ଓଡ଼ିଆ ଝିଅକୁ ଆମେରିକା ରାଷ୍ଟ୍ରପତିଙ୍କ ପ୍ରଶଂସା

Samrata Dalpat

() ଏକ ଓଡ଼ିଆ ଝିଅ ଆମେରିକା ରାଷ୍ଟ୍ରପତିଙ୍କୁ ଇମ୍ପ୍ରେସ କରିଛି । ଝିଅଟିର କଥା ଓ ପ୍ରତିଭା ଦେଖି ଆମେରିକା ରାଷ୍ଟ୍ରପପତି ଜୋ ବାଇଡେନ ଆବାକାବା ହୋଇଯ଼ାଇଛନ୍ତି । କମାଲ କରିଛି ଏହି କୁନି ଝିଅ। ଏହି ଓଡ଼ିଆ ଝିଅର ପ୍ରତିଭାର ବାସ୍ନା ଆମେରିକାରେ ମହକିଛି। ପାଠ ପଢ଼ାରେ ଶ୍ରେଷ୍ଠ ପ୍ରଦର୍ଶନ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ସମ୍ମାନିତ ହୋଇଛି ଏହି କୁନି ଝିଅ। ସେ ହେଉଛି ସମ୍ରତା ଡଲପତ୍‌। । ବୟସ  ୧୦। ସମ୍ରତା ଚତୁର୍ଥ ଶ୍ରେଣୀର ଛାତ୍ରୀ। ପାଠପଢ଼ାରେ ଶ୍ରେଷ୍ଠତା ପ୍ରଦର୍ଶନ କରି ସେ ପୁରସ୍କୃତ ହୋଇଛି ।

ୟୁଏସ ପ୍ରେସିଡେଣ୍ଟାଲ ଗୋଲଡ୍‌ ସାର୍ଟିଫିକେଟ ହାସଲ କରିଥିବା ସମ୍ରତା ଦଲପତ ଆଲବିଅନ ଏଲିମେଣ୍ଟାରି ସ୍କୁଲରେ ପାଠ ପଢ଼େ । ଓହିଓର ନର୍ଥ ରୟାଲଟନ୍‌ରେ ରହୁଥବା ସମ୍ରତାଙ୍କ  ବାପା ସମ୍ରିତ୍‌ ଶେଖର ଡଲପତ୍‌ ପେଶାରେ ‌ଇଞ୍ଜିନିୟର। ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିବା ସମ୍ରତା ବେଙ୍ଗଳୁରରେ ପ୍ରି-ନର୍ସରୀ ଓ ନର୍ସରୀ ପଢ଼ିଥଲା ତେବେ ବାପାଙ୍କ ସହ ଆମେରିକା ଚାଲି ଯିବା ପରେ ତାର ପାଠପଢ଼ା ସେହିଠାରେ ଚାଲିଥିଲା ।    ଏବେ ସେ ସେଠାରେ ରହି ଅଧ୍ୟୟନ ରତ । ତେବେ ଏହି କୁନି ଝିଅ ତାର ପ୍ରତିଭା ବଳରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

Leave a Reply

Your email address will not be published. Required fields are marked *