ଦିଲ୍ଲୀର ସଫଳ ଶାଶୂ-ବୋହୂ, ଫୁଡ୍ ବିଜନେସ୍ କରି ମାସକୁ ଆୟ କରୁଛନ୍ତି ୪ଲକ୍ଷ ଟଙ୍କା

ନୂଆଦିଲ୍ଲୀ, ୧୫/୦୧ : ଚର୍ଚ୍ଚାରେ ଦିଲ୍ଲୀର ଶାଶୂ-ବୋହୂ। ଘରେ କ୍ଲାଉଡ୍ କିଚେନ୍ କରି କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଆୟ। ଅନ୍ୟ ଘରୋଇ ମହିଳାଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। ହୋମ୍ କିଚେନ୍ ରେ ବିହାରୀ ଖାଦ୍ୟ ପ୍ରସ୍ତୁତ କରି ଗ୍ରାହକଙ୍କୁ ଦେଉଛନ୍ତି। ଦିଲ୍ଲୀରେ ରହୁଥିବା ବିହାରୀ ଲୋକଙ୍କ ପାଖରେ ବିହାରୀ ଖାଦ୍ୟ ପହଞ୍ଚାଇବାକୁ ତାଙ୍କର ଲକ୍ଷ୍ୟ।

ସୂଚନାଯୋଗ୍ୟ, ନୂଆଦିଲ୍ଲୀର ୫୮ ବର୍ଷୀୟା ହିରଣ୍ୟମୟୀ ଦେବୀ ଏବଂ ତାଙ୍କ ୩୫ ବର୍ଷୀୟା ବୋହୂ ମଞ୍ଜରୀ ସିଂହ ଲକଡାଉନରେ କିଛି କରିବା ପାଇଁ ଚିନ୍ତା କରିଥିଲେ। ଏହା ପରେ ଦୁହେଁ କ୍ଲାଉଡ୍ କିଚେନ୍ ଆରମ୍ଭ କରିଥିଲେ। ଦିଲ୍ଲୀରେ ରହୁଥିବା ଲୋକଙ୍କୁ ସେମାନଙ୍କ ବ୍ୟବସାୟ ମାଧ୍ୟମରେ ବିହାରୀ ଖାଦ୍ୟର ସ୍ୱାଦ ଦେବା ଏବଂ ଏହାକୁ ଯଥାସମ୍ଭବ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ହିରଣ୍ୟମୟୀ ଏବଂ ମଞ୍ଜରୀ ଲକ୍ଷ୍ୟ ରଖିଛନ୍ତି। ମଞ୍ଜରୀ କହିଛନ୍ତି ଯେ ପ୍ରଥମେ ସେ ଦିନକୁ ୪୦ଟି ଅର୍ଡର ପାଉଥିଲେ, ଯାହା ବର୍ତ୍ତମାନ ୪୫୦କୁ ବୃଦ୍ଧି ପାଇଛି। ତାଙ୍କ ଷ୍ଟାର୍ଟଅପ୍ ମାଧ୍ୟମରେ ସେ ମାସକୁ ୪ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ଏନେଇ ସେ କହିଛନ୍ତି ଯେ, ସେ ପ୍ୟାକେଜିଂ ପାଇଁ କୌଣସି ପ୍ରକାରର ପ୍ଲାଷ୍ଟିକ ବ୍ୟବହାର କରୁନାହାଁନ୍ତି। ପରିବେଶ ଅନୁକୂଳ ଜିନିଷ ବ୍ୟବହାର କରୁଛନ୍ତି।

Leave a Reply

Your email address will not be published. Required fields are marked *