ରାଜ୍ୟପାଳଙ୍କୁ ଭେଟିଲେ ରାଷ୍ଟ୍ରଦୀପର ପୂର୍ବତନ ସଂପାଦକ

ଭୁବନେଶ୍ବର- 28/12   ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ  ରାଷ୍ଟ୍ରଦୀପର ପୂର୍ଵତନ ସମ୍ପାଦକ ଓ ପ୍ରସିଦ୍ଧ ଲେଖକ ଶ୍ରୀ ଜଗବନ୍ଧୁ ମିଶ୍ର ନିଜ ଲିଖିତ ତିନିଟି ପୁସ୍ତକ ଅର୍ପଣ କରିଛନ୍ତି । ଗତକାଲି  ରାଜଭବନକୁ ଯାଇ ନିଜ ରଚିତ ତିନିଟି ପୁସ୍ତକ ଅର୍ପଣ କରିଥିଲେ। ଏହି ତିନିଟି ପୁସ୍ତକ ହେଲା ‘ପ୍ରଵନ୍ଧ ବିବିଧବର୍ଣ୍ଣା’, ‘ମହାକାଳ’, ‘ଓଡିଶାର ସନ୍ଥ ପରଂପରାରେ ସାମାଜିକ ସମରସତା’ । ଲେଖକ ଶ୍ରୀ ମିଶ୍ରଙ୍କ ସହ ରାଷ୍ଟ୍ରଦୀପର ପୂର୍ଵତନ ସମ୍ପାଦକ ଶ୍ରୀ ଶିବ ନାରାୟଣ ସିଂହ ଓ ପୂର୍ଵତନ ବ୍ୟବସ୍ଥାପକ ଶ୍ରୀ ଧ୍ରୁବ ଚରଣ ବେହେରା ମଧ୍ୟ ଉପସ୍ଥିତ ଥିଲେ ।

ରାଷ୍ଟ୍ରଦୀପ ସଂପାଦକୀୟ ଓ ଅନ୍ୟ ସ୍ତମ୍ଭରେ ଲିଖିତ ଲେଖାର ସଂକଳିତ ରୂପ ହେଉଛି ‘ପ୍ରବନ୍ଧ ବିଵିଧଵର୍ଣ୍ଣା’ । ପ୍ରସିଦ୍ଧ ହିନ୍ଦୀ ଉପନ୍ୟାସକାର ଗୁରୁଦତ୍ତଙ୍କ ଲିଖିତ ‘ମହାକାଳ’ର ଓଡିଆ ଅନୁବାଦ  ହେଉଛି ‘ମହାକାଳ’, ଯାହା ରାଷ୍ଟ୍ରଦୀପରେ ଧାରାବାହିକ ରୂପେ ପ୍ରକାଶିତ ହୋଇଥିଲା ।  ସେହିପରି ଓଡିଶାର ବିଭିନ୍ନ ସାଧୁସନ୍ଥ ଓ ମହାପୁରୁଷ ନିଜର ଲେଖା ଓ କୃତୀ ମାଧ୍ୟମରେ କିପରି ସାମାଜିକ ସମରସତାକୁ ପୁଷ୍ଟ  କରିଛନ୍ତି ତାହାର ବିବରଣୀ ଅଛି ‘ଓଡିଶାର ସନ୍ଥ ପରଂପରାରେ ସାମାଜିକ ସମରସତା’ ପୁସ୍ତକରେ । ଭୀମଭୋଇଙ୍କ ଠାରୁ ନେଇ ଵଳରାମ ଦାସ  ଯାଏ ପ୍ରସିଦ୍ଧ ମହାମନୀଷିଙ୍କ ଅମର ଲେଖନୀ ସଂପର୍କରେ ଏଥିରେ ଆଲୋଚନା କରାଯାଇଛି ।

ଜଣେ ସୁଦକ୍ଷ ବକ୍ତା ଓ ଲେଖକ ଭାବେ ଶ୍ରୀ ଜଗବନ୍ଧୁ ମିଶ୍ରଙ୍କର ଖ୍ୟାତି ରହିଛି।  ରାଷ୍ଟ୍ରଦୀପରୁ ଅବସର ନେବା ପରେ ସେ ନିଜର ଅବସର ସମୟରେ ନିଜର ଲେଖନୀ ଚାଳନା ଜାରି ରଖିଛନ୍ତି। ବିଶେଷ କରି ଓଡିଶାର ମହାନ ପରମ୍ପରା ଉପରେ ତାଙ୍କର ଲେଖା ପାଠକଙ୍କ ମଧ୍ୟରେ ବିଶେଷ ଆଦର ଲାଭ କରିଛି ।

Leave a Reply

Your email address will not be published. Required fields are marked *