ସୋଆରେ ୫୦୦ ସିଟ୍ ବିଶିଷ୍ଟ ଅଡିଟୋରିୟମ୍‌ ଉଦ୍‌ଘାଟିତ

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆଉ ଏକ ଅଡିଟୋରିୟମ ଉଦଘାଟିତ ହୋଇଛି। ସୋଆ ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନ୍ସ (ଆଇଏଏସ୍) ପରିସରରେ 28 ତାରିଖ ରବିବାର ଏହି ନୂଆ ଅଡିଟୋରିୟର ଶୁଭ ଉଘାଟନ କରିଛନ୍ତି  । ସୋଆ ଉପସଭାପତି ଶାଶ୍ବତୀ ଦାସ ।ଏହି ଅଡିଟୋରିୟମରେ ୫୦୦ ସିଟ୍ ରହିଛି । ଉଦଘାଟନୀ କାର୍ଯ୍ୟକ୍ରମରେ ଶ୍ରୀମତି ଶାଶ୍ବତୀ ଦାସ କହିଥିଲେ, ଏହି ଅଡ଼ିଟୋରିୟମ୍ ଶିକ୍ଷକ, ଛାତ୍ରଛାତ୍ରୀ ଓ ଗବେଷକଙ୍କ ଜ୍ଞାନ ଓ ଭାବର ଆଦାନ ପ୍ରଦାନ ନିମନ୍ତେ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଆଜି ଏହି ନୂଆ ଅଡିଟୋରିୟମ୍ ପରିସରରେ ଟେଡ୍‌ଏକ୍ସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏଥିରେ ଅତିଥି ଭାବେ ଅବସରପ୍ରାପ୍ତ ମେଜର ଜେନେରାଲ ୟଶପାଲ୍ ମୋର, ବଲିଉଡ୍ ଗୀତିକାର କୁମାର, ସଙ୍ଗୀତ ସଂଯୋଜକ ଓ କଣ୍ଠଶିଳ୍ପୀ ନୀଲେଶ୍ ଆହୁଜା, ରେଡିଓ ଜକି ରାଘବ, ଫିଲାନ୍ଥ୍ରୋପିଷ୍ଟ ଅକ୍ଷିତା ଏମ୍.ଭଞ୍ଜଦେଓ, ଇନ୍‌ଫ୍ଲୁଏନ୍ସର ଫର ଗ୍ଲୋବାଲ ଡେଭଲପ୍‌ମେଣ୍ଟାଲ ଗୋଲ୍ସ୍ କମଲ ପ୍ରକାଶ ସେଠ ଓ ପେନ୍‌ସିଲ୍‌ ଫର ଚେଞ୍ଜର ପ୍ରତିଷ୍ଠାତା ପଟ୍ଟନାୟକ ଓମ୍‌ପ୍ରିୟ ମହାନ୍ତି ଯୋଗଦେଇଥିଲେ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ପ୍ରୋ ଭାଇସ୍‌ ଚାନ୍ସେଲର ପ୍ରଫେସର ପି.କେ ନନ୍ଦ, ଆଇଏଏସ୍‌ର କାର୍ଯ୍ୟକାରୀ ଡିନ୍ ଡ. ବି.କେ ମିଶ୍ର, ଆଡିସ୍‌ନାଲ ଡିନ୍ (ରିସର୍ଚ୍ଚ) ଡ. ପ୍ରିୟବ୍ରତ ପଟ୍ଟନାୟକ ଓ ଆୟୋଜକ ଅଭିଷେକ ପଟ୍ଟନାୟକ ଉପସ୍ଥିତ ରହି ନିଜ ବକ୍ତବ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *