ତୁମେ କଣ କଲେକ୍ଟର ? କଟାକ୍ଷ ବଦଳାଇଦେଲା ଜୀବନର ଗତିପଥ, ଡାକ୍ତରାଣୀରୁ ହେଲେ କଲେକ୍ଟର

ନୂଆଦିଲ୍ଲୀ, ୦୭/୦୨ : କଟାକ୍ଷ ବଦଳାଇଦେଲା ଜୀବନର ଗତିପଥ। କଠିନ ପରିଶ୍ରମ କରି ଡାକ୍ତରାଣୀରୁ ହେଲେ କଲେକ୍ଟର। ଆମେ କହୁଛୁ ଆଇଏଏସ୍ ଅଫିସର ପ୍ରିୟଙ୍କା ଶୁକ୍ଳାଙ୍କ କଥା। ଦିନେ ରୋଗୀଙ୍କୁ ଚିକିତ୍ସା କରିବା ସମୟରେ ତାଙ୍କୁ ଜଣେ ମହିଳା କହିଥିଲେ ଯେ, ତୁମେ କଣ କଲେକ୍ଟର। ମହିଳାଙ୍କ ଏହି ଉକ୍ତି ପ୍ରିୟଙ୍କାଙ୍କୁ ବ୍ୟଥିତ କରିଥିଲା ଏବଂ ସେ ଆଇଏଏସ୍ ଅଧିକାରୀ ହେବା ପାଇଁ ମନସ୍ଥ କରିଥିଲେ। ଏଥିପାଇଁ ତାଙ୍କ ପରିବାର ତାଙ୍କୁ ଖୁବ୍ ସହଯୋଗ କରିଛନ୍ତି।

ପିଲାଦିନରୁ ପ୍ରିୟଙ୍କା ଶୁକ୍ଳା ଡାକ୍ତର ହେବାକୁ ସ୍ଵପ୍ନ ଦେଖୁଥିଲେ। ଏଥିପାଇଁ ସେ କଠୋର ପରିଶ୍ରମ କରୁଥିଲେ। ୨୦୦୬ରେ ଏମବିବିଏସ୍ ଡିଗ୍ରୀ ହାସଲ କରିବା ପରେ ଲକ୍ଷ୍ନୌରେ ସେ ଅଭ୍ୟାସ କରିବା ଆରମ୍ଭ କରିଥିଲେ। ଥରେ ସେ ବସ୍ତିକୁ ଚିକିତ୍ସା କରିବା ପାଇଁ ଯାଇଥିଲେ। ସେଠାରେ ଜଣେ ମହିଳା ଅପରିଷ୍କାର ପାଣି ପିଉଥିଲା ଏବଂ ତାର ପିଲାମାନଙ୍କୁ ଦେଉଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ପ୍ରିୟଙ୍କା ତାଙ୍କୁ ମନା କରିଥିଲେ। ଏହା ଶୁଣି ମହିଳା ଜଣଙ୍କ ତାଙ୍କୁ କହିଥିଲେ ତୁମେ କଣ କଲେକ୍ଟର ? ଏହି କଥା ଶୁଣି ପ୍ରିୟଙ୍କା ଆଇଏଏସ୍ ହେବାକୁ ମନସ୍ଥ କରିଥିଲେ ଏବଂ ପ୍ରସ୍ତୁତି ଆରମ୍ଭ କରିଥିଲେ।

୨୦୦୯ରେ ପ୍ରିୟଙ୍କା ଦ୍ଵିତୀୟ ଚେଷ୍ଟାରେ ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ପ୍ରିୟଙ୍କା ତାଙ୍କ କାମ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି। ସେ ଜଣେ କନଟେମ୍ପରାରି ଡ୍ୟାନ୍ସର ଏବଂ କବିତା ମଧ୍ୟ ଲେଖନ୍ତି।

Leave a Reply

Your email address will not be published. Required fields are marked *