କମୁଛି ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା 4 ହଜାର ଉପରେ

ଦେଶରେ କ୍ରମାଗତ ଭାବେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ମୃତ୍ୟୁସଂଖ୍ୟାରେ କୌଣସି ବ୍ରେକ ଲାଗୁନି। ଲଗାତର ୪ ଦିନ ପରେ ଗତକାଲି ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ତଳକୁ ଖସିଥିବା ବେଳେ ଆଜି ପୁଣି ଏହା ୪ ହଜାର ପାର କରିଛି। ୨୪ ଘଣ୍ଟାରେ ୪୨୦୯ ଜଣଙ୍କ ଜୀବନ ନେଇଛି କିଲର କରୋନା। ଗତକାଲି ଏହା ୩୮୭୪ ଥିଲା। ବୁଧବାର ଦେଶରେ ରେକର୍ଡ ୪୫୨୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ।…

Read More

ରାଜ୍ୟରେ ଦୈନିକ କରୋନା ପରୀକ୍ଷା 70ହଜାରକୁ ବଢ଼ିବ

ବଢୁଥିବା କରୋନା ସଂକ୍ରମଣ ଏବଂ ଏହାର ଚେନକୁ ବ୍ରେକ୍ ଦେବା ପାଇଁ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ୨ ସପ୍ତାହ ବୃଦ୍ଧି ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି। ବୈଠକରେ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପ୍ରତି ଗୁରୁତ୍ଵାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଅକ୍ସିଜେନ୍ ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି। ଆଜିର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଟିକାକରଣ ଉପରେ ଗୁରୁତ୍ଵ ଦେଇଛନ୍ତି। ଟିକାକରଣ କେନ୍ଦ୍ରରେ କେମିତି ସାମାଜିକ ଦୂରତ୍ଵ ବଜାୟ ରହିବ ସେଥିପ୍ରତି ଧ୍ୟାନ…

Read More

ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ

କରୋନା ଭାଇରସ୍‌ର ଦ୍ଵିତୀୟ ଲହରରେ ସ୍ଥିତି ସଙ୍ଗୀନ। କୋଭିଡ୍-୧୯ର ଏହି ନୂତନ ଷ୍ଟ୍ରେନ କମ ବୟସର ଲୋକଙ୍କୁ ସଂକ୍ରମଣ କରିବା ସହ ଶିଶୁମାନଙ୍କୁ ମଧ୍ୟ ଛାଡୁନି। କଅଁଳା ଶିଶୁ ମଧ୍ୟ ଏହି ମାରାତ୍ମକ ମହାମାରୀରୁ ବାଦ୍ ପଡୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି  କରୋନା ସଂକ୍ରମଣରୁ ଶିଶୁଙ୍କୁ ରକ୍ଷା ପାଇଁ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି।  ଏଥିସହ ୧୮ ରୁ ୪୪ ବର୍ଷ ବୟସ ବର୍ଗଙ୍କୁ କୋଭିଡ୍ ସୁରକ୍ଷା ଲାଗି କମିଟି ଗଠନ କରାଯାଇଛି। ଏହାବାଦ୍ ରାଜ୍ୟର…

Read More

ଟିକା ନେଲେ ବି ସଂକ୍ରମିତ କରିପାରିବେ

କରୋନା ଟିକା ନେଇଥିବା ଲୋକ ସୁରକ୍ଷିତ। କିନ୍ତୁ ତାଙ୍କଠାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି। ଇଣ୍ଡିଆ ଟୁଡେ ଚ୍ୟାନେଲକୁ କରୋନା ବାବଦରେ ଲୋକଙ୍କୁ ସଚେତନତା କରାଇବାକୁ ଯାଇ ବିଶେଷଜ୍ଞମାନେ କହିଛନ୍ତି, ଦ୍ୱିତୀୟ ଡୋଜ ନେବା ପରେ ଅଧିକାଂଶ ଲୋକ ମାସ୍କ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତା ପାଳନ କରୁ ନାହାନ୍ତି। କରୋନା ନାକ, ପାଟି ଜରିଆରେ ସଂକ୍ରମିତ ହେଉଛି। ତେଣୁ ଟିକା ନେଇଥିବା ଲୋକ ମାସ୍କ ନପିନ୍ଧିଲେ ତାଙ୍କଠାରୁ ଅନ୍ୟ ଲୋକଙ୍କୁ କରୋନା ଭୂତାଣ…

Read More