ଭୁବନେଶ୍ଵର, ୧୩/୦୧ : ସଫଳତାର ଶିଖର ଛୁଇଁଲେଣି ଆଜିର ନାରୀ। ପୁରୁଷ ସହ କାନ୍ଧରେ କାନ୍ଧ ମିଶେଇ ହୋଇପାରିଛନ୍ତି ଆତ୍ମନିର୍ଭର। ଘରକରଣା ସାଙ୍ଗକୁ ଉଠାଉଛନ୍ତି ପରିବାରର ବୋଝ। ଘର ସମ୍ଭାଳିବା ଠାରୁ ଆରମ୍ଭ କରି ଚାକିରୀ ହେଉ ଅବା ବ୍ୟବସାୟ ସବୁ କ୍ଷେତ୍ରରେ ଆଗେଇଲେଣି ନାରୀ। କଣ ଆପଣ ମଧ୍ୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଆପଣଙ୍କ ବ୍ୟବସାୟ। ତେବେ ଏହି ଯୋଜନା ଆପଣଙ୍କୁ କରିବ ସାହାଯ୍ୟ। ଜାଣନ୍ତୁ ଏହି ସବୁ ସ୍କିମ୍ ବିଷୟରେ-
୧-ଅନ୍ନପୂର୍ଣ୍ଣା ଯୋଜନା- ଏହି ଯୋଜନାରେ ମହିଳାମାନେ ଫୁଡ୍ କେଟରିନ୍ ବ୍ୟବସାୟ କରିପାରିବେ। ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ମହିଳାଙ୍କୁ ୫୦ ହଜାର ଟଙ୍କା ଋଣ ଦେଉଛନ୍ତି। ଋଣ ମିଳିବା ପରେ ଆପଣଙ୍କୁ ୩୬ଟି ମାସିକ କିସ୍ତି ଦେବାକୁ ପଡ଼ିବ। ତେବେ ଋଣ ନେବା ପୂର୍ବରୁ ଆପଣଙ୍କୁ କୌଣସି ପ୍ରକାରର ଅର୍ଥ ଦେବାକୁ ପଡ଼ିବ ନାହିଁ।
୨- ଭାରତୀୟ ମହିଳା ବ୍ୟାଙ୍କ ବିଜନେସ୍ ଲୋନ୍- ଏହି ସ୍କିମ୍ରେ ମହିଳାମାନେ ସେମାନଙ୍କ ବ୍ୟବସାୟ ପାଇଁ କିମ୍ଵା କୌଣସି ପ୍ରକାରର ମାନିଫ୍ୟାକ୍ଚୁରିଂ ଏଣ୍ଟରପ୍ରାଇଜ୍ ପାଇଁ ୨୦ କୋଟି ଟଙ୍କା ଋଣ ନେଇପାରିବେ।
୩-ଓରିଏଣ୍ଟ ମହିଳା ବିକାଶ ଯୋଜନା- ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସର ଏହି ଯୋଜନାରେ ମହିଳାଙ୍କୁ ୧୦ ରୁ ୨୫ ଲକ୍ଷ ଟଙ୍କା ଋଣ ମିଳୁଛି। ଏଥିପାଇଁ ମହିଳାଙ୍କୁ ବ୍ୟବସାୟରେ ୫୧ ପ୍ରତିଶତ ସେୟାର ଥିବା ଆବଶ୍ୟକ।
୪- ଉଦ୍ୟମ ନିଧି ସ୍କିମ୍- ପଞ୍ଜାମ ନ୍ୟାସନାଲ ବ୍ୟାଙ୍କ ଏବଂ ଏସଆଇଡିବିଆଇ ଦ୍ଵାରା ଦିଆଯାଉଥିବା ଏହି ସ୍କିମ୍ ଛୋଟ ସ୍ତରରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ମହିଳାଙ୍କୁ ସହାୟତା କରୁଛି। ଏହି ସ୍କିମରେ ଆପଣଙ୍କୁ ୧୦ ଲକ୍ଷ ଟଙ୍କାର ଋଣ ମିଳିବ। ଯାହାକୁ ୧୦ ବର୍ଷ ମଧ୍ୟରେ ଶୁଝିବାକୁ ପଡ଼ିବ।
୫- ମୁଦ୍ରା ଯୋଜନା- ନ୍ୟାଶନାଲାଇଜ୍ ବ୍ୟାଙ୍କ ଗୁଡ଼ିକ ଦ୍ଵାରା ଏହି ସ୍କିମରେ ମହିଳାମାନେ ବ୍ୟୁଟି ପାର୍ଲର, ଟ୍ୟୁସନ ସେଣ୍ଟର, ଟେଲରିଂ ୟୁନିଟ୍ କରିପାରିବେ।ଏଥିପାଇଁ ମହିଳାଙ୍କୁ ୫୦ ହଜାରରୁ ୫୦ ଲକ୍ଷ ଟଙ୍କା ଋଣ ମିଳିବ।