ଆଖି ଔଷଧ ଉପରେ ପରୀକ୍ଷା ନିରୀକ୍ଷା ଜାରି ରହିଥିବାରୁ ଏଥିପାଇଁ କିଛି ଦିନ ପରେ ନିଷ୍ପତ୍ତି ନିଆଯିବ

Leave a Reply

Your email address will not be published. Required fields are marked *