ଇଣ୍ଟର୍ଣ୍ଣସିପ୍‌ କରିବେ ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୧୪/୧୦ : ସ୍ନାତକ ଛାତ୍ରଛାତ୍ରୀ କରିବେ ଇଣ୍ଟର୍ଣ୍ଣସିପ୍‌ । ଏହାକୁ ବାଧ୍ୟତାମୂଳକ କରିବାକୁ ଏକ ରୁଲ୍‌ ଡ୍ରାପ୍ଟ କରିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) । ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିକ୍ଷମ କରିବା ଲାଗି ଏପରି ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ଗବେଷଣାର ଗୁରୁତ୍ୱ ବଢିବା ସହ କ୍ରେଡିଟ୍‌ ବୃଦ୍ଧି ପାଇବ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, ପ୍ରତି ଉଚ୍ଚଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ ଓ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଥିରେ ସ୍ନାତକ ଛାତ୍ରଛାତ୍ରୀଙ୍କ ଇଣ୍ଟର୍ଣ୍ଣସିପ୍‌କୁ ଗୁରୁତ୍ୱ ଦିଆଯାଉଛି । ଯେଉଁଥିରେ ସେମାନେ ସ୍ଥାନୀୟ ଶିଳ୍ପାନୁଷ୍ଠାନ, ବାଣିଜ୍ୟ ପ୍ରତିଷ୍ଠାନ, କଳା ଓ ଐତିହ୍ୟ ବ୍ୟକ୍ତିଙ୍କ ପାଖରେ ଇଣ୍ଟର୍ଣ୍ଣସିପ୍‌ କରିବେ । ଗବେଷଣା ଭିତ୍ତିକ ଇଣ୍ଟର୍ଣ୍ଣସିପ୍‌କୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଏନେଇ ୟୁଜିସି ପକ୍ଷରୁ ଏକ ଡ୍ରାପ୍ଟ ରୁଲ୍‌ କରାଯାଇଛି ।

Leave a Reply

Your email address will not be published. Required fields are marked *