ପାରିବାରିକ ବ୍ୟବସାୟରେ ବଢୁଛି ଝିଅଙ୍କ ନେତୃତ୍ଵ

ନୂଆଦିଲ୍ଲୀ, ୧୬/୦୧ : ପାରବାରିକ ବ୍ୟବସାୟ ସମ୍ଭାଳିବାରେ ଝିଅମାନେ ବେଶ୍‌ ପାରଙ୍ଗମ । ଝିଅମାନେ ବି ବ୍ୟବସାୟକୁ ନୂଆ ଶିଖରରେ ପହଞ୍ଚାଇପାରିବେ । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ବର୍ଣ୍ଣାଡ ଅର୍ଣ୍ଣଲ୍‌ଟ ନିଜର ପ୍ରାୟ ୭୨.୪ ହଜାର କୋଟି ମୂଲ୍ୟଯୁକ୍ତ ଲକ୍‌ଜ୍ୟୁରୀ ସାମଗ୍ରୀ ବ୍ରାଣ୍ଡ ଡିୟରର ଦାୟିତ୍ୱ ଝିଅ ଡେଲ୍‌ଫିନ୍‌ଙ୍କ ହାତରେ ନ୍ୟସ୍ତ କରିଛନ୍ତି । ଫେବ୍ରୁଆରୀ ୧ରୁ ନୂଆ ପଦ ସମ୍ଭାଳିବେ ଡେଲ୍‌ଫିନ୍‌ । ଆମ ଦେଶରେ ବି ଅନେକ ବଡ଼ ବଡ଼ ଉଦ୍ୟୋଗୀ ପରିବାର ଅଛନ୍ତି, ଯେଉଁମାନେ ଝିଅମାନଙ୍କୁ ବ୍ୟବସାୟର ଦାୟିତ୍ୱ ଦେଉଛନ୍ତି ।

ନୋଏଲ୍‌ ଟାଟାଙ୍କ ଝିଅ ଲେହ ୨୦୦୨ରୁ ହିଁ ତାଜ୍‌ ଗ୍ରୁପ୍‌ ଅଫ୍‌ ହୋଟେଲ୍ସର କାର୍ଯ୍ୟ ସମ୍ଭାଳୁଛନ୍ତି । ୧୮ ବର୍ଷର ସର୍ବେକ୍ଷଣ ଅନୁସାରେ ଦେଶରେ ୨୪% ପରିବାରିକ ବ୍ୟବସାୟକୁ ମହିଳାମାନେ ସମ୍ଭାଳୁଛନ୍ତି । ଏଥିମଧ୍ୟରୁ ୭୬% ନିଜ ବାପାଙ୍କ ଏବଂ ୨୪% ସ୍ୱାମୀଙ୍କ ବ୍ୟବସାୟ ସମ୍ଭାଳୁଛନ୍ତି । ଈଶା ଅମ୍ବାନି ୨୦୧୪ରେ ରିଲାଏନ୍ସ ଜିଓ ଏବଂ ରିଲାଏନ୍ସ ରିଟେଲରେ ଯୋଗ ଦେଇଥିଲେ । ଜିଓ ୪୨.୧୩ କୋଟି ଉପଭୋକ୍ତାଙ୍କ ରିଟେଲ ବିଶ୍ୱର ଦ୍ୱିତୀୟ ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲର ପାଲଟିଛି । ୨୦୧୭ ମେ’ରେ ଆଦି ଗୋଦରେଜ୍‌ ଝିଅ ନିଶାବା ଗୋଦରେଜ୍‌ଙ୍କୁ ଗୋଦରେଜ୍‌ କଞ୍ଜ୍ୟୁମର ଲିମିଟେଡ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ବନାଇଥିଲେ । ସେବେଠାରୁ ନିଶାବା କମ୍ପାନି ପାଇଁ ଅନେକ ସଫଳତା ଆଣିଛନ୍ତି । କମ୍ପାନି ବାର୍ଷିକ ୧୮% ଲାଭ କରୁଛି । ସେହିଭଳି ରୋଶନୀ ନାଦାର ୨୦୨୦ ଜୁଲାଇରେ ବାପା ଶୀବ ନାଦାରଙ୍କ ସ୍ଥାନରେ ଏଚ୍‌ସିଏଲ୍‌ର ଅଧ୍ୟକ୍ଷ ହୋଇଥିଲେ ।

Leave a Reply

Your email address will not be published. Required fields are marked *