ପ୍ରକାଶ ପାଇଲା ଯୁକ୍ତ ୨ କଟ୍ଅଫ୍, କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ

କଟକ, ୦୬/୦୭ : ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ କଟ୍ଅଫ୍ ମାର୍କ। କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ। ପ୍ରଥମ କଟଅଫ୍‌ରେ ୪ ଲକ୍ଷ ୧୨ ହଜାର ୩୬୮ ଜଣ ମନୋନୀତ ହୋଇଛନ୍ତି। ୧୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ । ଅଗଷ୍ଟ ୧ରୁ ଆରମ୍ଭ ହେବ ପାଠପଢ଼ା। ରେଭେନ୍ସାରେ ବିଜ୍ଞାନରେ ୯୧.୬୭% କଟ୍ଅଫ୍ ମାର୍କ ଥିବା ବେଳେ, ୨ୟରେ ବାଲେଶ୍ଵର ଏଫ୍‌ଏମ୍ କଲେଜ-୯୦%। ୩ୟରେ ବିଜେବି- ୮୯%, ୪ର୍ଥରେ ନୀଳକଣ୍ଠ ନଗର ଏସ୍‌ଏସ୍‌ଭିଏମ୍- ୮୯%, ୫ମରେ ସୋର ୟୁଏନ୍- ୮୬.୮୩% ରହିଛି।

ସେହିପରି କଳାରେ ରେଭେନ୍ସାରେ ସବୁଠୁ ଅଧିକ ୮୦% ଥିବା ବେଳେ ୨ୟରେ ରାଉରକେଲା ସରକାରୀ କଲେଜ- ୭୯%, ୩ୟରେ ଡିଏଭି ଟିଟଲାଗଡ଼- ୭୮.୬୭%, ୪ର୍ଥରେ ଏଫ୍‌ଏମ୍ ବାଲେଶ୍ଵର- ୭୮%, ୫ମରେ ଭବାନୀପାଟଣା କଲେଜ- ୭୭.୫୦% ରହିଛି। ବାଣିଜ୍ୟରେ ରେଭେନ୍ସାରେ ସବୁଠୁ ଅଧିକ ୭୯.୨୦% ଥିବା ବେଳେ ୨ୟରେ ରାଉରକେଲା ସରକାରୀ କଲେଜ- ୭୭.୩୩%, ୩ୟରେ ବିଜେବି-୭୩%, ୪ର୍ଥରେ କଟକ ଜେକେବିକେ- ୭୨.୨୦%, ୫ମରେ କଟକ ଶୈଳବାଳା- ୭୨.୧୭% ରହିଛି।

ଜୁଲାଇ ୭ ରୁ ୧୩ ମଧ୍ୟରେ ଯୁକ୍ତ ୨ ନାମଲେଖା ହେବ। ରାଜ୍ୟର ୨ ହଜାର ୧୪୮ ଯୁକ୍ତ ୨ କଲେଜର କଳା, ବିଜ୍ଞାନ, ବାଣିଜ୍ୟ,ସଂସ୍କୃତ ଓ ଧନ୍ଦାମୂଳକ ବିଭାଗରେ ୫ ଲକ୍ଷ ୨୪ ହଜାର ୮୭୮ ସିଟ୍ ରହିଛି। ନାମଲେଖା ପାଇଁ ୫ ଲକ୍ଷ ୭ ହଜାର ୪୭୬ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍‌ଲାଇନ୍‌ରେ ୪ ଲକ୍ଷ ୭୨ ହଜାର ୨୭୯ ଜଣ ଆବେଦନ କରିଥିବା ବେଳେ ୪ଲକ୍ଷ ୬୭ ହଜାର ୩୬୫ଜଣ ଫି’ ଦାଖଲ କରିଥିବା ଜଣାପଡ଼ିଛି । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ମେଧା ତାଲିକା ଜୁଲାଇ ୧୯ରେ ପ୍ରକାଶ ସହ ଏହାର ନାମଲେଖା ଜୁଲାଇ ୨୨ ସୁଦ୍ଧା ଶେଷ କରାଯିବ । ଅନ୍‌ଲାଇନ୍ ସ୍ପଟ୍ ନାମଲେଖା ପ୍ରକ୍ରିୟା ଜୁଲାଇ ୨୧ ରୁ ୨୭ ତାରିଖ ମଧ୍ୟରେ ହେବ। ଅଗଷ୍ଟ ୧ ରୁ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ କରାଯିବ।

Leave a Reply

Your email address will not be published. Required fields are marked *