ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରେ ଲମ୍ବା ଏବଂ ମୋଟା କେଶ, ବ୍ୟବହାର କରନ୍ତୁ ବିଟ୍ ଟନିକ୍

ଭୁବନେଶ୍ଵର, ୨୮/୧୨ : ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରେ ଲମ୍ବା ଏବଂ ମୋଟା କେଶ । କିନ୍ତୁ ଆଜିର ଜୀବନଶୈଳୀ, ଖାଇବା ଅଭ୍ୟାସ ଏବଂ ପ୍ରଦୂଷଣ ବୃଦ୍ଧି ହେତୁ କେଶ ଅକାଳ ଧୂସର ହେବା ସହ କେଶ ଝଡ଼ିବା ସମସ୍ୟା ସୃଷ୍ଟି ହେଉଛି। ଯେଉଁଥିପାଇଁ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ତେଣୁ କେଶର ଯତ୍ନ ନେବା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଏହି ରାମବାଣ ଉପାୟ। ଭିଟାମିନ୍-ଏରେ ଭରପୂର ହୋଇଥାଏ ବିଟ୍। ଯାହାକି ଆପଣଙ୍କ କେଶକୁ ଶକ୍ତି ଏବଂ ଚମକ ପ୍ରଦାନ କରିଥାଏ। ତେଣୁ ବିଟ୍ ହେୟାର ଟନିକ୍ ବ୍ୟବହାର କରି ଏହି ସମସ୍ୟାକୁ ଦୂର କରିହେବ।

ଆବଶ୍ୟକ ସାମଗ୍ରୀ-

ଏକ କଟା ବିଟ୍, ଏକ ଟେବୁଲ ଚାମଚ ଆଲୋବେରା ଜେଲ୍, ପାଣି ଏକ କପ୍, ଏକ ଟେବୁଲ ଚାମଚ ଗୋଲାପ ଜଳ।

ପ୍ରସ୍ତୁତି ପ୍ରଣାଳି-

ପ୍ରତମେ ବିଟ୍‌କୁ ଭଲ ଭାବରେ ଧୋଇ କାଟନ୍ତୁ। ଏହାକୁ ପାଣିରେ ଫୁଟାନ୍ତୁ। ଏହି ଜଳକୁ ଫିଲ୍ଟର କରି ଥଣ୍ଡା ହେବାକୁ ଛାଡି ଦିଅନ୍ତୁ। ଏଥିରେ ଗୋଲାପ ଜଳ ଏବଂ ଆଲୋଭେରା ଜେଲ ଭଲ ଭାବରେ ମିଶାନ୍ତୁ। ଆପଣଙ୍କୁ ବିଟ୍ ଟନିକ ପ୍ରସ୍ତୁତ ହୋଇଗଲା। ଏହାକୁ ଏକ ସ୍ପ୍ରେ ବୋତଲରେ ଭରି ଦିଅନ୍ତୁ। କେଶ ମୂଳରେ ଲଗାନ୍ତୁ। ଏହାପରେ ଆପଣଙ୍କ ତ୍ଵଚାକୁ ମାଲିସ୍ କରନ୍ତୁ। ଏକ ଘଣ୍ଟା ପରେ ଧୋଇ ନିଅନ୍ତୁ। ଏହାକୁ ସପ୍ତାହରେ ୨ ରୁ ୩ ଥର ବ୍ୟବହାର କରିପାରିବେ।

Leave a Reply

Your email address will not be published. Required fields are marked *