ଆଜିଠୁ ୨୭୧୨ ପଦବି ପାଇଁ ଓଏସ୍‌ଏସ୍‌ଏସ୍‌ସିରେ ଆବେଦନ

ଭୁବନେଶ୍ୱର, ୨୬/୧୦: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସ୍‌ଏସ୍‌ଏସ୍‌ସି) ଲାଇଭଷ୍ଟକ୍‌ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପାଇଁ ଗୁରୁବାର ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆଶାୟୀ ପ୍ରାର୍ଥୀମାନେ ଓଏସ୍‌ଏସ୍‌ଏସ୍‌ସିର ୱେବସାଇଟ www.osssc.gov.in ରେ ଆବେଦନ କରିପାରିବେ । ଆବେଦନ ପାଇଁ କୌଣସି ଫି’ ଦେବାକୁ ପଡିବ ନାହିଁ ।

ଚଳିତଥର ମୋଟ ୨୭୧୨ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲାଇଭଷ୍ଟକ୍‌ ଇନ୍ସପେକ୍ଟର ପାଇଁ ୭୧୯, ଫରେଷ୍ଟର ପାଇଁ ୩୧୬ ଓ ଫରେଷ୍ଟ ଗାର୍ଡ ପାଇଁ ୧୬୭୭ ପଦବି ସୃଷ୍ଟି ହୋଇଛି । ଆବେଦନ ପାଇଁ ଆଶାୟୀମାନେ ନଭେମ୍ୱର ୨୦ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ । ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ଶାରୀରିକ ପରୀକ୍ଷା ପ୍ରତି ଜିଲ୍ଲା ମୁଖ୍ୟାଳୟରେ ହେବ । ଫେବ୍ରୁଆରୀ ମାସରେ ସମ୍ଭବତଃ ଏହାର ପରୀକ୍ଷା ହୋଇପାରେ ବୋଲି ବୋର୍ଡ ପକ୍ଷରୁ ଦର୍ଶାଯାଇଛି ।

Leave a Reply

Your email address will not be published. Required fields are marked *