ଓଡ଼ିଆରେ ଗୋଟେ କଥା ଅଛି ଭଙ୍ଗା ପୋଳୁହକୁ ମୁଣ୍ଡବୁଲା ଷେଉଳ। କଥାଟା ଏବେ ପ୍ରାୟ ଓଡ଼ିଆଙ୍କ ଚର୍ଚ୍ଚାରେ ରହିଛି। କାହିଁକି ଆପଣ ବୁଝି ସାରିବେଣି। କଥାଟା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ। କେତେ ବେଳେ କଣ କହୁଛନ୍ତି କୁଆଡ଼େ ମୋଡ଼ ନେଉଛନ୍ତି କିଛି ଜଣା ପଡୁନି। ଏଣେ ବିଶ୍ବର ଏଡ଼େବଡ଼ ଆର୍ଥିକ ଓ ସାମରିକ ଶକ୍ତିର ମୁଖ୍ୟଙ୍କ କଥାକୁ ବିଭିନ୍ନ ଦେଶ ଆସ୍ତେ ଆସ୍ତେ ହାଲୁକା ଭାବେ ନେଲେଣି। ପୁଣି ଆଜି ଟ୍ରମ୍ପ କହିଲେଣି ଭାରତ କେୟାର କରୁନି ତ ଆହୁରି ସୁଧ କଷିବି, ମାନେ ଅଧିକ ଟାରିଫ ଲଗାଇବାକୁ ଧମକ ଦେଲେଣି ଟ୍ରମ୍ପ । ଏଥିସହିତ ଆର୍ଥିକ ଦଣ୍ଡ ଲଗାଇବାକୁ ମଧ୍ୟ ଧମକ ଦେଇଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଟ୍ରମ୍ପ ଏଭଳି କିଛି ଉଲ୍ଲେଖ କରିଛନ୍ତି। କିଛି ଦିନ ପୂର୍ବରୁ ଭାରତ ଉପରେ 25 ପ୍ରତିଶତ ଟାରିଫ କଷି ଭାରତର ହାତ ମୋଡ଼ିବାକୁ ଚେଷ୍ଟା କରିଥିଲେ ଅଙ୍କଲ ସାମ୍। ଭାବିଥିଲେ ଯେ ଭାରତ ତାଙ୍କ ଧମକରେ ପାଣି ପାଣି ହୋଇଯାଇ ରୁଷ ସହିତ କଟି କରିଦେବ, ରୁଷରୁ ତେଲ କିଣିବା ବନ୍ଦ କରିଦେବ। ହେଲେ ସେମିତି କିଛି ହେଲାନି, ଭାରତ ତାର ଆର୍ଥିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବ ବୋଲି କହିସାରିଲାଣି । ଆଗକୁ ଯିବା ପୂର୍ବରୁ ଆସନ୍ତୁ ଦେଖିବା କଣ କହିଛନ୍ତି ଟ୍ରମ୍ପ।
ପଞ୍ଚତନ୍ତ୍ରର ବୁଢ଼ା ବାଘର କଙ୍କଣ ଉପାଖ୍ୟାନ ମନେ ଥିବ। ଏବେ ଟ୍ରମ୍ପ ଆମେରିକା ସହିତ ବାଣିଜ୍ୟକୁ କଙ୍ଗଣ ଭଳି ବ୍ୟବହାର କରୁଛନ୍ତି । ଗୋଟିଏ ପଟେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି ଅନ୍ୟପଟେ ବାଣିଜ୍ୟର ଲୋଭ ଦେଖାଉଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧରେ କେତେ ସଂଖ୍ୟାରେ ଧନଜୀବନ ନଷ୍ଟ ହେଉଛି ଏହାର ଦ୍ବାହି ଦେଇ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି ଟ୍ରମ୍ପ।
ଏହା ଟ୍ରମ୍ପଙ୍କ ହତାଶାବୋଧ ବୋଲି କହୁଛି ରୁଷ। ସେପଟେ ଚୀନ ମଧ୍ୟ ବାଣିଜ୍ୟକୁ ନେଇ ଟ୍ରମ୍ପ ପ୍ରଶାସନ ଉପରେ ବ୍ୟାକ ଫାୟାର କରିବାକୁ ଚେଷ୍ଟା କଲାଣି। କାରଣ ଭାରତ ଅପେକ୍ଷା ବଡ଼ ବାଣିଜ୍ୟ ଚୀନ ସହିତ ଜାରି ରଖିଛି ଆମେରିକା । ତେଣୁ ଯେତେବେଳେ ରୁଷକୁ ଟ୍ରମ୍ପ ସିଧାସଳଖ ଜବତ କରିବାରୁ ନାହାନ୍ତି, ଯେତେବେଳେ ଚୀନ ସହିତ ବାଣିଜ୍ୟିକ ପ୍ରତିଦ୍ବନ୍ଦ୍ବିତାରେ ପଛେଇ ଯାଉଛି ଆମେରିକା, ସେତେବେଳେ ଭାରତ ଉପରେ ରାଗ ଶୁଝାଇବାକୁ ଚେଷ୍ଟା କରିଛି । ପାକିସ୍ତାନ ସହିତ ସଂପର୍କ ଯୋଡ଼ି ଟ୍ରାଙ୍ଗୁଲାର ପ୍ରେମକାହାଣୀ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଭାରତ ସ୍ପଷ୍ଟ କରିଦେଇଛି ରୁଷ-ଭାରତ ସଂପର୍କ ଉପରେ କୌଣସି ତୃତୀୟ ଶକ୍ତି ପ୍ରଭାବ ପକାଇ ପାରିବେ ନାହି। ଯାହାକି ସିଧାସଳଖ ଟ୍ରମ୍ପଙ୍କୁ ଉତ୍ତର ଯେ ଆମେରିକାର ବଡ଼ ଭାଇ ପଣିଆ ଆଉ ଚାଲୁନି।
Trump gone case
Kebap tasting tour Such a well-organized Istanbul tour, highly recommended! http://blogginmamas.com/?p=19464
weed edibles quick delivery options