ବୟସ ନାମକୁ ମାତ୍ର ଏକ ନମ୍ଵର… ୭୪ ବର୍ଷୀୟା ବୃଦ୍ଧାଙ୍କ ପ୍ରେମରେ ୨୩ ବର୍ଷୀୟା ଯୁବତୀ

ନୂଆଦିଲ୍ଲୀ, ୨୬/୧୨ : ୭୪ ବର୍ଷୀୟା ବୃଦ୍ଧାଙ୍କ ପ୍ରେମରେ ପଡ଼ିଲେ ୨୩ ବର୍ଷୀୟା ଯୁବତୀ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଦୁହିଁଙ୍କ ପ୍ରେମ କାହାଣୀ। ଅତ୍ୟଧିକ ବୟସ ଗ୍ୟାପ୍ ଏବଂ ସମଲିଙ୍ଗୀ ହୋଇଥିବା କାରଣରୁ ହେଉଛନ୍ତି ସମାଲୋଚନାର ଶୀକାର। ତେବେ ଏହି ସମାଲୋଚନା ଦ୍ଵାରା କୌଣସି ଫରକ ପଡୁନଥିବା କହିଛନ୍ତି ୨୩ ବର୍ଷୀୟା କାୟଲ ଏନ୍।

କାୟଲ ଏନ୍ ଟିକ୍‌ଟକ୍ ଭିଡିଓ ମାଧ୍ୟରେ ତାଙ୍କର ପାର୍ଟନରଙ୍କ ବିଷୟରେ କହିଛନ୍ତି। ଏହି ଭିଡିଓରେ ସେ ତାଙ୍କ ପାର୍ଟନରଙ୍କ ବିଷୟରେ ଖୁଲାସା କରିଛନ୍ତି। ଦୁହେଁ ଦୁହିଁଙ୍କ ହାତ ଧରି କପୁଲ୍ ପୋଜ୍‌ରେ ଭିଡିଓ ପୋଷ୍ଟ କରିଛନ୍ତି। କାୟଲଙ୍କ ଏହି ଭିଡିଓ ଦେଖି ବହୁ ୟୁଜର ପସନ୍ଦ କରିଥିବା ବେଳେ ଆଉ କିଛି ୟୁଜର ସମାଲୋଚନା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ, ମହିଳାଙ୍କୁ ନୁହେଁ ବରଂ ତାଙ୍କ ଟଙ୍କାକୁ ପ୍ରେମ କରୁଛନ୍ତି। ତେବେ ଆଉ କେତେକ ୟୁଜର ଏହାକୁ ପସନ୍ଦ କରିଛନ୍ତି ଏବଂ ଲେଖିଛନ୍ତି ଯେ, ପ୍ରେମ… ପ୍ରେମ ହୋଇଥାଏ। ନେଗେଟିଭ୍ କମେଣ୍ଟ କରିବା ଉଚିତ୍ ନୁହେଁ। ମୁଁ ୩୭ ବର୍ଷର ବଡ଼ ମହିଳାଙ୍କୁ ଡେଟ୍ କରିଛି। ବୟସ ନାମକୁ ମାତ୍ର ଏକ ନମ୍ଵର। କାୟଲଙ୍କ ଏହି ଭିଡିଓର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ବ୍ଲିଡିଂ ଲଭ୍ ରହିଛି।

Leave a Reply

Your email address will not be published. Required fields are marked *