କେନ୍ଦୁଝର କେ ନକ୍ସ ସିନେମା ହଲ୍‌ରେ ବାଘ ବଜାରୀ ସିନେମା ରିଲିଜ୍

କେନ୍ଦୁଝର, ୦୭/୦୭ : କେନ୍ଦୁଝର ସହରର କାଶଭି ମଲ ସ୍ଥିତ କେ ନକ୍ସ ସିନେମା ହଲରେ ଆଜି ବାଘ ବଜାରୀ ସିନେମାର ରିଲିଜ ହୋଇଛି । ପ୍ରଥମେ ସିନେମାର କଳାକାର ଚିତରଞ୍ଜନ ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚଳଚ୍ଚିତ୍ରରେ ଅଭିନିତ କଳାକାର, ସୁଟିଂ ହୋଇଥିବା ସ୍ଥାନ ସହ ଚଳଚ୍ଚିତ୍ରର କଥା ବସ୍ତୁ ଉପରେ ସମ୍ୟକ୍ ଧାରଣା ଦେଇଥିଲେ । ଆଜିର ପ୍ରଥମ ଦିନରେ ସିନେମାଟିକୁ ଦେଖିବାକୁ ଦର୍ଶକଙ୍କର ବେଶ୍ ଭିଡ଼ ଦେଖିବାକୁ ମିଳିଥିଲା । ଚଳଚ୍ଚିତ୍ରଟିକୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି ।

ଆଜିର ସାମ୍ପ୍ରତିକ ସମାଜରେ ଜଙ୍ଗଲ ବିଭାଗ ଓ ଜଙ୍ଗଲ ତସ୍କରଙ୍କ ମଧ୍ୟରେ ମଧୁର ଚନ୍ଦ୍ରିକା, ଗୁରପ୍ରତି ଶିଶ୍ୟ ମାନଙ୍କର ଭକ୍ତି, ଅବାଟରେ ଯାଉଥିବା ସ୍ୱାମୀକୁ ସ୍ତ୍ରୀର ଉଚିତ ଶିକ୍ଷା ଆଦି ସବୁ ଶିଖଣିଅ କଥା ବସ୍ତୁ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରଟି ଦର୍ଶକଙ୍କ ମନକୁ ବେଶ ଛୁଇଁବ ବୋଲି ଆଜିର ଦର୍ଶକମାନେ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *