କଡ଼ାକଡ଼ି ହେବ ଛାତ୍ରଛାତ୍ରୀଙ୍କ ୭୫ ପ୍ରତିଶତ ଉପସ୍ଥାନ

ଭୁବନେଶ୍ଵର, ୧୪/୧୦ : ଏଣିକି କଲେଜରେ ୭୫ ପ୍ରତିଶତ ଉପସ୍ଥାନ ରହିବା ଜରୁରୀ । ଉପସ୍ଥାନ କମ୍‌ ହେଲେ ପରୀକ୍ଷା ଦେବାରୁ ବଞ୍ଚିତ ହେବେ ଛାତ୍ରଛାତ୍ରୀ । ଦରକାର ପଡ଼ିଲେ ସେମାନଙ୍କୁ ଗୋଟିଏ ବର୍ଷ ଡ୍ରପ୍‌ କରାଯିବ । ଏପରି କଡ଼ା ଆଭିମୁଖ୍ୟ ନେଇଛି ଉଚ୍ଚଶିକ୍ଷା ବିଭାଗ । ଏଥିପାଇଁ ସମସ୍ତ ସରକାରୀ କଲେଜ, ବେସରକାରୀ ଅନୁଦାନପ୍ରାପ୍ତ କଲେଜ, ଘରୋଇ କଲେଜର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମାଗିଛି ଉଚ୍ଚଶିକ୍ଷା ବିଭାଗ।

ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ରହିବା ଜରୁରି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସମସ୍ତ ଛାତ୍ରଛାତ୍ରୀ ମାସିକ କେତେ କ୍ଲାସ କରୁଛନ୍ତି ତାର ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି । କୋର୍ସ ସରିବା ପର୍ଯ୍ୟନ୍ତ ଛାତ୍ର ଉପସ୍ଥାନ ରିପୋର୍ଟ ଦେବାକୁ କୁହାଯାଇଛି । ଏଥିପାଇଁ ବିଭାଗ ପକ୍ଷରୁ ଏକ ଲିଙ୍କ୍‌ ଦିଆଯାଇଛି । ସେହିପରି ଅଧ୍ୟାପକ, ଅଣ ଅଧ୍ୟାପକଙ୍କ ମାସିକ ଉପସ୍ଥାନର ରିପୋର୍ଟ ମଧ୍ୟ ମଗାଯାଇଛି ।

Leave a Reply

Your email address will not be published. Required fields are marked *