ପିଲାକୁ ହଷ୍ଟେଲ ପଠାଉଥିଲେ ଜାଣନ୍ତୁ ଏହି ସବୁ ଟିପ୍ସ…

ଭୁବନେଶ୍ଵର, ୦୨/୧୧ : ପିଲାକୁ ସୁନିଶ୍ଚିତ ଭବିଷ୍ୟତ ଦେବା ପାଇଁ ସବୁ ବାପାମା’ପ୍ରୟାସ କରିଥାନ୍ତି । ଅନେକ ସମୟରେ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ଆଶାରେ ଅଭିଭାବକ ପିଲାକୁ ଦୂର ସହରରେ ପାଠ ପଢିବାକୁ ପଠାଇଥାନ୍ତି । ସେଠାରେ ପିଲାକୁ ହଷ୍ଟେଲ ଜୀବନ ବଞ୍ଚିବାକୁ ପଡିଥାଏ । ପିଲାର ହଷ୍ଟେଲ ଜୀବନକୁ ନେଇ ପ୍ରାୟ ଅଭିଭାବକଙ୍କ ଭିତରେ ଅଜଣା ଭୟ ରହିଥାଏ । ଏଯପରିକି ପିଲା ହଷ୍ଟେଲରେ କେମିତି ରହିବ? ସେଠାରେ ଆଡ୍‌ଜଷ୍ଟ କରିପାରିବ କି ନା? ଏପରି ଅନେକ ପ୍ରଶ୍ନ ଉଙ୍କି ମାରିଥାଏ ମା’ ମନରେ । କେବଳ ମା’ ନୁହେଁ, ଅନେକ ସ୍ଥାନରେ ପିଲା ମଧ୍ୟ ଚିନ୍ତାରେ ରହିଥାଏ । ପିଲା ହଷ୍ଟେଲରେ ଭଲ ଭାବେ ଆଡ୍‌ଜଷ୍ଟ କରିବା, ଶାନ୍ତିରେ ରହିବା ସହ ସଫଳତା ପୂର୍ବକ ହଷ୍ଟେଲ ଜୀବନ ଅତିବାହିତ କରିବା ପାଇଁ କେତେକ ଟିପ୍ସ ।

„
-ଯଦି ପିଲାକୁ ହଷ୍ଟେଲରେ ଛାଡିବା ପାଇଁ ସ୍ଥିର କରିସାରିଛନ୍ତି, ତେବେ ମନରେ କୌଣସି ଶଙ୍କା ରଖନ୍ତୁନାହିଁ । ବରଂ ସକାରାତ୍ମକ ଚିନ୍ତା ରଖନ୍ତୁ ।„ ହଷ୍ଟେଲ ପଠାଇବା ପୂର୍ବରୁ ସେଠାକାର ମାହୋଲ, ପାଠପଢା ଓ ଶିକ୍ଷକଶିକ୍ଷୟତ୍ରୀଙ୍କ ବିଷୟରେ ଜାଣିବା ପରେ ହିଁ ପିଲାକୁ ପଠାନ୍ତୁ ।
„
-ପିଲାକୁ ହଷ୍ଟେଲ ପଠାଇବା ପୂର୍ବରୁ ଘରର ମାହୋଲକୁ ଚିନ୍ତାଗ୍ରସ୍ତ କରାନ୍ତୁ ନାହିଁ । ବରଂ ଖୁସମିଜାଜ୍‌ ରଖିବାକୁ ପ୍ରୟାସ କରନ୍ତୁ, ଯାହାଦ୍ୱାରା ପିଲା ଖୁସିରେ ହଷ୍ଟେଲ ଯାଇପାରିବ ।„ ହଷ୍ଟେଲ ଯିବା ପରେ ପିଲା ଆଗରେ ଅଭିଭାବକ ନିଜର ଭାବନା ଓ ସମ୍ବେଦନଶୀଳତାକୁ ପ୍ରକାଶ ନ କରିବା ଉଚିତ୍‌ । ପିଲା ସେଠାରେ ନିଜ କାମ ନିଜେ କରିବା ପାଇଁ ପ୍ରେରିତ କରନ୍ତୁ । ପିଲାର ସମସ୍ତ ଜିନିଷପତ୍ର ସୁବ୍ୟବସ୍ଥିତ କରିବା ଶିଖାନ୍ତୁ ।
„
-ପିଲାକୁ ହଷ୍ଟେଲ ଛାଡିବା ପୂର୍ବରୁ ସେଠାକାର ଖାଇବା ସମୟ, ସ୍ୱଚ୍ଛତା ଓ ଖାଦ୍ୟର ଗୁଣବତ୍ତା ଆଦି ଚେକ୍‌ କରିନିଅନ୍ତୁ । ପରେ ବ୍ୟସ୍ତ ହେବା ଅନୁଚିତ୍‌ । ପିଲାକୁ ବୁଝାନ୍ତୁ ଯେ ସେ କେବେ କେବେ ହଷ୍ଟେଲ ୱାଡର୍ନ ସହ ଦେଖା କରି ନିଜର ଭଲମନ୍ଦ ଜଣାଇବା ଉଚିତ୍‌ ।
„
-ପିଲାର ଭାବନାକୁ ଦୁର୍ବଳ କରନ୍ତୁ ନାହିଁ । ବରଂ ଆତ୍ମନିର୍ଭରଶୀଳ ହେବା ଶିଖାନ୍ତୁ । ହଷ୍ଟେଲରେ ପିଲା ସହପାଠୀଙ୍କ ସହ ମିଳିମିଶି ରହିବା ଶିଖାନ୍ତୁ । ଫଳରେ ପିଲାର ସାମାଜିକ ସମ୍ପର୍କ ବଢିବ ।
„
-ପିଲା ହଷ୍ଟେଲରେ ରହିବା ସମୟରେ କେବଳ ପାଠ ନୁହେଁ, ବରଂ ଅନ୍ୟାନ୍ୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିବା ଉଚିତ୍‌ । ଏହାଦ୍ୱାରା ପିଲା ଏକଲାପଣ ଅନୁଭବ କରି ନଥାଏ ।

Leave a Reply

Your email address will not be published. Required fields are marked *