ଏଇଥି ପାଇଁ କୁହାଯ଼ାଏ ଶିଶୁଙ୍କୁ ଏକୁଟିଆ ରାସ୍ତାରେ ଛାଡନ୍ତୁ ନାହିଁ

ଏଇଥି ପାଇଁ ବାରମ୍ବାର କୁହାଯ଼ାଏ ଶିଶୁଙ୍କୁ ଏକୁଟିଆ ରାସ୍ତାରେ ଛାଡନ୍ତୁ ନାହିଁ । କିଛିବି ଅଘଟଣ ଘଟିବାର ଆଶଙ୍କା ଥାଏ । କୋରାପୁଟରେ ଏକ କୁନି ଶିଶୁକୁ ରାସ୍ତାର ବୁଲା କୁକୁର ଝୁଣି କାମୁଡି ମାରିଦେଇଛନ୍ତି । ଏହି  ୫ ବର୍ଷର ଶିଶୁଟି ଘରକୁ ଫେରୁଥିବା ବେଳେ କୁକୁରମାନେ ଘେରି ଯାଇଥିଲେ । ଶିଶୁକୁ ଝୁଣି ଖାଇଗଲେ ଏକାଧିକ କୁକୁର। ରବିବାର ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ଦୋରଗୁଡ଼ା ପଞ୍ଚାୟତର କୁସୁମଗୁଡା ଗାଁରେ।

ଗାଁର ଏକ ୫ ବର୍ଷର ଶିଶୁ ତାର ବଡ଼ ଭାଇ ସାଙ୍ଗରେ ନଦୀକୁ ଗାଧୋଇବାକୁ ଯାଇଥିଲା । ବଡ଼ ଭାଇ ନଦୀରେ ଗାଧୋଉ ଥିବା ବେଳେ ସାନ ଭାଇକୁ ଭୋକ ଲାଗିବାରୁ ସେ ଶୀଘ୍ର ଘରକୁ ଫେରିଆସିଥିଲା। ହେଲେ ଘରକୁ ଆସିବା ବାଟରେ ଶିଶୁଟିକୁ କୁକୁର ଘେରିଯାଇଥିଲେ । ଗୋଟିଏ ପରେ ଗୋଟିଏ କୁକୁର ଏକ ସଙ୍ଗେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ହୋଇଥିଲା।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଥିବା ଜଣାପଡିଛି। ଏକ ଅପମୃତ୍ୟୁ ମାମଲା କରାଯାଇଛି । ଖବର ପାଇ ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବି ଶତପଥି ଗାଁକୁ ଯାଇଥିଲେ । ମୃତ ଶିଶୁର ପରିବାର ଲୋକଙ୍କୁ ଏକ ହଜାର ଟଙ୍କା ଓ ୫୦ କିଲୋ ଚାଉଳ ସହାୟତା ଦେଇଥିଲେ ।

 

Leave a Reply

Your email address will not be published. Required fields are marked *