•
ବିଂଶ ଶତାବ୍ଦୀର ଆଦ୍ୟ କାଳଖଣ୍ଡରେ ଓଡ଼ିଶାର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଆକାଶରେ ସରଳା ଦେବୀ ଏକ ଉଜ୍ଜଳ ନକ୍ଷତ୍ର । ଏହି ଅସାଧାରଣ ଧୀସଂପନ୍ନ ପ୍ରତିଭାମୟୀ ନାରୀଙ୍କ ଜନ୍ମ ୧୯୦୪, ଅଗଷ୍ଟ ୧୯ ତାରିଖରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କରିଲୋ ଗ୍ରାମର ଏକ ଆଭିଜାତ୍ୟ ପରିବାରରେ । ସରଳାଙ୍କର ଶିକ୍ଷା ପ୍ରତି ପ୍ରବଳ ଆଗ୍ରହ ଦେଖି ତାଙ୍କ ପିତା ବାଳମୁକୁନ୍ଦ ଘରେ ଜଣେ ଖ୍ରୀଷ୍ଟିଆନ୍ ଗୁରୁମା’ଙ୍କୁ ନିଯୁକ୍ତ କରିଥିଲେ | ସରଳା ସଂସ୍କୃତି, ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ଭାଷା ତାଙ୍କଠାରୁ ଶିଖି ପାରିଥିଲେ l ସେ ୧୪ ବର୍ଷରେ ଚାଟରା ଗ୍ରାମର ଜମିଦାର ପରିବାରର ଭାଗିରଥୀ ମହାପାତ୍ରଙ୍କୁ ବିବାହ କରିଥିଲେ । ପିଲାଟି ଦିନରୁ ସରଳା ଦେଶପ୍ରେମୀ, ନିଭକା ଓ ସ୍ପଷ୍ଟବାଦୀ ଥିଲେ। ସ୍ଵାଧୀନଚେତା ଭାଗିରଥୀଙ୍କୁ ବିବାହ କରିବା ପରେ ସେ ତାଙ୍କ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବାରେ ସକ୍ଷମ ହୋଇଥିଲେ। ଜାଲିୱାନାବାଗ ଗଣହତ୍ୟା ତାଙ୍କୁ ଗଭୀର ଭାବେ ମର୍ମାହତ କରିଥିଲା। ସେ ବିପ୍ଳବିନୀ ସାଜି
ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ। ତାଙ୍କର ଅଗ୍ନିବର୍ଷୀ ଭାଷଣ ସାରା ଦେଶର ଜନତାଙ୍କୁ ଉଦବୁଦ୍ଧ କରିଥିଲା । ବହୁମୁଖୀ ପ୍ରତିଭାର ଜୟନ୍ତୀ ଉପଲକ୍ଷେ
ଅଧିକାରୀ ସରଳା ୧୯୨୧ରେ ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ନିଜର ସମସ୍ତ ଅଳଙ୍କାରକୁ ସ୍ବରାଜ ପାଣ୍ଠିକୁ ଦାନ କରିଥିଲେ । ଲବଣ ସତ୍ୟାଗ୍ରହ, ଭାରତ ଛାଡ ଆନ୍ଦୋଳନରେ ସାମିଲ ହୋଇ କାରାବରଣ କରିଥିଲେ । ୧୯୩୧ରେ ନିଖିଳ ଭାରତ କଂଗ୍ରେସ ଅଧିବେଶନରେ ସେ ପ୍ରଥମ ଓଡ଼ିଆ ମହିଳା ଭାବେ ଯୋଗ ଦେଇଥିଲେ। ସ୍ଵାଧୀନତା ପରେ ୧୯୫୫ରେ ସୀମା ଆନ୍ଦୋଳନରେ ସାମିଲ ହୋଇ ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନ ଦାବି କରି କାରାବରଣ କରିଥିଲେ ।
ସ୍ବାଧୀନତା ପୂର୍ବରୁ ୧୯୩୭ରେ ହୋଇଥିବା ନିର୍ବାଚନରେ ସରଳା ଦେବୀ କଟକ ବିଧାନସଭା ଆସନରୁ ଜିତି ୯ ବର୍ଷ ବିଧାୟିକା ଥିଲେ। ସେ ପ୍ରଥମ ମହିଳା ବିଧାୟକ ତଥା ମହିଳା ବାଚସ୍ପତି ଥିଲେ। ନାରୀଶିକ୍ଷା, ବାଲ୍ୟ ବିବାହ ନିଷେଧ, ପୋଇଲି ପ୍ରଥା ଉଚ୍ଛେଦ, ପଶୁରକ୍ଷା ବିଲ୍ ସେ ବିଧାନସଭାରେ ଆଗତ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ବିଲ, ଓଡ଼ିଶା ହାଇକୋର୍ଟ ସ୍ଥାପନ ବିଲ୍ ପାସ କରାଇବାରେ ସେ ସଫଳ ହୋଇଥିଲେ। ୧୯୩୮ରେ ନାରୀ ମଙ୍ଗଳ ବୋର୍ଡର ସଭାନେତ୍ରୀ ଭାବେ ସେ ବାଳିକା ସ୍କୁଲ ସ୍ଥାପନ, ବାଲ୍ୟ ବିବାହ ବିରୋଧ, ନାରୀମାନଙ୍କ ପାଇଁ ବିବିଧ କର୍ମ ଯୋଗାଣ ଉପରେ ଗୁରୁତ୍ଵ ଦେବା ସହିତ ଅସ୍ପୃଶ୍ୟତା ନିବାରଣ, ଅନ୍ଧବିଶ୍ବାସ, କୁସଂସ୍କାର ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ସରଳାଙ୍କ ସ୍ଥାନ ସ୍ବତନ୍ତ୍ର। ସାହିତ୍ୟର ବିଭିନ୍ନ ବିଭାଗରେ ସେ ଲେଖନୀ ଚାଳନା କରିଥିଲେ । ଏହି ପ୍ରଚଣ୍ଡ ନାରୀ ପ୍ରତିଭାଙ୍କୁ ସମ୍ମାନ ଜଣାଇ ଜଗତସିଂହପୁରଠାରେ ଏକ ସମାରୋହରେ ତାଙ୍କୁ ଲୌହ ମାନବୀ ଆଖ୍ୟା ପ୍ରଦାନ କରାଯାଇଥିଲା ।
News Views and Women
ଭଲ କଥା କିଛି ଜାଣି ପାରିଲୁ…