ଟିକା ନେଲେ ବି ସଂକ୍ରମିତ କରିପାରିବେ

କରୋନା ଟିକା ନେଇଥିବା ଲୋକ ସୁରକ୍ଷିତ। କିନ୍ତୁ ତାଙ୍କଠାରୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ମଧ୍ୟ ରହିଛି। ଇଣ୍ଡିଆ ଟୁଡେ ଚ୍ୟାନେଲକୁ କରୋନା ବାବଦରେ ଲୋକଙ୍କୁ ସଚେତନତା କରାଇବାକୁ ଯାଇ ବିଶେଷଜ୍ଞମାନେ କହିଛନ୍ତି, ଦ୍ୱିତୀୟ ଡୋଜ ନେବା ପରେ ଅଧିକାଂଶ ଲୋକ ମାସ୍କ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତା ପାଳନ କରୁ ନାହାନ୍ତି। କରୋନା ନାକ, ପାଟି ଜରିଆରେ ସଂକ୍ରମିତ ହେଉଛି। ତେଣୁ ଟିକା ନେଇଥିବା ଲୋକ ମାସ୍କ ନପିନ୍ଧିଲେ ତାଙ୍କଠାରୁ ଅନ୍ୟ ଲୋକଙ୍କୁ କରୋନା ଭୂତାଣ ସଂକ୍ରମଣ କରିପାରେ। କାରଣ ଠିକ ଏହି କାରଣରୁ ଟିକା ନେବା ପରେ ମଧ୍ୟ ଜଣଙ୍କୁ କରୋନା ଭୂତାଣୁ ସଂକ୍ରମିତ ହୋଇପାରେ। ତେଣୁ ଯେଉଁମାନେ ମାସ୍କ ଓ ସାମଜିକ ଦୂରତା ପାଳନ କରୁ ନାହାନ୍ତି ସେମାନେ ଏହି ଭାଇରସର ଶିକାର ହେଉଛନ୍ତି।

ଦ୍ୱିତୀୟ ଟିକା ନେବାର ୨୦ ଦିନ ପରେ ଶରୀରରେ ସମ୍ପୂର୍ଣ୍ଣ ଆଣ୍ଚିବୋଡି ତିଆରି ହୁଏ। ଆଉ ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯାଏ ଯାହାକି କରୋନା ସହିତ ଲଢ଼େଇ କରିବାକୁ ସହଯୋଗ କରେ। ଆଉ ସଂକ୍ରମିତ ହେଲେ କରୋନା ଭାଇରସ ଏତେଟା ପ୍ରଭାବ ଦେଖାଇ ପାରିବନି।

Vaccin Syringe

Leave a Reply

Your email address will not be published. Required fields are marked *