ପିଲାଏ ପଢ଼ିବେ ବାତ୍ୟା ବନ୍ୟା ପାଠ

() ରାଜ୍ୟ ପ୍ରତିବର୍ଷ ବିପର୍ଯ଼୍ୟୟର ସମ୍ମୁଖୀନ ହେଉଥିବା ବେଳେ ଏବେ ଏହାର ସ୍ଥାୟୀ ପ୍ରତିକାର ଉପରେ ଜୋର ଦେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ଏକ ଦୀର୍ଘ ମିଆଦି ଯ଼ୋଗନା ପ୍ରସ୍ତୁତ କରିବାକୁ ଯାଉଛନ୍ତି।  ନବୀନ ସରକାରଙ୍କ ପଞ୍ଚମ ପାଳିର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ବିପର୍ଯ଼୍ୟଯ ମୁକିବାଲା ନେଇ ନିଆଯାଇଛି କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।ଏଣିକି ସ୍କୁଲ ଓ କଲେଜରେ ବିପର୍ଯ୍ୟୟ ମୁକାବିଲାର ପାଠ ପଢ଼ିବେ ପିଲା । ସରକାରୀ କର୍ମଚାରୀ ମଧ୍ୟ ଟ୍ରେନିଂ ନେବେ।  ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀ  ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତିକୁ ଏକ ବିଷୟ ଭାବେ ଗ୍ରହଣ କରାଯିବ।  ରାଜ୍ୟର ପ୍ରତ୍ୟେକ ଛାତ୍ରଛାତ୍ରୀ, ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧି, ସରକାରୀ ଅଫିସର, ମିଶନ ଶକ୍ତି ସଦସ୍ୟ, ସମସ୍ତେ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀ ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ତାଲିମ ଦିଆଯିବ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏହି ସଂକଳ୍ପ ଗୃହୀତ ହୋଇଛି ।  ସ୍କୁଲରେ ଛାତ୍ରଛାତ୍ରୀ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲାର ପାଠ ପଢ଼ିବେ। ପାଠ୍ୟକ୍ରମରେ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା ପାଇଁ ପ୍ରାକ୍ ପସ୍ତୁତିକୁ ଏକ ବିଷୟ ଭାବେ ଗ୍ରହଣ କରାଯାଇଛି। ରାଜ୍ୟର ପ୍ରତ୍ୟେକ ଛାତ୍ରଛାତ୍ରୀ, ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧି, ସରକାରୀ ଅଫିସର, ମିଶନ ଶକ୍ତି ସଦସ୍ୟବୃନ୍ଦ ସମସ୍ତଙ୍କୁ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ତାଲିମ ଦିଆଯିବ ବୋଲି କୁହାଯାଇଛି। ବିପର୍ଯ୍ୟୟର ମୁକାବିଲା କିପରି କରିବାକୁ ହେବ ସେ ବିଷୟରେ ନିରନ୍ତର ଶିକ୍ଷା ଲାଭ କରିବାକୁ ହେବ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିତ ଖାପଖୁଆଇ ଚଳିବା ସଙ୍ଗେ ସଙ୍ଗେ ବ୍ୟବସ୍ଥାର ମଧ୍ୟ ନିରନ୍ତର ଉନ୍ନତି ଆଣିବାକୁ ପଡ଼ିବ। ତେଣୁ ରାଜ୍ୟକୁ ଦକ୍ଷ ଓ ଦୃଢ଼ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଦୁଇବର୍ଷ ମଧ୍ୟରେ ବାତ୍ୟା ଓ କରୋନା ମହାମାରୀର ବିପର୍ଯ୍ୟୟକାରୀ ପ୍ରଭାବର ଓଡ଼ିଶା ସମ୍ମୁଖୀନ ହୋଇଛି । ସମଗ୍ର ବିଶ୍ବରେ ବିପର୍ଯ୍ୟୟ ପରିଚାଳନାରେ ଏକ ମଡେଲ ଭାବେ ସ୍ଵିକୃତୀଲାଭ କରିଥିବା ଓଡ଼ିଶା ଏ କ୍ଷେତ୍ରରେ ତା’ର ମାନବୀୟ ଦୃଷ୍ଟିଭଙ୍ଗୀ ଓ ଦକ୍ଷତା ପାଇଁ ସୁନାମ ଅର୍ଜନ କରିପାରିଛି ବୋଲି କହିଛନ୍ତି ନବୀନ ।ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କହିବା ସହ ଭବିଷ୍ୟତରେ ପ୍ରକୃତିର ତାଣ୍ଡବ, ଜୈବିକ ହେଉ ବା ଜଳବାୟୁଜନିତ, ତା’ର ସମ୍ମୁଖୀନ ହେବାକୁ ଭବିଷ୍ୟତ ବଂଶଧରମାନଙ୍କୁ ଏହା ଦକ୍ଷ ଓ ସଶକ୍ତ କରିବ । ଏହି ପଦକ୍ଷେପ ଦ୍ବାରା ଓଡ଼ିଶା ଲୋକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ମଧ୍ୟ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *