ପିଲାଙ୍କ ଶାରିରୀକ ବିକାଶ ସହ ସୁସ୍ଥା ରହିବା ଜରୁରୀ, ଆପଣଙ୍କ ପିଲାଙ୍କୁ ଦିଅନ୍ତୁ ଏହି ସୁପର ଫୁଡସ୍

ଭୁବନେଶ୍ଵର, ୨୯/୦୬ : ପ୍ରତ୍ୟେକ ମା’ ନିଜ ପିଲାକୁ ଦୁନିଆର ସବୁଠାରୁ ଭଲ ଓ ପୋଷଣଯୁକ୍ତ ଖାଦ୍ୟ ଦେବାକୁ ଚାହାଁନ୍ତି। ଯାହାଦ୍ୱାରା ସେମାନଙ୍କ ପିଲା ଶାରିରୀକ ବିକାଶ ସହ ସୁସ୍ଥ ରହିବ। ଏଥିପାଇଁ ପ୍ରଥମେ ପିଲାର ଖାଦ୍ୟରେ କ’ଣ କ’ଣ ସାମିଲ୍ କରିବା ଉଚିତ୍‌ ତାହା ଜାଣିବା ଦରକାର। ଅନେକ ସମୟରେ ଛୋଟ ପିଲାଙ୍କ ଜିଦି ଆଗରେ ଅଭିଭାବକ ବାଧ୍ୟ ହୋଇ ସ୍ୱାଦିଷ୍ଟ ନାଁରେ ଏଣୁତେଣୁ ଖାଦ୍ୟ ଦେଇଥାନ୍ତି । ଏହାବ୍ୟତୀତ କେବେ କେବେ ବହୁ ବିକଳ୍ପ ଯୋଗୁ ପିଲାକୁ ଆବଶ୍ୟକ ପୋଷକ ତତ୍ତ୍ୱ ମିଳିପାରି ନଥାଏ । ଚାଲନ୍ତୁ ଜାଣିବା ଏମିତି କିଛି ଖାଦ୍ୟ ବିଷୟରେ ଯାହା ପିଲା ଖୁଆଇବା ଦ୍ୱାରା ତା’ ବିକାଶ ସୁନିଶ୍ଚିତ କରିପାରିବା ।

ଡାଲି ପ୍ରାୟ ପିଲାଙ୍କୁ ପସନ୍ଦ ନୁହେଁ । କିନ୍ତୁ ଏହା ପ୍ଲାଣ୍ଟ୍‌-ବେସ୍‌ଡ ପ୍ରୋଟିନ୍‌, ଫାଇବର୍‌, ଆଇରନ୍‌, ଫୋଲେଟ୍‌ ଏବଂ ମ୍ୟାଗ୍‌ନେସିୟମ୍‌ ପରି ଆବଶ୍ୟକ ପୋଷକ ତତ୍ତ୍ୱର ଅଭାବକୁ ଦୂର କରିଥାଏ । ନିୟମିତ ଡାଲି ଖାଇବା ଦ୍ୱାରା ହାଡ଼ ଓ ମାଂସପେଶୀ ମଜଭୁତ ହେବା ସହ ସାମଗ୍ରିକ ଶାରିରୀକ ବିକାଶ ମଧ୍ୟ ହୋଇଥାଏ।

ବିଭିନ୍ନ ପ୍ରକାର ଶସ୍ୟ ପିଲାଙ୍କ ଭିତରେ ଥିବା ଫାଇବରର ଅଭାବକୁ ଦୂର କରିଥାଏ । ଏହାକୁ ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିବା ସହ ପେଟପୁରା ରହିଥାଏ । ବିଭିନ୍ନ ଶସ୍ୟରେ ଭିଟାମିନ୍‌, ଖଣିଜ ଓ ଆଣ୍ଟି-ଅକ୍ସିଡାଣ୍ଟ ପରି ମହତ୍ତ୍ୱପୂର୍ଣ୍ଣ ପୋଷକତତ୍ତ୍ୱ ଭରି ରହିଥାଏ । ସେହିପରି ଆଇରନ୍‌ ମଧ୍ୟ ଥାଏ, ଯାହା ପିଲାକୁ ଆନେମିଆଠାରୁ ଦୂରେଇ ରଖେ ।

ଓଟସ୍‌କୁ ଭିନ୍ନ ଭିନ୍ନ ଭାବେ ବ୍ୟବହାର କରିପାରିବେ । ଏହା ଫାଇଭର, ପ୍ରୋଟିନ୍‌, ଭିଟାମିନ୍‌-ଇ, ମ୍ୟାଗ୍‌ନେସିୟମ୍‌ ଓ ଜିଙ୍କ୍‌ ପରି ପୋଷକ ତତ୍ତ୍ୱର ଗନ୍ଥାଘର । ଏହା କମ୍‌ ଗ୍ଲାଇକୋସୋମିକ୍‌ ଇଣ୍ଡେକ୍ସ ଖାଦ୍ୟ ତାଲିକାଭୁକ୍ତ । ଏହା ପିଲାଙ୍କୁ ଟାଇପ୍‌-୨ ମଧୁମେହ ଓ ମୋଟପଣଠାରୁ ଦୂରେଇ ରଖେ ।

ବାଜରା ହେଉଛି ଗ୍ଲୁଟେନ୍‌ ମୁକ୍ତ, ଯାହାକୁ ହଜମ କରିବା ଖୁବ୍‌ ସହଜ । ଏହା ଫାଇବର, ପ୍ରୋଟିନ୍‌, ଭିଟାମିନ୍‌-ବି ଓ ଇ, ମ୍ୟାଗ୍‌ନେସିୟମ୍‌ ଏବଂ ଆଇରନ୍‌ ପରି ଖଣିଜ ପଦାର୍ଥର ପ୍ରମୁଖ ସ୍ରୋତ । ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଏ ।

Leave a Reply

Your email address will not be published. Required fields are marked *