ପୁରୁଷ ଏବଂ ମହିଳାମାନଙ୍କଠାରେ ହୃଦଘାତର ଲକ୍ଷଣ ଭିନ୍ନ, ଜାଣନ୍ତୁ ମହିଳାମାନଙ୍କ ଠାରେ ଦେଖା ଯାଉଥିବା ହୃଦଘାତର ଲକ୍ଷଣ

ଭୁବନେଶ୍ଵର, ୧୦/୦୩ : ଖରାପ ଜୀବନଶୈଳୀ ଏବଂ ଅନ୍ୟାନ୍ୟ କାରଣରୁ ଆଜିକାଲି ହୃଦଘାତ ଏକ ଗୁରୁତର ସମସ୍ୟା ପାଲଟିଛି । ଅନ୍ୟାନ୍ୟ ରୋଗ ପରି ହୃଦଘାତର ମଧ୍ୟ ଲକ୍ଷଣ ରହିଥାଏ। କେବଳ ସେଗୁଡିକୁ ଚିହ୍ନିବା ଆବଶ୍ୟକ। ଆପଣ ଜାଣନ୍ତି କି ପୁରୁଷ ଏବଂ ମହିଳାମାନଙ୍କଠାରେ ହୃଦଘାତର ଲକ୍ଷଣ ଭିନ୍ନ ହୋଇଥାଏ? ଯଦି ଉଚିତ୍ ସମୟରେ ସେଗୁଡିକ ଉପରେ ଧ୍ୟାନ ଦିଆଯାଏ, ତେବେ ଗମ୍ଭୀର ସମସ୍ୟାକୁ ଏଡ଼େଇ ଦିଆଯାଇପାରେ। ତେବେ ଆସନ୍ତୁ ଜାଣିବା ମହିଳାଙ୍କଠାରେ ହୃଦଘାତର ଲକ୍ଷଣ କଣ…

ଅନେକ ମହିଳାଙ୍କୁ ହୋଇନଥାଏ ହାର୍ଟ ପେନ୍ :
ପୁରୁଷମାନଙ୍କଠାରେ ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ହାର୍ଟ ପେନ୍ । କିନ୍ତୁ ଏହା ଆଶ୍ଚର୍ଯ୍ୟଜନକ ଯେ ଅନେକ ମହିଳା ହୃଦଘାତ ପୂର୍ବରୁ ଛାତିରେ ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ମହିଳାମାନେ ପିଠି, ବେକ ଏବଂ ଜ-ଲାଇନରେ ଯନ୍ତ୍ରଣା ଅନୁଭବ କରନ୍ତି। ହୃଦଘାତ ସମୟରେ ମହିଳାମାନଙ୍କର ବାନ୍ତି, ବେକ କିମ୍ବା ଉପର ପିଠିରେ ଯନ୍ତ୍ରଣା, ଛାତିର ତଳ ଭାଗ କିମ୍ବା ପେଟରେ ଯନ୍ତ୍ରଣା, ନିଶ୍ୱାସ ପ୍ରଶ୍ୱାସରେ ଅଶୁବିଧା, ବେହୋଶ ହେବା, ଏବଂ ଅତ୍ୟଧିକ ଥକ୍କା ଅନୁଭବ ହୋଇଥାଏ। ଏହା ବ୍ୟତୀତ ଶୋଇବା ସମସ୍ୟା, ଚିନ୍ତା, ମୁଣ୍ଡ ବୁଲାଇବା, ଗ୍ୟାସ୍ ହେବା ଭଳି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥାଏ।

୫୦ ବର୍ଷରୁ ଅଧିକ ମହିଳାଙ୍କର ବିପଦ ରହିଛି :
ମେନୋପାଜ୍ ମହିଳାମାନଙ୍କଠାରେ ହୃଦଘାତ ସମସ୍ୟା ସୃଷ୍ଟି କରେ। ୫୦ ବର୍ଷରୁ ଅଧିକ ମହିଳାଙ୍କଠାରେ ହୃଦଘାତ ହେତୁ ମୃତ୍ୟୁ ହେବାର ଆଶଙ୍କା ଅଧିକ ରହିଥାଏ। ଶରୀରର ଓଜନ ବୃଦ୍ଧି, ବ୍ୟାୟାମର ଅଭାବ, ଧୂମପାନ, ପ୍ରକ୍ରିୟାକୃତ ଖାଦ୍ୟ ହୃଦଘାତର ଆଶଙ୍କା ବଢାଇଥାଏ

Leave a Reply

Your email address will not be published. Required fields are marked *